ପରିଜା ଲାଇବ୍ରେରୀ ଉପରୁ ଆତ୍ମହତ୍ୟା ଧମକ ଦେଉଥିବା ଯୁବକ ଉଦ୍ଧାର

 ଘଟଣା ସ୍ଥଳରେ  ଅଗ୍ନିଶମ ବାହିନୀ ପହଞ୍ଚି କ୍ରେନ ସାହାଯ୍ୟରେ ଉଦ୍ଧାର କରିଛି । ବର୍ତ୍ତମାନ ତାଙ୍କୁ କ୍ୟାପିଟାଲ୍‌ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ପରିଜା ଲାଇବ୍ରେରୀ ଉପରୁ ଆତ୍ମହତ୍ୟା ଧମକ ଦେଉଥିବା ଯୁବକ ଉଦ୍ଧାର

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସର ପରିଜା ଲାଇବ୍ରେରୀ ଛାତ ଉପରେ ଆତ୍ମହତ୍ୟାର ଧମକ ଦେଉଥିବା ଯୁବକ ସୁବୋଧ କୁମାର ବାରିକଙ୍କୁ ଉଦ୍ଧାର କରାଯାଇଛି । ଘଟଣା ସ୍ଥଳରେ  ଅଗ୍ନିଶମ ବାହିନୀ ପହଞ୍ଚି କ୍ରେନ ସାହାଯ୍ୟରେ ଉଦ୍ଧାର କରିଛି । ବର୍ତ୍ତମାନ ତାଙ୍କୁ କ୍ୟାପିଟାଲ୍‌ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।
ବ୍ରୁଣ୍ଟୋ ସ୍କାଏଲିଫ୍ଟ ଜରିଆରେ କର୍ମଚାରୀମାନେ ସଂପୃକ୍ତ ବ୍ୟକ୍ତିଙ୍କ ନିକଟକୁ ବାରମ୍ବାର ଯାଇ ବୁଝାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ତଳକୁ ଆସିବାରୁ ରାଜି ନଥିଲେ ସୁବୋଧ । ତାଙ୍କୁ ପିଇବା ପାଣି, ରୁଟି ଓ ଭଜା ମଧ୍ୟ ଖାଇବାକୁ ଦିଆଯାଇଥିଲା । ପିନ୍ଧିବାକୁ ପୋଷାକ ମଧ୍ୟ ଦିଆଯାଇଥିଲା । ଶେଷରେ ସାମାନ୍ୟ ବୁଝାଇବା ସହ ଛାତ ଉପରକୁ ଯାଇ କର୍ମଚାରୀମାନେ ତାଙ୍କୁ କାବୁ କରି ଲିଫ୍ଟ ମାଧ୍ୟମରେ ତଳକୁ ଆଣିବାରେ ସଫଳ ହୋଇଛନ୍ତି ।

 ଆସନ୍ତାକାଲି ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ଲାଟିନମ୍ ଜୁବଲି ପାଳନ ହେବ । ପ୍ଲାଟିନମ୍ ଜୁବଲି ପାଳନ ହେବ। ପାଇଁ ପରିଜା ଲାଇବ୍ରେରୀରେ ରଙ୍ଗ ଦିଆଯାଉଥିଲା । ତେବେ ରଙ୍ଗଦିଆ ସିଡିରେ ଯୁବକ ଜଣକ ଛାତ ଉପରକୁ ଚଢ଼ିଥିଲେ ।