• ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଟିକାକରଣ
  • ଗଞ୍ଜାମ ଜିଲ୍ଲାପାଳଙ୍କ ନୂଆ ନିୟମ
  • ଦୋକାନୀ ସହ କର୍ମଚାରୀ ଟିକା ନେବା ବାଧ୍ୟତାମୂଳକ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୧୧୬୭ ଜଣଙ୍କ ଜୀବନ
  • ଦେଶରେ ଦିନକରେ ୪୨ ହଜାର ୬୪୦ ଜଣ କୋରୋନାରେ ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଆଜି ୨୯୫୭ କୋରୋନା ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଆଉ ୩୮ ଜଣଙ୍କ ଜୀବନ ନେଲା କୋରୋନା
  • ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୩୮ ଲକ୍ଷ ୮୮ ହଜାର ୩୫୫କୁ ବୃଦ୍ଧି
  • ଟିକାକରଣରେ ଭାରତର ରେକର୍ଡ; ଦିନକରେ ୮୪ ଲକ୍ଷରୁ ଅଧିକ ଲୋକ ନେଲେ ଚିକା
  • ୨ୟ ବର୍ଷ ପାଇଁ ଅମରନାଥ ଯାତ୍ରା ବନ୍ଦ

ମୁଣ୍ଡ ନେଉଛି ସଡକ ଦୁର୍ଘଟଣା, କେବେ ଲାଗିବ ବିରାମ?

 କୋରୋନା କଟକଣା ସରିବା ପରେ ରାଜ୍ୟରେ ବୃଦ୍ଧି ପାଇଛି ଦୁର୍ଘଟଣା। କ୍ରାଇମବ୍ରାଞ୍ଚ ପକ୍ଷରୁ ମିଳିଥିବା ରିପୋର୍ଟ ମୁତାବକ ଗତ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ରାଜ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୨୭ ପ୍ରତିଶତ ବୃଦ୍ଧି ପାଇଛି। 

ମୁଣ୍ଡ ନେଉଛି ସଡକ ଦୁର୍ଘଟଣା, କେବେ ଲାଗିବ ବିରାମ?

ସରୋଜ ବେହେରା,ଭୁବନେଶ୍ବର: ସରିଲା ଲକ ଡାଉନ। ଏହା ପରେ ରାସ୍ତାକୁ ଓହ୍ଲାଇଲେ ଲୋକେ। ଆଉ ତା'ସହିତ ବଢିଲା ସଡକ ଦୁର୍ଘଟଣା। ଗତ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୨୭ ପ୍ରତିଶତ ବୃଦ୍ଧି ପାଇଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ରିପୋର୍ଟ ଆସିବା ପରେ ଏବେ ସଡକ ସୁରକ୍ଷା ନେଇ ସବୁ ଜିଲ୍ଲାର ଚିନ୍ତା ବଢିଯାଇଛି। କେବଳ ୯ଟି ଜିଲ୍ଲାକୁ ଛାଡିଦେଲେ ରାଜ୍ୟର ଅନ୍ୟ ୨୧ଟି ଜିଲ୍ଲାରେ ଦୁର୍ଘଟଣାଜନିତ ମୃତ୍ୟୁହାର ହାର୍ ଅଧିକ ରହିଛି।

ବିଶେଷ କରି ୪ଟି ଜିଲ୍ଲା ମାଲାକାନଗିରିରେ ୧୬୬%, କୋରାପୁଟରେ ୧୬୪%, କନ୍ଧମାଳରେ ୧୪୯% ଏବଂ ନୂଆପଡା ୧୦୦% ସଡକ ଦୁର୍ଘଟଣା (Road Accident) ସହ ମୃତ୍ୟୁହାର ବୃଦ୍ଧିପାଇଛି। କୋରୋନା କଟକଣା ସରିବା ପରେ ରାଜ୍ୟରେ ବୃଦ୍ଧି ପାଇଛି ଦୁର୍ଘଟଣା। କ୍ରାଇମବ୍ରାଞ୍ଚ ପକ୍ଷରୁ ମିଳିଥିବା ରିପୋର୍ଟ ମୁତାବକ ଗତ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ରାଜ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୨୭ ପ୍ରତିଶତ ବୃଦ୍ଧି ପାଇଛି। ତାଲିକାରେ ମାଲକାନଗିରି ଜିଲ୍ଲା ଆଗରେ ରହିଥିବା ବେଳେ କରୋପୁଟ ଦ୍ବିତୀୟ ଓ କନ୍ଧମାଳ ତୃତୀୟ ସ୍ଥାନରେ ରହିଛି।

୨୧ଟି ଜିଲ୍ଲାରେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଥିବା ଜଣାପଡିବା ପରେ ଏହାର କାରଣ ଜାଣିବାକୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ପରିବହନ ବିଭାଗ ପ୍ରମୁଖ ସଚିବ ମଧୁସୁଦନ ପାଢୀ। ଦୁର୍ଘଟଣା ପଛର କାରଣ କଣ, କିଭଳି ଏହାକୁ ରୋକାଯାଇପାରିବ ସେ ନେଇ ବିସ୍ତୃତ ରିପୋର୍ଟ ୧୫ ଦିନ ମଧ୍ୟରେ ଦେବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି। ଦୁର୍ଘଟଣାଜନିତ ମୃତ୍ୟୁହାରକୁ ହ୍ରାସ କରିବା କ୍ଷେତ୍ରରେ ଆଇନ ଉଲଂଘନକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। 

Also Read: ନାବାଳକକୁ ସ୍କୁଟି ଦେବା ପଡିଲା ମହଙ୍ଗା; ମାଲିକ ଗଣିବେ ୨୬ ହଜାର ଟଙ୍କା

 

ବିଶେଷକରି ଦ୍ରୁତଗତିରେ ଗାଡି ଚଳାଇବା, ମଦ ପିଇ ଗାଡି ଚଳାଇବା, ହେଲମେଟ୍ ନପିନ୍ଧିବା, ଗାଡି ଚଳାଇବା ବେଳେ ମୋବାଇଲ୍‌ରେ କଥା ହେବା ଭଳି ଆଇନ ଉଲ୍ଲଘନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପରିବହନ ବିଭାଗ ସଚିବ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ୧୫ଦିନିଆ ଏକ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଯେଉଁଥିରେ ଜିଲ୍ଲାରେ କ’ଣ ପାଇଁ ଦୁର୍ଘଟଣା ବୃଦ୍ଧି ହେଉଛି ଏବଂ ଏହାର ହ୍ରାସ ଲାଗି କ'ଣ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ସେ ବାବଦରେ ଏହି ରିପୋର୍ଟରେ ଉଲ୍ଲେଖ ରହିବ ବୋଲି ସଚିବ ସ୍ପଷ୍ଟ କରିଛନ୍ତି। 

ରାଜ୍ୟରେ ଦୁର୍ଘଟଣା ଏବଂ ଦୁର୍ଘଟଣାଜନିତ ମୃତ୍ୟୁହାରକୁ ନେଇ ଗତ କିଛିମାସର କ୍ରାଇମ୍‌ବ୍ରାଞ୍ଚ ଏବଂ ଏନ୍‌ଫୋର୍ସମେଣ୍ଟର ରିପୋର୍ଟକୁ ନେଇ ସଚିବ ସମୀକ୍ଷା କରିଥିଲେ। ୨୦୧୪ରେ ଦୁର୍ଘଟଣାରେ ୩୯୩୧ ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ୨୦୧୯ରେ ଏହି ମୃତ୍ୟୁସଂଖ୍ୟା ୫୦୩୩ରେ ପହଞ୍ଚିଛି। ଅର୍ଥାତ ବିଗତ ୫ବର୍ଷରେ ମୃତ୍ୟୁହାରରେ ୩୬% ବୃଦ୍ଧି ଘଟିଛି। ୨୦୧୪ ମସିହାରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ଘଟଣାରେ ଓଡ଼ିଶା ସମଗ୍ର ଦେଶରେ ୧୬ତମ ସ୍ଥାନରେ ରହିଥିଲା। 

Also Read: ବାଇକ ଚାଳକଙ୍କ ପାଇଁ ଖୁସି ଖବର! ଆପଣଙ୍କୁ ଦୁର୍ଘଟଣାରୁ ରକ୍ଷା କରିବ ଏହି ଆଶ୍ଚର୍ଯ୍ୟଜନକ ଉପକରଣ

ଏବେ ମୃତ୍ୟୁହାର ବୃଦ୍ଧି ପାଇବାରୁ ଏହି ସଂଖ୍ୟା ୧୨କୁ ପହଞ୍ଚିଛି। ସୁପ୍ରିମ୍‌କୋର୍ଟ କମିଟି ୨୦୧୪କୁ ଦୃଷ୍ଟିରେ ୨୦୨୦ ସୁଦ୍ଧା ସଡ଼କ ଦୁର୍ଘଟଣାରେ ୫୦%କୁ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରତ୍ୟେକ ଆରଟିଓଙ୍କ ଠାରୁ ମିଳିଥିବା ରିପୋର୍ଟରୁ ବିଭିନ୍ନ ଜିଲ୍ଲାରେ ଏନ୍‌ଫୋର୍ସମେଣ୍ଟ ସେଭଳି ସନ୍ତୋଷଜନକ ଭାବେ କରାଯାଉ ନାହିଁ। ଇଣ୍ଟରସେପ୍ଟର ଭେଇକିଲ, ବ୍ରେଥ୍ ଆନାଲାଇଜର, ବ୍ୟାରିକେଡ୍ ଆଦି ନିର୍ମାଣ ଲାଗି ସରକାର ବହୁ ପରିମାଣର ଅର୍ଥ ଖର୍ଚ୍ଚ କରୁଛନ୍ତି। ଏହି ସବୁ ମେସିନ୍‌ ବ୍ୟବହାର ଲାଗି ଠିକାରେ ନିଯୁକ୍ତ କର୍ମଚାରୀଙ୍କ ପାଇଁ ମଧ୍ୟ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ବୋଲି ଜାତୀୟ ସଡକ ସୁରକ୍ଷା କାଉନସିଲ ପୂର୍ବତନ ସଦସ୍ୟ ସୟଦ ମକବୁଲ ଅଲି କହିଛନ୍ତି।  

ରାଜ୍ୟରେ ଯେଉଁ ଭଳି ଭାବେ ଦୁର୍ଘଟଣା ଏବଂ ଦୁର୍ଘଟଣାଜନିତ ମୃତ୍ୟୁହାର ବୃଦ୍ଧି ପାଉଛି ସେ ନେଇ ମୁଖ୍ୟ ଶାସନସଚିବଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ସୁପ୍ରିମ୍‌କୋର୍ଟ କମିଟି ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ। ମୋଟର ଭେଇକିଲ୍ ଆଇନର ଉଲ୍ଲଘନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ୧୫ଦିନିଆ ଏକ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। 

Also Read:  ମୋଦିଙ୍କ ବାଟରେ ନବୀନ; ଡାଟା ରହିଲେ ଘାଟା!

 

ଯେଉଁଥିରେ ଜିଲ୍ଲାରେ କ’ଣ ପାଇଁ ଦୁର୍ଘଟଣା ବୃଦ୍ଧି ହେଉଛି ଏବଂ ଏହାର ହ୍ରାସ ଲାଗି କ'ଣ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ସେ ସଂକ୍ରାନ୍ତରେ ଏହି ରିପୋର୍ଟରେ ଉଲ୍ଲେଖ ରହିବ ବୋଲି ସଚିବ ସ୍ପଷ୍ଟ କରିଛନ୍ତି। ଅପରପକ୍ଷରେ ରାସ୍ତାକଡ଼ରେ ପାକିଂ କରାଯାଉଥିବା ଗାଡି ପାଇଁ ବହୁ ସଂଖ୍ୟାରେ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି। ବିଭିନ୍ନ ଗାଡି ଯେପରି ରାସ୍ତାକଡ଼ରେ ପାର୍କି କରାଯାଏ ସେଥ୍ୟପ୍ରତି ଧ୍ୟାନ ଦେବାକୁ ଚିଠିରେ ଉଲ୍ଲେଖ ରହିଛି।