'ସମୀର' ଧରିଲେ ରାଜ୍ୟ ବିଜେପିର ମଙ୍ଗ

ରାଜ୍ୟ ବିଜେପି ସଭାପତି ହେଲେ ସମୀର ମହାନ୍ତି ।

'ସମୀର' ଧରିଲେ ରାଜ୍ୟ ବିଜେପିର ମଙ୍ଗ
ସୌଜନ୍ୟ: ସୋସିଆଲ ମିଡିଆ
ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି ହେଲେ ସମୀର ମହାନ୍ତି । ବହୁ ଆଲୋଚନାର ଅନ୍ତ ଘଟାଇ ସମୀର ମହାନ୍ତି ହୋଇଛନ୍ତି ରାଜ୍ୟ ବିଜେପି ସଭାପତି । ରାଜ୍ୟ ବିଜେପି ପକ୍ଷରୁ ଗୋଟିଏ ହିଁ ନାମାଙ୍କନ ପତ୍ର ଦାଖଲ ହୋଇଛି , ଆଉ କୌଣସି ବି ନେତା ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି...
 
ଅନ୍ୟ କୌଣସି ନେତା ନାମାଙ୍କନ ପତ୍ର ଦାଖଲ କରି ନ ଥିବାରୁ ସମୀର ମହାନ୍ତିଙ୍କ ନାମରେ ହିଁ ମୋହର ଲାଗିଛି । ତେବେ ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିଥିଲେ । ଏହା ସହ ଅନ୍ୟ ନେତା ମଧ୍ୟ ଉପସ୍ଥିତ ଅଛନ୍ତି ।
 

ଯଦି ଏକାଧିକ ନାମାଙ୍କନ ଦାଖଲ କରାଯାଇଥାଆନ୍ତା ତେବେ ଆଜି ଅପରାହ୍ଣ ୩ ଟାରୁ ୪ ମଧ୍ୟରେ ହୋଇଥାଆନ୍ତା ନୋମିନେସନ । ଆଉ ଆସନ୍ତାକାଲି ସକାଳ ୧୦ଟାରେ ହୋଇଥାଆନ୍ତା ଭୋଟ ଗ୍ରହଣ । ମାତ୍ର କେବଳ ସମୀର ମହାନ୍ତି ନାମାଙ୍କନ ପତ୍ର ଦାଖଲ କରିଥିବାରୁ  ସେ ହିଁ ରାଜ୍ୟ ବିଜେପୁର ମଙ୍ଗ ଧରିବେ ବୋଲୁ ସ୍ପଷ୍ଟ ହୋଇଛି ।

ସମୀର ୨୦୧୯ ନିର୍ବାଚନରେ ଏକାମ୍ର ଭୁବନେଶ୍ୱର ବିଧାନସଭା ଆସନରୁ ଛିଡ଼ା ହୋଇଥିଲେ ମାତ୍ର ବିଜେଡି ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କଠାରୁ ପରଜୟ ହୋଇଥିଲେ ପୂର୍ବରୁ ଦଳ ବସନ୍ତ ପଣ୍ଡାଙ୍କ ଉପରେ ଭରସା କରିଥିବାବେଳେ ବର୍ତ୍ତମାନ ସମୀରଙ୍କ ଉପରେ ଭରସା କରିଛି