close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ବର୍ଷାରେ କାନ୍ଥ ଭୁଶୁଡି ୨ମୃତ, ୪ ଗୁରୁତର

ଲଗାଣ ବର୍ଷାରେ ରାଜ୍ୟର ବିଭିନ୍ନ ସ୍ଥାନରେ କାନ୍ଥ ଭୁଶୁଡ଼ି ୨ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗଣେସ୍ୱରପୁର ନୂଆସାହି ଗାଁରେ ଲଗାଣ ବର୍ଷା ଯୋଗୁ ଘରର କାନ୍ଥ ଭୁଶୁଡ଼ି ଯାଇଛି। ଫଳରେ ସ୍ୱାମୀର  ମୃତ୍ୟୁ ହୋଇଥିବା ବେଳେ, ସ୍ତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କ ନାଁ କୈଳାସ ସାମଲ(୮୦)। ଗତକାଲି ବିଳମ୍ୱିତ ରାତିରେ ସେମାନେ ଶୋଇଥିବା ମାଟି ଘରଟି ହଠାତ୍‌ ଭୁଶୁଡ଼ି ପଡ଼ିଥିଲା। ଫଳରେ କୈଳାସ ମାଟି କାନ୍ଥ ତଳେ ଚାପି ହୋଇ ଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ବର୍ଷାରେ କାନ୍ଥ ଭୁଶୁଡି ୨ମୃତ, ୪ ଗୁରୁତର

ଭୁବନେଶ୍ୱର: ଲଗାଣ ବର୍ଷାରେ ରାଜ୍ୟର ବିଭିନ୍ନ ସ୍ଥାନରେ କାନ୍ଥ ଭୁଶୁଡ଼ି ୨ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗଣେସ୍ୱରପୁର ନୂଆସାହି ଗାଁରେ ଲଗାଣ ବର୍ଷା ଯୋଗୁ ଘରର କାନ୍ଥ ଭୁଶୁଡ଼ି ଯାଇଛି। ଫଳରେ ସ୍ୱାମୀର  ମୃତ୍ୟୁ ହୋଇଥିବା ବେଳେ, ସ୍ତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କ ନାଁ କୈଳାସ ସାମଲ(୮୦)। ଗତକାଲି ବିଳମ୍ୱିତ ରାତିରେ ସେମାନେ ଶୋଇଥିବା ମାଟି ଘରଟି ହଠାତ୍‌ ଭୁଶୁଡ଼ି ପଡ଼ିଥିଲା। ଫଳରେ କୈଳାସ ମାଟି କାନ୍ଥ ତଳେ ଚାପି ହୋଇ ଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

 
ସେହିପରି ବାଲେଶ୍ୱର ଜିଲ୍ଲାଜଳେଶ୍ୱରରେ ମଧ୍ୟ ଲହାଣ ବର୍ଷା ଯୋଗୁଁ ଭଦୁଆ ଗାଁରେ  କାନ୍ଥ ଭୁଶୁଡିବା ଯୋଗୁଁ ଗୋଟିଏ ପରିବାରର ଜଣଙ୍କ ମୃତ୍ୟୁ ହୋଇଥିବା ବେଲେ ୨ ଜଣ ଗୁରୁତର ହୋଇଛନ୍ତି।  ରବୀନ୍ଦ୍ର ବାରିକଙ୍କ ମୃତ୍ୟୁ ହୋଇଥିବା ବେଲେ ସ୍ତ୍ରୀ ସୁମିତ୍ରା ଓ ଝିଅ ଶୁଭଲକ୍ଷ୍ମୀ ଗୁରୁତର ଅବସ୍ଥାରେ ହାତୀଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। 

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍ ରେ   ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ୨ ଗୁରୁତର,୨ ଆହତ ହୋଇଛନ୍ତି । ଗୁରୁତରଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର ହେଲେ ଘସିପୁରା ବ୍ଲକ ବସନ୍ତପୁରା ଗ୍ରାମ ର ମାଇନ ହାଁସଦା ଏବଂ ଆନନ୍ଦପୁର ବ୍ଲକ ପଚାଙ୍ଗ ଗ୍ରାମ ର ଇତିଶ୍ରୀ ନାୟକ।

Tags: