close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ପୁଣି କାଳିଆ ରିଟର୍ଣ୍ଣସ୍...ନଭେମ୍ବରରେ ମିଳିବ ଦ୍ୱିତୀୟ କିସ୍ତି ଟଙ୍କା

 ଆସନ୍ତା ନଭେମ୍ବର ମାସରେ ମିଳିବ କାଳିଆ ଟଙ୍କା...ଅଗଷ୍ଟ ମାସରେ ହିତାଧିକାରୀଙ୍କ ଯାଞ୍ଚ ସରିଥିବା ବେଳେ, କାଳିଆ ଟଙ୍କାର ଦ୍ୱିତୀୟ କିସ୍ତି ନଭେମ୍ବରରେ ମିଳିବ । ଏନେଇ ମଙ୍ଗଳବାର ଘୋଷଣା କରିଛନ୍ତି ରାଜ୍ୟ କୃଷି ସଚିବ ସୌରଭ ଗର୍ଗ । ଲୋକସେଭା ଭବନରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି କୃଷି ସଚିବ । କାଳିଆ ଟଙ୍କାରେ ବ୍ୟାପକ ଦୁର୍ନୀତି ନେଇ ବିରୋଧୀ ଅଭିଯୋଗ କରିଥିଲେ । ଏହା ପରେ କୃଷି ବିଭାଗ କାଳିଆ ଟଙ୍କା ବଣ୍ଟନ ବନ୍ଦ ରଖିଥିଲେ । କାଳିଆ ଯୋଜନାରେ ବହୁ ଅଯୋଗ୍ୟ ହିତାଧିକାରୀଙ୍କ ନାଁ ରହିଥିବା ଅଭିଯୋଗ ପରେ ରାଜ୍ୟ ସରକାର ଓ କୃଷି ବିଭାଗ ତତ୍ପରତା ଦେଖାଇଥିଲେ ।

ପୁଣି କାଳିଆ ରିଟର୍ଣ୍ଣସ୍...ନଭେମ୍ବରରେ ମିଳିବ ଦ୍ୱିତୀୟ କିସ୍ତି ଟଙ୍କା
file photo

ବିଭୂତି ଭୂଷଣ ଦାସ, ଭୁବନେଶ୍ୱର: ଆସନ୍ତା ନଭେମ୍ବର ମାସରେ ମିଳିବ କାଳିଆ ଟଙ୍କା...ଅଗଷ୍ଟ ମାସରେ ହିତାଧିକାରୀଙ୍କ ଯାଞ୍ଚ ସରିଥିବା ବେଳେ, କାଳିଆ ଟଙ୍କାର ଦ୍ୱିତୀୟ କିସ୍ତି ନଭେମ୍ବରରେ ମିଳିବ । ଏନେଇ ମଙ୍ଗଳବାର ଘୋଷଣା କରିଛନ୍ତି ରାଜ୍ୟ କୃଷି ସଚିବ ସୌରଭ ଗର୍ଗ । ଲୋକସେଭା ଭବନରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି କୃଷି ସଚିବ । କାଳିଆ ଟଙ୍କାରେ ବ୍ୟାପକ ଦୁର୍ନୀତି ନେଇ ବିରୋଧୀ ଅଭିଯୋଗ କରିଥିଲେ । ଏହା ପରେ କୃଷି ବିଭାଗ କାଳିଆ ଟଙ୍କା ବଣ୍ଟନ ବନ୍ଦ ରଖିଥିଲେ । କାଳିଆ ଯୋଜନାରେ ବହୁ ଅଯୋଗ୍ୟ ହିତାଧିକାରୀଙ୍କ ନାଁ ରହିଥିବା ଅଭିଯୋଗ ପରେ ରାଜ୍ୟ ସରକାର ଓ କୃଷି ବିଭାଗ ତତ୍ପରତା ଦେଖାଇଥିଲେ ।

ଏହି ଘଟଣାକୁ ନେଇ କୃଷି ମନ୍ତ୍ରୀ ମଧ୍ୟ ରାଜ୍ୟବାସୀଙ୍କୁ କହିଥିଲେ ଅଯୋଗ୍ୟ ହୋଇଥିଲେ ଟଙ୍କା ଫେରାଇବାକୁ । ଏନେଇ ମଧ୍ୟ କୃଷି ବିଭାଗ ପକ୍ଷରୁ ତଦନ୍ତ କରାଯାଇଥିଲା । କାଳିଆ ହିତାଧିକାରୀଙ୍କ ତାଲିକା ଯାଞ୍ଚ କରାଯାଇ ପ୍ରକୃତ ହିତାଧିକାରୀଙ୍କୁ ଟଙ୍କା ଦେବା ପାଇଁ କୃଷି ବିଭାଗ ବ୍ୟବସ୍ଥା କରୁଥିଲା । ଏହି ଯାଞ୍ଚ ପ୍ରକ୍ରିୟା ଅଗଷ୍ଟ ମାସରେ ଶେଷ ହୋଇଥିବା କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି । ଏଥି ସହ ଦ୍ୱିତୀୟ କିସ୍ତି ଟଙ୍କା ଯୋଗ୍ୟ ହିତାଧିକାରୀଙ୍କୁ ହିଁ ପ୍ରଦାନ କରାଯିବ ।