କୌଶଳ ବିକାଶ ଯୋଜନା ଆରମ୍ଭ; ଯୁବପିଢିଙ୍କୁ ରୋଜଗାରକ୍ଷମ କରିବ ଭାରତୀୟ ରେଳବାଇ
X

କୌଶଳ ବିକାଶ ଯୋଜନା ଆରମ୍ଭ; ଯୁବପିଢିଙ୍କୁ ରୋଜଗାରକ୍ଷମ କରିବ ଭାରତୀୟ ରେଳବାଇ

ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ମିଶନ ଅଧିନରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଏହି ସ୍ବତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ ଯୋଜନାର ଶୁଭାରମ୍ଭ କରାଯାଇଛି। 

କୌଶଳ ବିକାଶ ଯୋଜନା ଆରମ୍ଭ; ଯୁବପିଢିଙ୍କୁ ରୋଜଗାରକ୍ଷମ କରିବ ଭାରତୀୟ ରେଳବାଇ

ଭୁବନେଶ୍ୱର: ଆରମ୍ଭ ହେଲା ରେଳ କୌଶଳ ବିକାଶ ଯୋଜନା। ଶୁକ୍ରବାର ଭର୍ଚ୍ୟୁଆଲ ମୋଡ଼ରେ ଏହାକୁ ଉଦଘାଟନ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏହି ଯୋଜନା ଅଧିନରେ ବିଭିନ୍ନ ରେଳ ମଣ୍ଡଳ ଏବଂ ପ୍ରଡକ୍ସନ ୟୁନିଟରେ ଆଗାମୀ ୩ ବର୍ଷ ମଧ୍ୟରେ ମାଟ୍ରିକ ପାସ କରିଥିବା ୫୦ ହଜାର ଆଗ୍ରହୀ ଯୁବପୀଢ଼ିଙ୍କୁ ୪ଟି ଟ୍ରେଡ଼ରେ ଦକ୍ଷତା ପ୍ରଶିକ୍ଷଣ ପ୍ରଦାନ କରାଯିବ। ଯାହା ସମ୍ପୂର୍ଣ୍ଣ ଭାବେ ମାଗଣାରେ ଯୋଗାଇ ଦିଆଯିବ ଏବଂ ଏହାର ଅବଧି ୩ ସପ୍ତାହ ରହିବ। ରାଜ୍ୟର ୧୩ ଶହ ଛାତ୍ରଛାତ୍ରୀଙ୍କୁ ଏହି ଯୋଜନା ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ କରିବାକୁ ବ୍ୟବସ୍ଥା କରାଯିବା ସହ ଏନେଇ ଆନୁଷଙ୍ଗୀକ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି।

ମିଳିବ ମାଗଣା ତାଲିମ। ଆରମ୍ଭ ହେଲା କୌଶଳ ବିକାଶ ଯୋଜନା। ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ମିଶନ ଅଧିନରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଏହି ସ୍ବତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ ଯୋଜନାର ଶୁଭାରମ୍ଭ କରାଯାଇଛି। ସାରା ଦେଶରେ ଏକକାଳୀନ ୭୫ଟି ସ୍ଥାନରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଭର୍ଚୁଆଲ ମୋଡ଼ରେ ଏହାକୁ ଉଦଘାଟନ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ। ଏହି ଯୋଜନା ଅଧିନରେ ଭାରତୀୟ ରେଳବାଇ ଅଧିନସ୍ଥ ସମସ୍ତ ରେଳ ମଣ୍ଡଳ (Indian Railway Zone) ଏବଂ ପ୍ରଡକ୍ସନ ୟୁନିଟରେ ( Indian Railway Production Unit) ଆଗ୍ରହୀ ଯୁବପିଢ଼ିଙ୍କୁ ଇଲେକ୍ଟ୍ରିସିଆନ, ୱେଲଡର, ମେକାନିଷ୍ଟ, ଫିଟର ଭଳି ୪ଟି ଟ୍ରେଡ଼ରେ ଦକ୍ଷତା ପ୍ରଶିକ୍ଷଣ ପ୍ରଦାନ କରାଯିବ। ଆଗାମୀ ୩ ବର୍ଷରେ ଦଶମ ପାସ କରୁଥିବା ୫୦ ହଜାର ଯୁବପିଢି ଏହି ପ୍ରଶିକ୍ଷଣ ଶିବିରରେ ଅଂଶଗ୍ରହଣ କରିବେ।  

Also Raad: ଭୁବନେଶ୍ୱର ରେଳ ଷ୍ଟେସନ୍ ହେବ ନବୀକରଣ; କାର୍ଯ୍ୟକାରୀ ହେବ ଏହି ଯୋଜନା

ଏହି ପ୍ରଶିକ୍ଷଣ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯିବ ଏବଂ ଏହାର ଅବଧି ୩ ସପ୍ତାହ ରହିବ। ରାଜ୍ୟରେ ଭୁବନେଶ୍ୱରସ୍ଥିତ (Bhubaneswar) ମଞ୍ଚେଶ୍ୱର କ୍ୟାରେଜ ଆଣ୍ଡ ରିପେୟାର ୱାର୍କସପ୍ (Mancheswar Carriage and Repair Workshop) ଏବଂ ଅନୁଗୁଳସ୍ଥିତ ଇଲେକ୍ଟ୍ରିକାଲ ଲୋକୋ ଶେଡ୍ (Angul Electric Loco Shed ) ଠାରେ ଏହି ଦକ୍ଷତା ପ୍ରଶିକ୍ଷଣ ଆରମ୍ଭ ହୋଇଯାଇଛି। ରାଜ୍ୟରେ ୧୩ ଶହ ଛାତ୍ରଛାତ୍ରୀଙ୍କୁ ଏହି କାର୍ଯ୍ୟକ୍ରମ ଦ୍ୱାରା ଉପରୋକ୍ତ୪ଟି ଟ୍ରେଡ଼ରେ ପ୍ରଶିକ୍ଷଣ ପ୍ରଦାନ କରିବା ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି। ମାଟ୍ରିକ ପାସ୍ ପରେ ମାଗଣାରେ ପେସାଗତ ପ୍ରଶିକ୍ଷଣ (Vocational Training) ଦ୍ବାରା ବିଭିନ୍ନ ସ୍ଥାନରେ ନିଯୁକ୍ତି କିମ୍ବା ଆତ୍ମନିର୍ଭରଶୀଳ ହେବାର ବାଟ ସୁଗମ ହେବ ବୋଲି ଆବେଦନକାରୀ କହିଛନ୍ତି। 

Also Read: ‘ଆତ୍ମା’ ପରଖିବ ଟିକେଟ୍

ବିଶ୍ୱକର୍ମା ପୂଜା ଅବସରରେ ଏହି କାର୍ଯ୍ୟକ୍ରମ ଉଦଘାଟନ ହୋଇଥିଲା। ଏହି ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ (PM Marendra Modi) ଜନ୍ମଦିନର ଭେଟି ବୋଲି ନିଜ ଉଦବୋଧନରେ କହିଥିଲେ ରେଳମନ୍ତ୍ରୀ। ଯାହା ଆଗାମୀ ଦିନରେ ଯୁବପିଢିଙ୍କୁ ଆତ୍ମନିର୍ଭରଶୀଳ କରିବ ବୋଲି ଲକ୍ଷ୍ୟ ରଖାଯାଇଛି। 

Trending news