ରାଜଧାନୀରେ ଚାଲିଥିଲା ଦେହ ବେପାର, ଧରାପଡ଼ିଲେ ବଙ୍ଗୀୟ ଯୁବତୀ

ରାଜଧାନୀ ଉପକଣ୍ଠ ହୋଟେଲରେ ଚାଲିଥିଲା ଦେହ ବେପାର

ରାଜଧାନୀରେ ଚାଲିଥିଲା ଦେହ ବେପାର, ଧରାପଡ଼ିଲେ ବଙ୍ଗୀୟ ଯୁବତୀ
ସୌଜନ୍ୟ: ସୋସିଆଲ ମିଡିଆ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ହୋଟେଲରେ ଚାଲିଥିଲା ଦେହ ବେପାର । ରାକେଟରେ ସମ୍ପୃକ୍ତ ୬ ବଙ୍ଗୀୟ ଯୁବତୀ ଖଣ୍ଡଗିରି ଥାନା ଅଧୀନ ଏମ୍ସ ନଗରର ସାନସିବ୍ ହୋଟେଲରେ ଟୁରିଷ୍ଟ ଭାବେ ପରିଚୟ ଦେଇ ରହୁଥିଲେ । ୩ଟି ରୁମ୍ ବୁକ୍ ହୋଇଥିଲା ଏମାନଙ୍କ ନାଁରେ । ଏମାନଙ୍କର କିଙ୍ଗପିନ୍ ବି ଦେହ ବେପାର କରେ । ସବୁ କଣ୍ଟାକ୍ଟ ଚାଲେ ଅନ୍ ଲାଇନରେ । ୭ ହଜାର ଟଙ୍କାରେ ମୁଲଚାଲ ଛିଡେ । ଆଉ ଗ୍ରାହକ ଆସି ପହଞ୍ଚିଥାନ୍ତି ଠିକଣା ସ୍ଥାନରେ । ତେବେ ଖଣ୍ଡଗିରି ପୋଲିସ ଏହି ରାକେଟର ପର୍ଦ୍ଦାଫାଶ କରିଛି ।

ପୋଲିସର ସୂଚନା ଅନୁସାରେ ଦଲାଲ ପ୍ରତି ମାସରେ ଯୁବତୀ ବଦଳାଇ ଥାନ୍ତି । ରାକେଟରେ ସଂପୃକ୍ତ ଥିବା ହୋଟେଲ ମ୍ୟାନେଜରକୁ ପୋଲିସ ଗିରଫ କରିବା ସହ ୨ ଦଲାଲ ମହମ୍ମଦ ନିହାର ଓ ମହମ୍ମଦ ସେହବାଜ୍ ଗିରଫ ହୋଇଛନ୍ତି । ସେପଟେ ଜଣେ ଇଂଜିନିୟର ଗ୍ରାହକକୁ ବି ପୋଲିସ ଗିରଫ କରିଛି । ସେମାନଙ୍କ ନିକଟରୁ ନଗଦ ଟଙ୍କା ସହ ଆପତ୍ତିଜନକ ସାମଗ୍ରୀ ଓ କାର ଜବତ କରିଛି ପୋଲିସ ।