ସଡ଼କ ଦୁର୍ଘଟଣା: ଭିନ୍ନ ଭିନ୍ନ ସ୍ଥାନରେ ୨ ମୃତ, ୪ ଗୁରୁତର
Advertisement

ସଡ଼କ ଦୁର୍ଘଟଣା: ଭିନ୍ନ ଭିନ୍ନ ସ୍ଥାନରେ ୨ ମୃତ, ୪ ଗୁରୁତର

ଦିନକୁ ଦିନ ସଡକ ଦୁର୍ଘଟଣା ବଡିବାରେ ଲାଗିଛି । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି ।

ସଡ଼କ ଦୁର୍ଘଟଣା: ଭିନ୍ନ ଭିନ୍ନ ସ୍ଥାନରେ ୨ ମୃତ, ୪ ଗୁରୁତର

ଭୁବନେଶ୍ୱର: ଦିନକୁ ଦିନ ସଡକ ଦୁର୍ଘଟଣା ବଡିବାରେ ଲାଗିଛି । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି ।

ସୂଚନା ଅନୁସାରେ, ବାଲେଶ୍ଵର ଜିଲ୍ଲା ୬୦ ନମ୍ବର ଜାତୀୟ ରାଜପଥର ଇନ୍ଦିରା ଛକ ଠାରେ ମର୍ମଦୁନ୍ତ ସଡକ ଦୁର୍ଘଟଣା ଘଟିଛି । ବସରୁ ଓହ୍ଲାଇ ମା ଓ ଝିଅ ଆସୁଥିବା ସମୟରେ ଡମ୍ପର ଧକ୍କାଦେବା ଯୋଗୁଁ ଝିଅର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ବସ୍ତା ବ୍ଲକ ପୁରୁଷୋତ୍ତମପୁର ପଞ୍ଚାୟତ ବାଗଲଡିହା ଗ୍ରାମର ବିପ୍ଳବ ଗାଣଙ୍କ ସ୍ତ୍ରୀ ଏବଂ ଝିଅ ଶ୍ୱଶୁର ଘରୁ ବସରେ ଆସି ଇନ୍ଦିରା ଛକ ଠାରେ ଓହ୍ଲାଇବା ପରେ ରାସ୍ତାରେ ଯାଉଥିବା ଡମ୍ପରଟି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବିପ୍ଳବଙ୍କ ଝିଅ ପ୍ରଜ୍ଞାପରମିତା ଗାଣଙ୍କ ମୃତ୍ୟୁ ଘଟିଛି । ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିବା ସହ ଉତ୍ତେଜନା ଲାଗି ରହିଥିଲା । ଘଟଣାସ୍ଥଳରେ ବସ୍ତା ଆଇଆଇସି ଏବଂ ବସ୍ତା ତହସିଲଦାର ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା ପରେ ରାସ୍ତାରୋକ ହଟିଥିଲା । 

 କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ବେଳାମାଲ ନିକଟରେ ଛିଡ଼ାହୋଇଥିବା ଏକ ବାଇକ୍ କୁ  ଟ୍ରାକ୍ଟର ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । କେସିଙ୍ଗାରୁ ଭବାନୀପାଟଣା ଅସୁଥିବା ବେଳେ ଏହି  ଦୁର୍ଘଟଣା  ଘଟିଥିଲା ।ଏଥିରେ ୨ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି ।  ଗୁରୁତରଙ୍କୁ ପ୍ରଥମେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲା । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । 
ଗୁରୁତରମାନେ ହେଲେ ଯାଜପୁର ଜିଲ୍ଲା ବୈତରଣୀ ରୋଡର  ଜୟନାରାୟଣ ପୃଷ୍ଟି , ଘନଶ୍ୟାନ ପୃଷ୍ଟି।  ଆନନ୍ଦପୁରରୁ ଯାଜପୁର ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ତେବେ ରାସ୍ତା ଖରାପ ଥିବାରୁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ସଡକ ଦୁର୍ଘଟଣାରେ ଅନେକ ଲୋକଙ୍କ ଜୀବନ ଯାଉଥିଲେ ବି ଲୋକମାନେ ସଚେତନ ହେଉ ନାହାଁନ୍ତି କି ପ୍ରଶାସନ ଏ ଦିଗରେ ଠୋସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ।