Advertisement
Article Detail0/zeeodisha/odisha696723
Zee OdishaBhubneshwarପରୋକ୍ଷରେ ଓଡ଼ିଶା ସହିତ ଏଭଳି ସମ୍ପର୍କ ଥିଲା ସୁଶାନ୍ତଙ୍କର...

ପରୋକ୍ଷରେ ଓଡ଼ିଶା ସହିତ ଏଭଳି ସମ୍ପର୍କ ଥିଲା ସୁଶାନ୍ତଙ୍କର...

ଓଡ଼ିଶାରେ ଅବସ୍ଥାପିତ ବରିଷ୍ଠ ପୋଲିସ ଅଧିକାରୀ ଅମିତାଭ ଠାକୁରଙ୍କ ସହିତ ସୁଶାନ୍ତଙ୍କର ଏଭଳି ଥିଲା ସମ୍ପର୍କ...

ପରୋକ୍ଷରେ ଓଡ଼ିଶା ସହିତ ଏଭଳି ସମ୍ପର୍କ ଥିଲା ସୁଶାନ୍ତଙ୍କର...

ନୂଆଦିଲ୍ଲୀ: ବଲିଉଡ଼ର ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଇତି ମଧ୍ୟରେ ଦୁଇ ଦିନ ବିତିସାରିଛି। ତାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ତାଙ୍କର ପ୍ରଶଂସକ ତଥା  ସିନେ ପ୍ରେମୀ। ତେବେ ସୁଶାନ୍ତ ସିଂହ ରାଜପୁତଙ୍କ ଓଡ଼ିଶା ସହିତ ସିଧାସଳଖ ନଥିଲେ ମଧ୍ୟ ପରୋକ୍ଷରେ ସମ୍ପର୍କ ରହିଥିଲା। ଯାହା ସମ୍ପର୍କରେ ଖୁବ କମ ଲୋକଙ୍କୁ ଜଣାଥିବ। 

ଗତ ୧୪ ତାରିଖ ଦିନ ପ୍ରାୟ ୨ଟା ସମୟରେ ସୁଶାନ୍ତଙ୍କ ଦେହାନ୍ତ ସମ୍ପର୍କରେ ଖବର ସାମ୍ନାକୁ ଆସିଥିଲା। ଆଉ ଏହି ଖବର ପାଇବା ପରେ ଆଇଜି ଅପରେସନ ଥିବା ବରିଷ୍ଠ ପୋଲିସ ଅଧିକାରୀ ଅମିତାଭ ଠାକୁର ଟ୍ୱିଟ ଯୋଗେ ଶୋକବ୍ୟକ୍ତ କରିଥିଲେ। ଏପରିକି ସୁଶାନ୍ତଙ୍କ ସହିତ ବିତିଥିବା କିଛି ସ୍ମୃତିକୁ ମଧ୍ୟ ସେ ଟ୍ୱିଟରେ ଉଲ୍ଲେଖ କରିଥିଲେ। ଟ୍ୱିଟରେ ବରିଷ୍ଠ ଅଧିକାରୀ ଲେଖିଛନ୍ତି ଯେ, ଏହା ଗଭୀର କ୍ଷତ। ଆମେମାନେ କିଛି ଦିନ ପୂର୍ବରୁ କଥା ହେଇଥିଲେ। ହଠାତ ତୁମର ମୃତ୍ୟୁ ବହୁତ ଆଘାତ ଦେଇଛି। 

fallback

Add Zee News as a Preferred Source

ସେ ଆହୁରି ଲେଖିଥିଲେ କି, ମୋର ମନେ ଅଛି ତୁମେ ମୋର ବାହାଘରରେ ବହୁତ ନାଚିଥିଲ। କିନ୍ତୁ ତୁମେ ଆଜି ନାହଁ। ଏହା ବ୍ୟକ୍ତିଗତ ସ୍ତରରେ ମୋତେ ବହୁତ ଆଘାତ ଦେଇଥିବା ନେଇ ଅମିତାଭ ଟ୍ୱିଟରରେ ଉଲ୍ଲେଖ କରିଥିଲେ। 

ଏଠାରେ ଆମେ କହି ରଖୁଛୁ ଯେ, ବରିଷ୍ଠ ପୋଲିସ ଅଧିକାରୀ ଅମିତାଭ ଠାକୁର ଓଡ଼ିଶା କ୍ୟାଡ଼ର ପୋଲିସ ଅଧିକାରୀ ହୋଇଥିଲେ ମଧ୍ୟ ତାଙ୍କର ଜନ୍ମସ୍ଥାନ ବିହାରର ପାଟନା ଅଞ୍ଚଳରେ। ଯାହା ସୁଶାନ୍ତଙ୍କର ଗ୍ରାମ ମଧ୍ୟ ସେହି ଅଞ୍ଚଳରେ। ଏହା ବ୍ୟତୀତ ଅମିତାଭ ଠାକୁରଙ୍କ ପତ୍ନୀ ସୁଶାନ୍ତଙ୍କ ଭଉଣୀଙ୍କର ଘନିଷ୍ଠ ବାନ୍ଧବୀ ରହିଥିବା ଜଣାପଡ଼େ। ଫଳରେ ଅମିତାଭଙ୍କ ବାହାଘରରେ ସୁଶାନ୍ତ ଝିଅ ଘର ପକ୍ଷରୁ ଅତିଥି ହୋଇଥିଲେ ମଧ୍ୟ ବରଯାତ୍ରୀରେ ବହୁତ ନାଚିଥିବା ନେଇ ଅମିତାଭ ଠାକୁର ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି। 

 

About the Author