ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଦିନର ସର୍ବୋଚ୍ଚ ତାପମାତ୍ରା ଅପରିବର୍ତ୍ତତ ରହିବା ସହ ଏହା ପରେ ୨-୩ ଡିଗ୍ରୀ ବୃଦ୍ଧି ପାଇବ।
Trending Photos
)
ଭୁବନେଶ୍ବର: ତାତିରୁ ମିଳିଛି ତ୍ରାହି। ଟ୍ବିନ୍ ସିଟିରେ କାଳବୈଶାଖି ପ୍ରଭାବରେ ହୋଇଯାଇଛି ବର୍ଷା। ଭୁବନେଶ୍ୱର ଏବଂ କଟକ ଠାରେ ବିଜୁଳି ଘଡଘଡି ସହ ବର୍ଷା ହୋଇଛି। ଏହା ସହିତ ରାଜ୍ୟରେ ଆସନ୍ତା ୭୨ ଘଣ୍ଟା ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବିଜୁଳି ଘଡଘଡି ସହ ବଜ୍ରପାତ ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।
ଛତିଶଗଡ ଏବଂ ଏହାର ଆଖପାଖ ଅଞ୍ଚଳରେ ସମୁଦ୍ରପତ୍ତନ ଠାରୁ ଦେଢ କିଲୋମିଟର ପର୍ଯ୍ୟନ୍ତ ଏକ ଘୂର୍ଣ୍ଣିବଳୟ ଲମ୍ବିଛି। ଆସନ୍ତାକାଲି ସକାଳ ସାଢେ ୮ଟା ସୁଦ୍ଧା କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, କୋରାପୁଟ, ଗଜପତି, କନ୍ଧମାଳ ଆଦି ଜିଲ୍ଲାରେ ବିଜୁଳି ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହା ସହ କୋରାପୁଟ, ଗଜପତି, କନ୍ଧମାଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଭଦ୍ରକ, ଖୋର୍ଦ୍ଧା ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।
Also Read: ବଢୁଛି ତାପମାତ୍ରା; ଆଗକୁ କାଳବୈଶାଖି ସମ୍ଭାବନା
ଆସନ୍ତାକାଲି କାଳବୈଶାଖୀର ପ୍ରକୋପ ବୃଦ୍ଧି ପାଇବା ସହ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ ଜିଲ୍ଲାରେ ବଜ୍ରପାତ ସହ ୩୦-୪୦ କିଲୋମିଟର ପବନ ବହିବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୯ ତାରିଖରେ ମଧ୍ୟ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
Alos Read: ଉର୍ଦ୍ଧ୍ୱ ମୁହାଁ ହେଲା ପାରଦ; ଆଗକୁ ବର୍ଷା ସମ୍ଭାବନା
ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଦିନର ସର୍ବୋଚ୍ଚ ତାପମାତ୍ରା ଅପରିବର୍ତ୍ତତ ରହିବା ସହ ଏହା ପରେ ୨-୩ ଡିଗ୍ରୀ ବୃଦ୍ଧି ପାଇବ। ଆସନ୍ତା ୩୦ ତାରିଖରୁ ପାଗରେ ପୁନଃ ପରିବର୍ତ୍ତନ ହୋଇ ୩୧ ତାରିଖରୁ ଖରା ବଢିବା ସହ ଗ୍ରୀଷ୍ମ ପ୍ରବାହ ନେଇ ସତର୍କତା ଜାରି କରାଯାଇଛି। ଅନ୍ୟ ପଟେ ସେ ସମୟରେ ସମୁଦ୍ର ଅଶାନ୍ତ ସହ ୪୦-୫୦ କିଲୋମିଟର ବେଗରେ ପବନ ବହିବା ବହିବାର ସମ୍ଭାବନା ଥିବାରୁ ଆସନ୍ତା ୨୯ ତାରିଖରୁ ୩୧ ପର୍ଯ୍ୟନ୍ତ ସମୁଦ୍ର ପ୍ରବେଶ ନେଇ ବାରଣ କରାଯାଇଛି।