ପୁଣି ଲଜ୍ୟା; କାରରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ
ଦୁଷ୍କର୍ମ ପରେ କାରରୁ ଠେଲି ଦେଇ ଚାଲିଯାଇଛନ୍ତି ଦୁର୍ବୃତ୍ତ । ଅଗ୍ନିଶମ କର୍ମଚାରୀମାନେ ଯୁବତୀଙ୍କ ପିଏନ୍ କଲେଜ ସମ୍ମୁଖ ଜାତୀୟ ରାଜପଥରୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲ୍ରେ ଭର୍ତ୍ତି କରିଛନ୍ତି।
Trending Photos
)
ଖୋର୍ଦ୍ଧା: ଓଡ଼ିଶାରେ ଆଉ ଏକ ଲଜ୍ଜା । ୧୬ ନଂ ଜାତୀୟ ରାଜପଥର ଖୋର୍ଦ୍ଧା ପ୍ରାଣନାଥ କଲେଜ ନିକଟରେ ଜଣେ ଯୁବତୀକୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି । ଯୁବତୀଙ୍କୁ ମୁମୂର୍ଷୁ ଅବସ୍ଥାରେ ରାସ୍ତାରେ ଫିଙ୍ଗି ଦେଇ ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ ।
ଅଗ୍ନିଶମ କର୍ମଚାରୀମାନେ ଯୁବତୀଙ୍କ ପିଏନ୍ କଲେଜ ସମ୍ମୁଖ ଜାତୀୟ ରାଜପଥରୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲ୍ରେ ଭର୍ତ୍ତି କରିଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି । ଯୁବତୀ ଜଣକ ଖୋର୍ଦ୍ଧା ନୂଆ ମେଡିକାଲ ଅଞ୍ଚଳର ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି । ସେପଟେ ଖୋର୍ଦ୍ଧା ଏସ୍ପି ମେଡିକାଲ୍ରେ ପହଞ୍ଚି ଯୁବତୀଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ଘଟଣା ସମ୍ପର୍କରେ ତାଙ୍କୁ ପଚରା ଉଚରା କରୁଛନ୍ତି ।