close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ପାକିସ୍ତାନକୁ ବାକ୍ ବାଣ ମାରିଲେ ପ୍ରତିରକ୍ଷା ମନ୍ତ୍ରୀ

PoKରେ ଆତଙ୍କବାଦୀ ଲଞ୍ଚପ୍ୟାଡ ଉପରେ ବୋଫର୍ସ ବୋମା ମାଡ଼ ଘଟଣାକୁ ନେଇ ପାକିସ୍ତାନକୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ଚେତାବନୀ । ଗତ ଶନିବାର PoKରେ ୪ଟି ଆତଙ୍କବାଦୀ କ୍ୟାମ୍ପ ଧ୍ୱଂସ କରିଥିଲ ଭାରତୀୟ ସେନା । ସର୍ଜିକାଲ ଷ୍ଟ୍ରାଇକ, ଏୟାର ଷ୍ଟ୍ରାଇକ ପରେ ତୃତୀୟ ଆତଙ୍କବାଦୀ ନିରୋଧୀ କାର୍ଯ୍ୟାନୁଷ୍ଠାନକୁ ନେଇ ବିଚଳିତ ପାକିସ୍ତାନ ପୁଣି ଥରେ ଭାରତକୁ ଦେଇଥିଲା ପରମାଣୁ ଯୁଦ୍ଧ ଧମକ । ଯାହାକୁ ନେଇ ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେଇଛନ୍ତି  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହାସହିତ ଭାରତ କେବେ କୌଣସି ଦେଶ ଉପରେ ଆକ୍ରମଣ କରେ ନାହିଁ ବୋଲି କହିଛନ୍ତି ରାଜନାଥ ।  ସେପଟେ ଆମେରିକା ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ନେଇ ଚେତାବନୀ ଦେଇଛି ।  ଏହାସହିତ ୧୯୭୨ ସିମଲା ଚୁକ୍ତ ଆଧାରରେ ଭାରତ ସହ ଆଲୋଚନା ପାଇଁ ପରାମର୍ଶ ଦେଇଛନ୍ତି ଆମେରିକାର ବୈଦେଶିକ ଉପମନ୍ତ୍ରୀ ଏଲିସ ଜୀ ୱେଲ୍ସ । ଆତଙ୍କବାଦୀ ପ୍ରଶ୍ରୟକାରୀଙ୍କୁ  କ୍ଷମା ମିଳିବନାହି କହିବା ସହ ଭାରତରେ ଅଶାନ୍ତି ସୃଷ୍ଚି କରିବାକୁ ଚାହୁଁଥିବା ପାକିସ୍ତାନୀ ଆତଙ୍କବାଦୀଙ୍କ ପ୍ରତି ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜନାଥ କହିଛନ୍ତି ।

ପାକିସ୍ତାନକୁ ବାକ୍ ବାଣ ମାରିଲେ ପ୍ରତିରକ୍ଷା ମନ୍ତ୍ରୀ
file photo

ନୂଆଦିଲ୍ଲୀ: PoKରେ ଆତଙ୍କବାଦୀ ଲଞ୍ଚପ୍ୟାଡ ଉପରେ ବୋଫର୍ସ ବୋମା ମାଡ଼ ଘଟଣାକୁ ନେଇ ପାକିସ୍ତାନକୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ଚେତାବନୀ । ଗତ ଶନିବାର PoKରେ ୪ଟି ଆତଙ୍କବାଦୀ କ୍ୟାମ୍ପ ଧ୍ୱଂସ କରିଥିଲ ଭାରତୀୟ ସେନା । ସର୍ଜିକାଲ ଷ୍ଟ୍ରାଇକ, ଏୟାର ଷ୍ଟ୍ରାଇକ ପରେ ତୃତୀୟ ଆତଙ୍କବାଦୀ ନିରୋଧୀ କାର୍ଯ୍ୟାନୁଷ୍ଠାନକୁ ନେଇ ବିଚଳିତ ପାକିସ୍ତାନ ପୁଣି ଥରେ ଭାରତକୁ ଦେଇଥିଲା ପରମାଣୁ ଯୁଦ୍ଧ ଧମକ । ଯାହାକୁ ନେଇ ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେଇଛନ୍ତି  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହାସହିତ ଭାରତ କେବେ କୌଣସି ଦେଶ ଉପରେ ଆକ୍ରମଣ କରେ ନାହିଁ ବୋଲି କହିଛନ୍ତି ରାଜନାଥ ।  ସେପଟେ ଆମେରିକା ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ନେଇ ଚେତାବନୀ ଦେଇଛି ।  ଏହାସହିତ ୧୯୭୨ ସିମଲା ଚୁକ୍ତ ଆଧାରରେ ଭାରତ ସହ ଆଲୋଚନା ପାଇଁ ପରାମର୍ଶ ଦେଇଛନ୍ତି ଆମେରିକାର ବୈଦେଶିକ ଉପମନ୍ତ୍ରୀ ଏଲିସ ଜୀ ୱେଲ୍ସ । ଆତଙ୍କବାଦୀ ପ୍ରଶ୍ରୟକାରୀଙ୍କୁ  କ୍ଷମା ମିଳିବନାହି କହିବା ସହ ଭାରତରେ ଅଶାନ୍ତି ସୃଷ୍ଚି କରିବାକୁ ଚାହୁଁଥିବା ପାକିସ୍ତାନୀ ଆତଙ୍କବାଦୀଙ୍କ ପ୍ରତି ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜନାଥ କହିଛନ୍ତି ।

ପୂର୍ବରୁ ସର୍ଜିକାଲ ଷ୍ଟ୍ରାଇକ, ଏୟାର ଷ୍ଟ୍ରାଇକ ପରେ ଏବେ ବୋଫର୍ସ ଷ୍ଟ୍ରାଇକ ପରେ ପାକ୍ ରେଳମନ୍ତ୍ରୀ ଶେଖ ରସିଦ ଭାରତକୁ ପୁଣି ଥରେ ଯୁଦ୍ଧ ଧମକ ଦେବାକୁ ଭୁଲିନାହାଁନ୍ତି । ଏବେ ଯଦି ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୁଏ ତେବେ ଏହି ଯୁଦ୍ଧ ପାରମ୍ପରିକ ବଦଳରେ ପରମାଣୁ ଯୁଦ୍ଧ ହେବ ବୋଲି ଚେତାବନୀ ଶୁଣାଇଥିଲେ ରସିଦ । ସେପଟେ ଭାରତ ବିରୋଧୀ ମନ୍ତବ୍ୟ ଓ ଅସ୍ତ୍ରବିରତି ଉଲ୍ଲଂଘନ ନେଇ ପାକିସ୍ତାନକୁ ଚେତାବନୀ ଦେଇଛି ଆମେରିକା । ଏହାସହିତ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହେବା ପାଇଁ ପାକିସ୍ତାନକୁ ଦାୟୀ କରିଛନ୍ତି ଆମେରିକାର ଦକ୍ଷିଣ ଓ ମଧ୍ୟ ଏସିଆ ମାମଲାର କାର୍ଯ୍ୟକାରୀ ବୈଦେଶିକ ଉପମନ୍ତ୍ରୀ ଏଲିସ ଜୀ ୱେଲ୍ସ । ୧୯୭୨ ସିମଲା ଚୁକ୍ତି ଅନୁସାରେ ଭାରତ ସହ ଆଲୋଚନା ମାଧ୍ୟମରେ ସୀମାପାର ଆତଙ୍କବାଦ ସମସ୍ୟା ଦୂର କରିବାକୁ ପାକିସ୍ତାନକୁ ସେ ପରାମର୍ଶ ଦେଇଛନ୍ତି । ଲଶ୍କର ଓ ଜୈଶ ଆତଙ୍କବାଦୀ ସଂଗଠନ ପାଇ ଦୁଇ ପଡୋଶୀ ଦେଶ ମଧ୍ୟରେ ସମ୍ପର୍କ ପ୍ରଭାବିତ ହୋଇଛି ବୋଲି ଆମେରିକା କହିଛି । ଏହାସହିତ ପାକିସ୍ତାନର ଭାରତ ବିରୋଧୀ ଆଭିମୂଖ୍ୟ ପରିବର୍ତ୍ତନ କରିବାକୁ ଚେତାବନୀ ଶୁଣାଇଛି ଆମେରିକା ।