close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ବିଜେପି ବିଜେଡିର ସଂପର୍କ ନେଇ ରାମଦାସଙ୍କ ଖୋଲାଖୋଲି ବୟାନ

ବିଜେପି ବିଜେଡିର ସଂପର୍କ ନେଇ କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେଙ୍କ ଖୋଲାଖୋଲି ବୟାନ ପରେ ଏବେ ରାଜ୍ୟରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ଉଭୟ ବିଜେପି ଓ ବିଜେଡିକୁ କଂଗ୍ରେସ ଟାର୍ଗେଟ କରିଥିବା ବେଳେ ବିଜେପି କହିଛି ଲୋକ ତାଙ୍କୁ ବିରୋଧୀ ଭୂମିକାରେ ବସାଇଛନ୍ତି। ରାଜ୍ୟର ଉନ୍ନତି ପାଇଁ  ରାଜ୍ୟ ସରକାର କାର୍ଯ୍ୟ ନ କଲେ ଦଳ ସବୁବେଳେ ବିରୋଧ କରୁଛି ଆଉ କରିବ। ବିଜେଡି ଅନୁସାରେ ତାଙ୍କ ଦଳର କାହା ସହ ନାହିଁ ବୁଝାମଣା ।

ବିଜେପି ବିଜେଡିର ସଂପର୍କ ନେଇ ରାମଦାସଙ୍କ ଖୋଲାଖୋଲି ବୟାନ
file photo

ଚନ୍ଦନ ପାଇକରାୟ, ଭୁବନେଶ୍ୱର: ବିଜେପି ବିଜେଡିର ସଂପର୍କ ନେଇ କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେଙ୍କ ଖୋଲାଖୋଲି ବୟାନ ପରେ ଏବେ ରାଜ୍ୟରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ଉଭୟ ବିଜେପି ଓ ବିଜେଡିକୁ କଂଗ୍ରେସ ଟାର୍ଗେଟ କରିଥିବା ବେଳେ ବିଜେପି କହିଛି ଲୋକ ତାଙ୍କୁ ବିରୋଧୀ ଭୂମିକାରେ ବସାଇଛନ୍ତି। ରାଜ୍ୟର ଉନ୍ନତି ପାଇଁ  ରାଜ୍ୟ ସରକାର କାର୍ଯ୍ୟ ନ କଲେ ଦଳ ସବୁବେଳେ ବିରୋଧ କରୁଛି ଆଉ କରିବ। ବିଜେଡି ଅନୁସାରେ ତାଙ୍କ ଦଳର କାହା ସହ ନାହିଁ ବୁଝାମଣା ।

କେନ୍ଦ୍ରମନ୍ତ୍ରୀଙ୍କ ଏହି ବୟାନ ପରେ କଂଗ୍ରେସ ନିଶାନାରେ ଉଭୟ ବିଜେପି ଓ ବିଜେଡି। ଦୀର୍ଘଦିନ ଧରି ବିଜେପି ବିଜେଡିର ସଂପର୍କକୁ ନେଇ ଚାଲିଥିଲା ଚର୍ଚ୍ଚା । କେନ୍ଦ୍ରୀୟ ମାନେ ରାଜ୍ୟକୁ ଆସି ମୁଖ୍ୟମନ୍ତ୍ରୀ ନବୀନଙ୍କ ଗୁଣାଗାନ କରୁଥିବା ବେଳେ ରାଜ୍ୟ ବିଜେପି ମିଛରେ ବିରୋଧ କରୁଥିବା ନେଇ ଆଲୋଚନା ହେଉଥିଲା । ହେଲେ ଶେଷରେ ପୋଲ ଖୋଲିଲେ କେନ୍ଦ୍ରମନ୍ତ୍ରୀ । ଏହାକୁ ନେଇ କଂଗ୍ରେସର କହିବା ଅନୁସାରେ ଦୀର୍ଘଦିନ ହେବ ତାଙ୍କ ଦଳ ଯାହା କହି ଆସୁଥିଲା ଆଜି କେନ୍ଦ୍ରମନ୍ତ୍ରୀ ତାହା ସ୍ପଷ୍ଚ କରିଦେଲା।

ବିଜେପିର କହିବା ଅନୁସାରେ କେନ୍ଦ୍ରମନ୍ତ୍ରୀଙ୍କର ଏହି ବୟାନ ତାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ନବୀନଙ୍କ ବ୍ୟକ୍ତିଗତ ଜୀବନୀକୁ ନେଇ କେନ୍ଦ୍ରମନ୍ତ୍ରୀ ଏଭଳି କହିଛନ୍ତି । ହେଲେ ରାଜ୍ୟର ସ୍ୱାର୍ଥ ପାଇଁ ରାଜ୍ୟ ସରକାର କିଛି କାମ ନ କଲେ ବିଜେପି ବିରୋଧ କରିବ । ଲୋକମାନେ ବିରୋଧୀ ଆସନରେ ବସାଇଛନ୍ତି । ତେଣୁ ବିଜେପି ବିରୋଧୀ ଭୂମିକା ନିଭାଉଛି । ବିଜେଡିର କହିବା ଅନୁସାରେ ତାଙ୍କ ଦଳର କୌଣସି ଦଳ ସହ ନାହିଁ ସମଝୌତା । ମୁଖ୍ୟମନ୍ତ୍ରୀ ପ୍ରଶଂସାର ଯୋଗ୍ୟ । ତେଣୁ ସ୍ୱଭାବିକ ଭାବେ ତାଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି ।