ମଳୟ ମହାନ୍ତି, ଭୁବନେଶ୍ୱର: ଝିଲମିଲ ଆଲୁଅରେ ସଂଗୀତର ତାଳେ ତାଳେ ରାମ୍ପରେ ମଡେଲ ମାନେ ଜଲୱା ଦେଖାଉଛନ୍ତି । ଏମାନେ ସାଧାରଣ ମଡେଲ ନୁହନ୍ତି । ସଂଘର୍ଷ କରି କ୍ୟାନସର ଉପରେ ବିଜୟ ହାସଲ କରିଥିବା ମଣିଷ । ଏମିତି କିଛି ଭିନ୍ନ ଧରଣର ଫ୍ୟାସନ ସୋ ଆୟୋଜନ କରିଛି ପରିଚୟ ଫାଉଣ୍ଡେସନ ।
ଭୁବନେଶ୍ଵରର ଏକ ଘରୋଇ ହୋଟେଲରେ ଏଭଳି ଫ୍ୟାସନ ସୋ ଆୟୋଜନ କରାଯାଇଥିଲା । ଅଧାରୁ ପାଠ ଛାଡୁଥିବା ବାଳିକାଙ୍କୁ ସ୍କଲାରସିପ ଏବଂ କ୍ୟାନସର ପିଡୀତଙ୍କ ପାଇଁ ପାଣ୍ଠି ଯୋଗାଡ କରାଯାଇଥିଲା ଏହି ଫ୍ୟାସନ ସୋ ଜରିଆରେ । ଅଭିନେତ୍ରୀ ରାଜେଶ୍ୱରୀ ଭୂୟାଁ ଏବଂ ବହୁ ପରିଚିତ ମୁହଁ ରାମ୍ପରେ ଚାଲିଥିଲେ। କର୍କଟ ଉପରେ ଜିତ ହାସଲ ପାଇଁ ସାହସ ଏକାନ୍ତ ଲୋଡା ବୋଲି ଏମାନେ ସମାଜକୁ ବାର୍ତ୍ତା ଦେଇଛନ୍ତି । ସମାଜର ଅବହେଳିତ ବର୍ଗର ବାଳିକା ବିଶେଷ କରି ଅଧାରୁ ପାଠ ଛାଡୁଥିବା ବାଳିକାଙ୍କ ପାଇଁ ଅର୍ଥ ଯୋଗାଡ କରିବା ପାଇଁ ପରିଚୟ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଅର୍ଥ ଯୋଗାଡ କରାଯାଏ । ଏଭଳି ଆୟୋଜନ ଦ୍ୱାରା କ୍ୟାନସର ପୀଡିତଙ୍କୁ ସାହସ ମିଳିବା ସହ ଏଥିରୁ ସଂଗୃହୀତ କିଛି ଅର୍ଥ କ୍ୟାନସର ରୋଗୀଙ୍କ ସେବାରେ ଲାଗିବ ବୋଲି ପରିଚୟ ଫାଉଣ୍ଡେସନ ପ୍ରତିଷ୍ଠାତା କହିଛନ୍ତି ।