ଶାହଙ୍କ ୧୨୦+ ମିଶନ ପରି ନଡ୍ଡାଙ୍କ ଫୋକସ୍ ବି ଫୁସକି ଯିବ !

ଓଡ଼ିଶାରେ ଶାହ ଫେଲ୍, ଆଉ ନଡ୍ଡା ?

ଶାହଙ୍କ ୧୨୦+ ମିଶନ ପରି ନଡ୍ଡାଙ୍କ ଫୋକସ୍ ବି ଫୁସକି ଯିବ !
ଡିଜାଇନ ଫଟୋ

ଯଯାତି ମହାନ୍ତି, ଭୁବନେଶ୍ୱର: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବା ପରେ ଜେ।ପି।ନଡ୍ଡା ଅଣ ବିଜେପି ଶାସିତ ରାଜ୍ୟକୁ ଫୋକସ କରାଯିବ ବୋଲି କହିଥିଲେ । ଆଉ ଏହାକୁ ନେଇ ରାଜ୍ୟ ରାଜନୀତିରେ ବୟାନବାଜି ଆରମ୍ଭ ହୋଇଛି । ୨୦୧୯ରେ ପ୍ରମାଣିତ ହୋଇସାରିବା ପରେ ଓଡିଶା ଉପରେ ଫୋକସ କରିବାର ଅର୍ଥ କ'ଣ ବୋଲି ବିଜେଡ଼ି ପ୍ରଶ୍ନ କରିଛି । ଓଡ଼ିଶା ଯେଉଁ ଦାବି ଲଗାତା ଭାବେ କରିଆସୁଛି, ତା ଉପରେ ଫଳପ୍ରଦ ନିଷ୍ପତ୍ତି ନିଅନ୍ତୁ । ତାହାହିଁ ହେବ ଅସଲ ଫୋକସ ବୋଲି ବିଜେଡ଼ି ବିଧାୟକ ଶଶୀ ଭୂଷଣ ବେହେରା କହିଛନ୍ତି । ଏପଟେ କଂଗ୍ରେସ ବିଧାୟକ କହିଛନ୍ତି, ୨୦୨୪ରେ ନବୀନ କି ମୋଦି ନୁହେଁ, କଂଗ୍ରେସ ହିଁ କ୍ଷମତାକୁ ଫେରିବ । ବିଜେପି ଏହା ଉପରେ ପ୍ରତିକ୍ରିୟା ରଖି କହିଛି, ଓଡିଶାର ଶାସନ ଆଗାମୀ ଦିନରେ ବିଜେପି ସହ ଯୋଡି ହେବ ।

ଜଗତ ପ୍ରକାଶ ନଡ୍ଡା ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ଅଣ-ବିଜେପି ଶାସିତ ରାଜ୍ୟ ଉପରେ ଦଳ ଫୋକସ କରିବ ବୋଲି କହିଛନ୍ତି । ଓଡ଼ିଶାରେ କ୍ଷମତାକୁ ଆସିବା ପାଇଁ ୨୦୧୯ରେ ମିଶନ ୧୨୦+ର ଡାକରା ଦଳ ଦେଇଥିଲେ ମଧ୍ୟ ମାତ୍ର ୨୩ ବିଧାୟକରେ ସୀମିତ ରହିଥିଲା । ଓଡ଼ିଶା ବିଜେପି ପାଇଁ ଫୋକସ ରାଜ୍ୟ ହୋଇଥିଲେ ମଧ୍ୟ ବିରୋଧି ଏହାକୁ ଏତେଟା ଗୁରୁତ୍ୱ ଦେଇନାହାନ୍ତି । ୨୦୧୯ରେ ପ୍ରମାଣିତ ହୋଇସାରିବା ପରେ ଓଡିଶା ଉପରେ ଫୋକସ କରିବାର ଅର୍ଥ କ'ଣ ବୋଲି ବିଜେଡ଼ି ପ୍ରଶ୍ନ କରିଛି । ରାଜନୈତିକ ଅସ୍ଥିରତା ପାଇଁ ଉଦ୍ୟମ କଲେ ଏହା ଫଳପ୍ରଦ ହେବ ନାହିଁ ବୋଲି ବିଜେଡ଼ି ବିଧାୟକ ଶଶୀ ଭୂଷଣ ବେହେରା କହିଛନ୍ତି । କଂଗ୍ରେସ ବିଧାୟକ ସୁର ରାଉତରାୟ ମଧ୍ୟ ନଡ୍ଡାଙ୍କ ମନ୍ତବ୍ୟକୁ କଟାକ୍ଷ କରିଛନ୍ତି । 

ଆହୁରି ପଢ଼ନ୍ତୁ; ଅଭ୍ୟାସ ମ୍ୟାଚରେ ଫେଲ୍, ଆଗକୁ ରହିଛି ସୁପର ସିରିଜ

ଓଡ଼ିଶାବାସୀ ନବୀନଙ୍କୁ ଭଲ ପାଉଥିବାରୁ ଲଗାତାର ଶାସନ କ୍ଷମତାରେ ବିଜେଡ଼ି ରହିଛି । ରାଜ୍ୟରେ ବିଜେଡ଼ି ଛଡ଼ା ଆଉ କୌଣସି ଦଳ ତିଷ୍ଠି ପାରିବ ନାହିଁ ବୋଲି ବିଜେଡ଼ି କହିଥିବା ବେଳେ କଂଗ୍ରେସ ମଧ୍ୟ ବିଜେପିର ମିଶନ ସଫଳ ହେବ ନାହିଁ ବୋଲି କହିଛି । ଅନ୍ୟପଟେ ବିଜେଡ଼ି ଓ କଂଗ୍ରେସର ଆକ୍ଷେପକୁ ନେଇ ବିଜେପି ତାର ପ୍ରତିକ୍ରିୟା ରଖିଛି । ଦଳର ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, ବିଜେପି ସାଥିରେ ଓଡିଶାର ଶାସନ ଆଗାମୀ ଦିନରେ  ଯୋଡି ହେବ । 

ଜାତୀୟ ସ୍ତରରେ ଅଧ୍ୟକ୍ଷ ବଦଳିବା ସହ ରାଜ୍ୟରେ ସଭାପତି ପଦରେ ବସିଛନ୍ତି ସମୀର ମହାନ୍ତି । ଆଗକୁ ପୌର ନିର୍ବାଚନ ଓ ସମବାୟ ନିର୍ବାଚନରେ ବିଜେପିର ଶକ୍ତି ପ୍ରଦର୍ଶନ କରିବାକୁ ଆଉ ଏକ ସୁଯୋଗ ମିଳିବ । ହେଲେ ଏହି ସୁଯୋକୁ ଦଳ କେତେ ଉପଯୋଗ କରୁଛି ଏବଂ ରାଜ୍ୟବାସୀ ଏହା ଉପରେ କେତେ ଭରସା କରୁଛନ୍ତି, ତାହା ଆଗକୁ ଜଣାପଡ଼ିବ ।

ଆହୁରି ପଢ଼ନ୍ତୁ; ଜେ.ପି. ଦେବେ ଦିଲ୍ଲୀ !