close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ବାଙ୍କୀ ପୀଡିତାଙ୍କୁ ମାଡ ମାରି ବୟାନ ବଦଳାଉଛି ପୋଲିସ !

ଦୁଷ୍କର୍ମ ପୀଡିତାଙ୍କୁ ମାଡ ମାରୁଛି ପୋଲିସ ! ବୟାନ ବଦଳାଇବା ପାଇଁ ବାଧ୍ୟ କରୁଛି ! ସାଙ୍ଘାତିକ ଅଭିଯୋଗ ଆଣିଲେ ବାଙ୍କୀ ଦୁଷ୍କର୍ମ ପୀଡିତାଙ୍କ ମାଆ ।

ବାଙ୍କୀ ପୀଡିତାଙ୍କୁ ମାଡ ମାରି ବୟାନ ବଦଳାଉଛି ପୋଲିସ !
ପୋଲିସ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ବାଙ୍କୀ ପୀଡିତା

ଚନ୍ଦନ ପାଇକରାୟ, ଭୁବନେଶ୍ୱର: ବାଙ୍କୀ ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମର ଜନୈକ ଯୁବତୀଙ୍କୁ ଅପହରଣ ମାମଲା । ପୀଡିତାଙ୍କ ବୟାନ ବଦଳାଇବା ପାଇଁ ବାଙ୍କି ପୋଲିସର ଉଦ୍ୟମ ! ଯୁବତୀଙ୍କୁ ମାଡ ମାରି ପୋଲିସ ଘଟଣାର ମୋଡ ବଦଳାଉଥିବା ଅଭିଯୋଗ ଆଣିଛନ୍ତି ପୀଡିତାଙ୍କ ମା । ତଦନ୍ତ ପ୍ରକିୟାରେ ବିଳମ୍ବ ନେଇ ଯୁବତୀଙ୍କ ପରିବାର ତଥା ଦଳିତ ଆଦିବାସୀ ସଙ୍ଘ ପକ୍ଷରୁ ବାଙ୍କୀ ଥାନା ଘେରାଉ କରାଯାଇଛି । 

ଗତ ୩ ତାରିଖରେ ବାଙ୍କୀ ଗୋପାଳପୁର ଗ୍ରାମର ରଘୁପତି ନାୟକଙ୍କ ୧୮ ବର୍ଷିୟ ଝିଅ ପାଣି ଆଣିବାକୁ ଯାଇଥିଲେ । ଘର ନିକଟରେ ଥିବା ନଳକୂପକୁ ଯାଇଥିବା ବେଳେ ସେହି ଗ୍ରାମର ତିନିଜଣ ଯୁବକ ଓ ଦୁଇ ଦୁର୍ବୃତ୍ତ ଅଟୋରେ ଅପହରଣ କରି ନେଇଥିଲେ । ଉପସ୍ଥିତ ବୁଦ୍ଧି ଖଟାଇ କୌଶଳ କ୍ରମେ ଯୁବତୀ ଖୋର୍ଦ୍ଧା କାଇପଦରରେ ଥିବା ତାଙ୍କ ମାମୁଁ ଘରକୁ ଚାଲି ଯାଇଥିଲେ। ପରେ ଯୁବତୀଙ୍କ ମାମୁଁ ଖବର ଦେବାରୁ ବାଙ୍କୀ ପୋଲିସ ଓ ପରିବାର ଲୋକେ ଯାଇ ଯୁବତୀଙ୍କୁ ଉଦ୍ଧାର କରିଥିଲେ। ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ସେପଟେ ବାଙ୍କୀ ପୋଲିସ ଷ୍ଟେସନକୁ ଯାଇ ଝିଅକୁ ଭେଟିବା ପରେ ଏପରି ସାଙ୍ଘାତିକ ଅଭିଯୋଗ କରିଛନ୍ତି ପୀଡିତାଙ୍କ ମାଆ । 

ଅନ୍ୟପଟେ ଘଟଣାକୁ ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଡାକ୍ତରୀମାଇନା କରାଯାଇନାହିଁ । କୋର୍ଟରେ ବୟାନ ମଧ୍ୟ ରେକର୍ଡ ହୋଇନି । ଆଉ ଏହାରି ଭିତରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ପୀଡିତା । ଅଭିଯୁକ୍ତମାନେ ହାତଗୋଡ ବାନ୍ଧି ତାଙ୍କୁ ଦୁଷ୍କର୍ମ କରିଥିଲେ । ପରେ ସୁରଟ ନେବାକୁ ଯୋଜନା କରିଥିଲେ । ହେଲେ ମାଡ ମାରି ଭୁଲ ବୟାନ ଦେବାକୁ ପୋଲିସ କହୁଛି ବୋଲି ସେ ଅଭିଯୋଗ କରିଛନ୍ତି ।  ସେପଟେ ଥାନା ଘେରାଓ ସହ ଦଳିତ ସଙ୍ଘ କହିଛି, ନ୍ୟାୟ ନମିଳିଲେ ଆନ୍ଦୋଳନ ଜୋରଦାର ହେବ । 

ଘଟଣାକୁ ନେଇ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିବାକୁ ରୋକଠୋକ ମନା କରିଦେଇଛି ପୋଲିସ । ପୀଡିତାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ ଚାଲିଛି ।