Raj Kundraଙ୍କ ଡାର୍ଟି ପିକଚର: ଓଡ଼ିଆ ନାୟକ କହିଲେ ମୋ ଭିଡିଓରେ ନାହିଁ କୌଣସି ଅଶ୍ଳିଳତା
Advertisement

Raj Kundraଙ୍କ ଡାର୍ଟି ପିକଚର: ଓଡ଼ିଆ ନାୟକ କହିଲେ ମୋ ଭିଡିଓରେ ନାହିଁ କୌଣସି ଅଶ୍ଳିଳତା

କୁନ୍ଦ୍ରାଙ୍କର ଏହି ଅଶ୍ଲୀଳ ଫିଲ୍ମରେ ଅନେକ ଯୁବତୀଙ୍କୁ ଫସେଇ ଦିଆଯାଇଥିବା ଅଭିଯୋଗ ଆସିବା ପରେ ଏହାକୁ ନେଇ କ୍ରାଇମବ୍ରାଞ୍ଚ ଜୋରଦାର ତଦନ୍ତ ଚଳାଇଛି।

Raj Kundraଙ୍କ ଡାର୍ଟି ପିକଚର: ଓଡ଼ିଆ ନାୟକ କହିଲେ ମୋ ଭିଡିଓରେ ନାହିଁ କୌଣସି ଅଶ୍ଳିଳତା

ଭୁବନେଶ୍ୱର: ରାଜ କୁନ୍ଦ୍ରାଙ୍କ କାହାଣୀରେ ଓଡ଼ିଆ ହିରୋ । ଅର୍ଥାତ ରାଜ ନିର୍ମାଣ କରୁଥିବା ଅଶ୍ଳୀଳ ସିନେମାରେ ଅଭିନୟ କରୁଛନ୍ତି ଓଡ଼ିଆ ଯୁବକ । ମୁମ୍ୱାଇ କ୍ରାଇମବ୍ରାଞ୍ଚ ଅଶ୍ଳୀଳ ସିନେମା ରାକେଟର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ଖୋଲିଚାଲିଛି । ଆଉ ଏହାରି ଭିତରେ ସାମ୍ନାକୁ ଆସିଛି ରାଜ କୁନ୍ଦ୍ରା ନିର୍ମାଣ କରୁଥିବା ଅଶ୍ଳୀଳ ସିନେମାର ଓଡ଼ିଶା ଲିଙ୍କ। ଓଡ଼ିଶାର ଅଭିନେତା ସେକ୍ସପିୟର ରାଜଙ୍କ ସିନେମାରେ ଅଭିନୟ କରୁଥିବା ଜଣାପଡିଛି ।

ଯେମିତି ପର୍ଣ୍ଣ ଫିଲ୍ମ (Porn Film) ନିର୍ମାଣ ମାମଲାର ତଦନ୍ତ ଆଗକୁ ବଢ଼ୁଛି ଗୋଟିଏ ପରେ ଗୋଟିଏ ନାଁ ସାମ୍ନାକୁ ଆସୁଛି । ଏବେ ଏହି ମାମଲାରେ ଓଡ଼ିଶା ଲିଙ୍କ୍ (Odisha Link) ଜଣାପଡ଼ିଛି। କୁନ୍ଦ୍ରାଙ୍କ ଏକାଧିକ ଫିଲ୍ମରେ ଓଡି଼ଆ ବୟ ସେକ୍ସପିୟର ନାୟକ ସାଜିଥିବା ଦେଖା ଯାଇଛି । ତେବେ କୁନ୍ଦ୍ରାଙ୍କର ଏହି ଅଶ୍ଲୀଳ ଫିଲ୍ମରେ ଅନେକ ଯୁବତୀଙ୍କୁ ଫସେଇ ଦିଆଯାଇଥିବା ଅଭିଯୋଗ ଆସିବା ପରେ ଏହାକୁ ନେଇ କ୍ରାଇମବ୍ରାଞ୍ଚ ଜୋରଦାର ତଦନ୍ତ ଚଳାଇଛି। ଠିକ ଏତିକି ବେଳେ ଓଡିଆ ବଏ (Odia Boy) ସେକ୍ସପିୟରଙ୍କର ରାଜ ଖୋଲିଛି ରାଜ କୁନ୍ଦ୍ରାଙ୍କ ଅଶ୍ଲୀଳ ଫିଲ୍ମରୁ । 

Also Read: ଓଡ଼ିଆ ପୁଅ ଇସାକ ମୁଣ୍ଡାଙ୍କୁ ପ୍ରଧାନମନ୍ତ୍ରୀ Narendra Modiଙ୍କ ପ୍ରଶଂସା

ତେବେ ଏ ନେଇ ଗଣମାଧ୍ୟମକୁ ସେକ୍ସପିୟରଙ୍କ କହିବା ଅନୁସାରେ ସେ ଯେଉଁ ଫିଲ୍ମ କରିଛନ୍ତି ସେହି ଫିଲ୍ମରେ କୌଣସି ଅଶ୍ଲିଳତା ନାହିଁ । ଏପରିକି ଅନେକ ଯୁବତୀ ଫିଳ୍ମରେ ଅଭିନୟ କରିବା ପାଇଁ ତାଙ୍କ ଜରିଆରେ  ଯାଇଥିବା ସେ ସ୍ୱୀକାର ମଧ୍ୟ କରିଛନ୍ତି । ହେଲେ ଫିଲ୍ମରେ ଅଶ୍ଲିଳତା (Vulgar Video) ଥିବା କଥାକୁ ଅସ୍ୱୀକାର କରିଛନ୍ତି । ଫିଲ୍ମ ଷ୍ଚାର ହେବା ପାଇଁ ଇଚ୍ଛା କରିଥିବା ଅନେକ ନାୟକ ନାୟିକା ଏବେ କୁନ୍ଦ୍ରାଙ୍କ ଫିଲ୍ମ ପାଇଁ  ପାଲଟି ଯାଇଛନ୍ତି ପର୍ଣ୍ଣ ଷ୍ଟାର ।