ବିଦାୟୀ ସଭାପତି ବସନ୍ତ ପଣ୍ଡାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କଲେ ସମୀର
Advertisement

ବିଦାୟୀ ସଭାପତି ବସନ୍ତ ପଣ୍ଡାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କଲେ ସମୀର

ରାଜ୍ୟ ବିଜେପିର ୯ମ ସଭାପତି ହେଉଛନ୍ତି ସମୀର

ବିଦାୟୀ ସଭାପତି ବସନ୍ତ ପଣ୍ଡାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କଲେ ସମୀର

ଭୁବନେଶ୍ୱର: ରାଜ୍ୟ ବିଜେପିର ମଙ୍ଗ ସମ୍ଭାଳିଲେ ସମୀର ମହାନ୍ତି । ନୂଆ ସଭାପତି ଭାବେ ସମୀର ମହାନ୍ତିଙ୍କୁ ସମ୍ବର୍ଦ୍ଧନା ଓ ଦାୟିତ୍ୱ ହସ୍ତାନ୍ତର ପାଇଁ ରାଜ୍ୟ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ, ବିଜେପି କେନ୍ଦ୍ରୀୟ ଅଧିକାରୀ ସୌଦାନ ସିଂ, ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା, ସାଂସଦ ଅପରାଜିତା ଷଡଙ୍ଗୀ, ପୂର୍ବତନ ସଭାପତି କନକ ବର୍ଦ୍ଧନ ସିଂହଦେଓ ଓ ବିଦାୟୀ ସଭାପତି ବସନ୍ତ ପଣ୍ଡାଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା  ଉପସ୍ଥିତ ଥିଲେ । ସମସ୍ତ ନେତା ସମୀରଙ୍କୁ ଅଭିନନ୍ଦନ ଜଣାଇବା ସହ ସମୀରଙ୍କୁ ସହଯୋଗ କରିବେ ବୋଲି କହିଛନ୍ତି।

ବିଦାୟୀ ସଭାପତି ବସନ୍ତ ପଣ୍ଡା ତାଙ୍କ କାର୍ଯ୍ୟ କାଳରେ ସମସ୍ତଙ୍କ ଠାରୁ ସହଯୋଗ ପାଇଛନ୍ତି ବୋଲି  ଅଭିଭାଷଣରେ କହିଥିଲେ । ନୂଆ ସଭାପତିଙ୍କୁ ସମସ୍ତେ ସହଯୋଗ କରିବେ ବୋଲି ସେ ଆଶା କରିଛନ୍ତି । ଅନ୍ୟପକ୍ଷରେ ଜଣେ ସାଧାରଣ କାର୍ଯ୍ୟକର୍ତ୍ତା ଭାବେ ସଂଯୋଜକ ହୋଇ ଦଳ କୁ ସୁଦୃଢ କରିବାକୁ ସମୀର କହିଛନ୍ତି । ଦୀର୍ଘ 16 ବର୍ଷ ପରେ ରାଜ୍ୟ ବିଜେପି ରାଜ୍ୟ ସଭାପତି ଭାବେ ପାଇଛି ଜଣେ  ଉପକୂଳ ନେତାଙ୍କୁ ।

ସମ୍ବର୍ଦ୍ଧନା  ଲାଗି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବ୍ୟାପକ ଆୟୋଜନ କରାଯାଇଥିଲା। ବାଣ, ବାଜା ରୋଷଣୀ ରେ ସମୀରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆନୁଷ୍ଠାନିକ ଭାବେ ଦାୟିତ୍ବ ହସ୍ତାନ୍ତର କରିଥିଲେ ବସନ୍ତ ପଣ୍ଡା । ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଜନମରଣ ନୀତି ବିରୁଧ୍ୟରେ ସମୀରଙ୍କ ନେତୃତ୍ୱ ରେ ବିଜେପି କାମ କରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଏମିତି କି ସମ୍ବର୍ଦ୍ଧନା ଉତ୍ସବରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସମସ୍ତେ ସମୀରଙ୍କୁ  ସହଯୋଗ କରି ଦଳ କୁ ଆଗକୁ ନେବେ ବୋଲି  ଧର୍ମେନ୍ଦ୍ର କହିଛନ୍ତି ।