)
ଭୁବନେଶ୍ୱର: ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପ୍ରିୟବ୍ରତ ପଟ୍ଟନାୟକଙ୍କ ଦେହାନ୍ତ। ମୁମ୍ବାଇରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦୀର୍ଘ ଦିନ ଧରି ସେ କର୍କଟ ରୋଗରେ ପୀଡ଼ିତ ହୋଇ ମୁମ୍ବାଇରେ ଚିକିତ୍ସାଧିନ ଥିଲେ। ତେବେ ଆଜି ସକାଳ ପ୍ରାୟ ସାଢେ ୭ଟାରେ ପରଲୋକ ହୋଇଯାଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବର୍ଷ ହୋଇଥିଲା। ତାଙ୍କୁ ଓଡ଼ିଶା ଅଣାଯାଉଥିବା ନେଇ ତାଙ୍କର ନିକଟତମ ସମ୍ପର୍କୀୟ ସୂଚନା ଦେଇଛନ୍ତି।