Advertisement
Article Detail0/zeeodisha/odisha664244
Zee OdishaBhubneshwarଏମିତି ପ୍ରତିଷ୍ଠା ଦିବସ ପାଳିଲା ରାଜ୍ୟ ବିଜେପି...

ଏମିତି ପ୍ରତିଷ୍ଠା ଦିବସ ପାଳିଲା ରାଜ୍ୟ ବିଜେପି...

ମାସ୍କର ସଂଖ୍ୟା ବୃଦ୍ଧି ପାଇଁ ବିଜେପିର କର୍ମକର୍ତ୍ତାମାନେ ନିଜ ନିଜ ଘରେ ଥିବା ସିଲେଇ ମେସିନ ସହାୟତାରେ ତିଆରି କରି ପଡ଼ୋଶୀଙ୍କୁ ବାଣ୍ଟିବେ । 

ଫଟୋ ସୌଜନ୍ୟ: ଟ୍ୱିଟର@BJP4Odisha
ଫଟୋ ସୌଜନ୍ୟ: ଟ୍ୱିଟର@BJP4Odisha

ଯଯାତୀ ମହାନ୍ତି, ଭୁବନେଶ୍ୱର: ଆଜି ଭାରତୀୟ ଜନତା ପାର୍ଟିର ୪୦ତମ ପ୍ରତିଷ୍ଠା ଦିବସ । ହେଲେ ଏହି ଉତ୍ସବକୁ କୋରୋନା ମହାମାରୀ ପାଇଁ ଭିନ୍ନ ଢଙ୍ଗରେ ପାଳିବାକୁ ନିଷ୍ପତି ନେଇଛି ଦଳ । ଜାତୀୟ ସ୍ତର ଠାରୁ ଆରମ୍ଭ କରି ରାଜ୍ୟସ୍ତର ପର୍ଯ୍ୟନ୍ତ ସବୁଠି ପଡ଼ିଛି କୋରୋନାର ପ୍ରଭାବ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ କେବଳ ଦଳର ପ୍ରତିଷ୍ଠାତାଙ୍କ ଫଟୋରେ ମାଲ୍ୟର୍ପଣ କରି ରାଜ୍ୟ ବିଜେପି ସଭାପତି ଦଳୀୟ କର୍ମୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ରଖିଛନ୍ତି । କୋରୋନା ବିରୋଧ ଲଢ଼େଇରେ ଦଳର କର୍ମକର୍ତ୍ତା ସାମିଲ ହେବା ସହ ଗୋଟିଏ ଓଳି ଉପାସ ରହିବାକୁ ନିଷ୍ପତ୍ତି ନେଇଛନ୍ତି । 

ସେହିପରି ମାସ୍କର ସଂଖ୍ୟା ବୃଦ୍ଧି ପାଇଁ ବିଜେପିର କର୍ମକର୍ତ୍ତାମାନେ ନିଜ ନିଜ ଘରେ ଥିବା ସିଲେଇ ମେସିନ ସହାୟତାରେ ତିଆରି କରି ପଡ଼ୋଶୀଙ୍କୁ ବାଣ୍ଟିବେ । ଏହା ସହ ପିଏମ୍ କେୟାର ଫଣ୍ଡରୁ ଅଧିକ ଅନୁଦାନ ପାଇଁ ପ୍ରତ୍ୟେକ କର୍ମୀ ସର୍ବନିମ୍ନ ୪୦ ବ୍ୟକ୍ତିଙ୍କୁ ଅନୁରୋଧ କରିବେ । କୋରୋନା ଲଢ଼େଇରେ ସାମିଲ ଥିବା ପୋଲିସ, ସ୍ୱାସ୍ଥ୍ୟ କର୍ମୀ, ଡ଼ାକ୍ତର, ଗଣମାଧ୍ୟମ, ବ୍ୟାଙ୍କ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଦସ୍ତଖତ ଅଭିଯାନ ଆରମ୍ଭ କରିବେ ବୋଲି ପ୍ରତିଷ୍ଠା ଦିବସରେ ସଂକଳ୍ପ ନିଆଯାଇଛି । ଏନେଇ ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି ।

About the Author