• କାଲିଠୁ ରାଜ୍ୟରେ ଟିକାକରଣର ବଡ଼ ଅଭିଯାନ
  • ୨ ହଜାର ଟିକା କେନ୍ଦ୍ରରେ ଦିନକୁ ୩ ଲକ୍ଷ ଟିକା ଦେବା ଲକ୍ଷ୍ୟ
  • ବିନା ପୂର୍ବ ପଞ୍ଜୀକରଣରେ ସିଧାସଳଖ ନେଇପାରିବେ ଟିକା
  • ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ
  • ପ୍ରଥମ ଇଂନିସରେ ୨୧୭ ରନରେ ଭାରତ ଅଲଆଉଟ
  • ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ
  • ସକାଳ ୮ଟା ୩୦ରେ ଆରମ୍ଭ ହେବ ପହଣ୍ଡି
  • ଅପରାହ୍ନ ୨ଟାରେ ଛେରା ପହଁରା, ୩ଟାରେ ରଥଟଣା
  • ସୁନାବେଶ ଓ ନିଳାଦ୍ରୀ ବିଜେ ପାଇଁ ନୀତିନିର୍ଘଣ୍ଟ
  • ବାହୁଡା ଯାତ୍ରା ପାଇଁ ନୀତିନିର୍ଘଣ୍ଟ,ଜୁଲାଇ ୨୦ରେ ହେବ ବାହୁଡା ଯାତ୍ରା

ପୁରୀ ବ୍ୟତୀତ ଅନ୍ୟ କେଉଁଠି ଗଡ଼ିବ ନାହିଁ ରଥ, ଭକ୍ତ ଶୂନ୍ୟ ହେବ ରଥଯାତ୍ରା

ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆରସି) ପ୍ରଦୀପ କୁମାର ଜେନା ଆଜି (ଗୁରୁବାର) ଏହି ସୂଚନା ଦେଇଛନ୍ତି । କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସାଧାରଣ ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି ।

ପୁରୀ ବ୍ୟତୀତ ଅନ୍ୟ କେଉଁଠି ଗଡ଼ିବ ନାହିଁ ରଥ, ଭକ୍ତ ଶୂନ୍ୟ ହେବ ରଥଯାତ୍ରା

ଭୁବନେଶ୍ୱର: ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୁରୀରେ ଭକ୍ତ ଶୂନ୍ୟ ରଥଯାତ୍ରା ହେବ । କୋଭିଡ ଗାଇଡ଼ ଲାଇନ ପାଳନ କରି ହେବ ରଥଯାତ୍ରା । ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ କେଉଁଠି ରଥଯାତ୍ରା ହେବ ନାହିଁ । ଅନ୍ୟ ସ୍ଥାନରେ ମନ୍ଦିର ପରିସରରେ କେବଳ ନୀତି କାନ୍ତି ହୋଇ ପାରିବ । ରଥଯାତ୍ରାରେ କେବଳ ସେବାୟତ ଭାଗ ନେବେ । ଏହା ବ୍ୟତୀତ ସେମାନଙ୍କର ଟିକାକରଣ ପ୍ରକ୍ରିୟା ଶେଷ ହୋଇଥିବା ଆବଶ୍ୟକ । ରଥଯାତ୍ରାରେ ସାମିଲ ହେବାକୁ ଥିବା ସେବାୟତ ମାନଙ୍କର ୪୮ ଘଣ୍ଟା ପୂର୍ବରୁ ଆରଟିପିସିଆର ନେଗେଟିଭ ରିପୋର୍ଟ ଆବଶ୍ୟକ ହେବ । ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆରସି) ପ୍ରଦୀପ କୁମାର ଜେନା ଆଜି (ଗୁରୁବାର) ଏହି ସୂଚନା ଦେଇଛନ୍ତି । କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସାଧାରଣ ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି ।