ଭୁବନେଶ୍ବର ପଳାସପଲ୍ଲୀର ଚାଲୁଥିବା ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣର କାର୍ଯ୍ୟାଳୟରେ ଚାଲିଥିବା ଯୌନ କେଳେଙ୍କାରୀ କଥା । ଯେଉଁଠି ଗତ କିଛିବର୍ଷ ହେବ ଚାଲିଛି ଦେହ ବ୍ୟବସାୟ ।
Trending Photos
ସରୋଜ ବେହେରା, ଭୁବନେଶ୍ବର: ଆଜ୍ଞା ହଁ ଆମେ କୌଣସି ଦେହ ବ୍ୟବସାୟର କୋଠାରେ କୌଣସି ଦଲାଲଙ୍କ କଥା କହୁନାହୁଁ । ଆମେ କହୁଛୁ ଭୁବନେଶ୍ବର ପଳାସପଲ୍ଲୀର ଚାଲୁଥିବା ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣର କାର୍ଯ୍ୟାଳୟରେ ଚାଲିଥିବା ଯୌନ କେଳେଙ୍କାରୀ କଥା । ଯେଉଁଠି ଗତ କିଛିବର୍ଷ ହେବ ଚାଲିଛି ଦେହ ବ୍ୟବସାୟ । ସଂସ୍ଥାର ସମ୍ପାଦକ ସୁରେଶ ଚନ୍ଦ୍ର ବେହେରାଙ୍କ ବିରୋଧରେ ଗତ ନଭେମ୍ବର ମାସରୁ ଏ ନେଇ ଏୟାରପୋର୍ଟ ଥାନାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ଅଭିଯୁକ୍ତ ଫେରାର ଦର୍ଶାଇ ଚୁପ୍ ବସିଛି ପୋଲିସ । ଘଟଣା ସାମ୍ନାକୁ ଆସିବା ପରେ ରାଜଧାନୀରେ ଆଲୋଡ଼ନ ସୃଷ୍ଟି ହୋଇଛି । କେବଳ ସେତିକି ନୁହେଁ ଅନେକ ସମୟରେ ଅଧିକାରୀମାନେ ପରିଦର୍ଶନ ଓ ଅଡିଟ୍ କରିବାକୁ ଆସିଥାନ୍ତି । ସେମାନଙ୍କୁ ଖୁସି କରିବା ପାଇଁ ଯୁବତୀଙ୍କୁ ଭେଟି ଦିଆଯାଇଥିବା ନେଇ ଅଭିଯୋଗ ମଧ୍ୟ ଆସିଛି । ରାଜ୍ୟ ବାହାରୁ କେତେକ ଯୁବତୀଙ୍କୁ ଅଣାଯାଏ, ବାହାରୁ ଯୁବତୀ ଆସି ନପାରିଲେ ତାଙ୍କୁ ମଧ୍ୟ କେତେ ଥର ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରାଯାଇଛି ।
Also Read: ଦିଲ୍ଲୀରେ ଲାଗିଲା 'ପାକିସ୍ତାନ ଜିନ୍ଦାବାଦ' ନାରା, ଆକ୍ସନରେ ପୋଲିସ
ଆଲୁଅରେ ୨୫ ଶହ ଅନ୍ଧାରରେ ଡବଲ । ମନ ଖୁସ୍ କଲା ଭଳି ରହିଛି ସବୁ ଆଇଟମ । ଏଭଳି ଚାଲିଛି ମୁଖ୍ୟମନ୍ତ୍ରୀ (Chief Minister) ଙ୍କ ବାସଭବନ ଇଲାକା ପଳାଶପଲ୍ଲୀରେ । ପଳାଶପଲ୍ଲୀରେ ବାସୁଛି ସେକ୍ସ ରାକେଟ (Sex Racket) ର ପଳାଶ ଫୁଲ ପରି ବାସନା । ଭିନ୍ନକ୍ଷମ ତାଲିମ କେନ୍ଦ୍ର (Disable Training Center) ରେ ଦିଆଯାଉଛି ଦେହ ବେପାରର ଘୃଣ୍ୟ ତାଲିମ । ସୌଦାଗରଙ୍କ ସହ ସଉଦା କରିବା ପାଇଁ ଭିନ୍ନକ୍ଷମଙ୍କୁ ଦିଆଯାଉଛି ନିର୍ଯାତନା । ତଦାରଖ କରିବା ପାଇଁ ଆସୁଥିବା ସାହେବ ମାନଙ୍କ ପାଇଁ ମଗାଯାଉଛି କଲଗାର୍ଲ( Call Girl) ! ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ସଜା ଯାଉଛି ଫୁଲର ସେଜ । ବାରମ୍ବାର ଥାନାରେ ଅଭିଯୋଗ ପରେ ବି ନିଆଯାଉନି କାର୍ଯ୍ୟାନୁଷ୍ଠାନ । ଅଭିଯୋଗ ହେଉଛି ବଡ ବଡିଆଙ୍କ ଚାପରେ ଚେପା କମିଶନରେଟ ପୋଲିସ (Commissionerate Police) ଅଭିଯୁକ୍ତ ଫେରାର ଦର୍ଶାଇ ଚୁପ ହୋଇ ବସିପଡିଛି ।
Also Read: ସବୁଠାରୁ ବଡ଼ ପରିବାର: ଜଣେ ବ୍ୟକ୍ତିଙ୍କ ୨୭ ସ୍ତ୍ରୀ ସହ ୧୫୦ ପିଲା
ଭିଜୁଆଲ ଭାଇରାଲ ହେବା ପରେ ରାଜଧାନୀରେ ଖେଳିଯାଇଛି ଚାଞ୍ଚଲ୍ୟ । ରାଜଧାନୀର ଭିଆଇପି ଅଞ୍ଚଳ ପଳାଶପଲ୍ଲୀରେ ଥିବା ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ କାର୍ଯ୍ୟାଳୟରେ ଦୀର୍ଘ ଦିନ ହେବ ଚାଲିଛି ଯୌନ କେଳେଙ୍କାରୀ । ବାବୁଙ୍କୁ ଖୁସି ନ କଲେ ମିଳିବନି ଦରମା, ଅଭିଯୋଗ କଲେ ଜୀବନ ଯିବାଟା ଥୟ । ପ୍ରଥମେ ଏଭଳି ପରେ ଯୌନ ନିର୍ଯାତନା (Sexual Harassment) ଦେଇ ବିନା ଦରମା (Salary) ରେ ବିଦା । ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ (Nikhil Utkal Physically Different Welfare) ମହାସଂଘ'ର ସଂପାଦକ ସୁରେଶ ଚନ୍ଦ୍ର ବେହେରାଙ୍କ ବିରୋଧରେ ଗତ ନଭେମ୍ବର ମାସରୁ ଏନେଇ ଏୟାରପୋର୍ଟ (Air port) ଥାନାରେ ମାମଲା ରୁଜୁ ହୋଇଛି । ଏୟାରପୋର୍ଟ ଥାନାରେ କେସ୍ ନଂ-୨୪୮/୨୦ରେ ଆଇପିସିର ଦଫା ୪୨୦,୩୫୪(ଏ),୩୫୪(ଡି),୨୯୪,୩୨୩, ୫୦୬, ୫୦୯ରେ ମାମଲା ରୁଜୁ କରିଛି ପୋଲିସ । ଦୁଇ ମାସ ବିତି ଯାଇଥିଲେ ବି ଅଭିଯୁକ୍ତକୁ ଫେରାର ଦର୍ଶାଇ ଚୁପ୍ ବସି ଯାଇଛି ପୋଲିସ ।
Also Read: ଜବ କାର୍ଡ଼ ଓ ରାସନ କାର୍ଡ଼ ପରେ GRS ହାତେଇଛନ୍ତି 'ବିଜୁ ପକ୍କା ଘର'
ସମ୍ପୃକ୍ତ ସଂସ୍ଥା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆର୍ଥିକ ସହାୟତାରେ ଚାଲିଛି । ଅନେକ ସମୟରେ ଅଧିକାରୀମାନେ ପରିଦର୍ଶନ ଓ ଅଡିଟ୍ (Audit) କରିବାକୁ ଆସିଥାନ୍ତି । ଅଧିକାରୀମାନଙ୍କୁ ଖୁସି କରିବା ପାଇଁ ଯୁବତୀଙ୍କୁ ଭେଟି ଦିଆଯାଏ। କେତେ ବେଳେ ରାଜ୍ୟ ବାହାରୁ ଯୁବତୀଙ୍କୁ ଅଣାଯାଏ ତ ଆଉ କେତେ ବେଳେ ଯୁବତୀ ଆସି ନ ପାରିଲେ ଭିନ୍ନକ୍ଷମଙ୍କୁ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରାଯାଇଥାଏ । ଭାଇରାଲ ହୋଇଥିବା ଭିଡିଓ (Viral Video) ରେ ଜଣେ ଯୁବତୀଙ୍କୁ ଘର ଭିତରେ ପୂରାଇ ଜଣେ କର୍ମଚାରୀ ବାହାରୁ ତାଲା ମାରି ଦେଉଛନ୍ତି । ଭିତରେ ଜଣେ ବାବୁ ଆଗରୁ ବସିଛନ୍ତି, ଯୁବତୀଙ୍କୁ ଅର୍ଶୀଳ ଇଙ୍ଗିତ ମଧ୍ୟ କରାଯାଉଛି। ଯୁବତୀଙ୍କ ସହ ଭିତରେ ଥିବା ବାବୁ ଜଣକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର ଅଧିକାରୀ ସଂଗ୍ରାମ ଦାସ । ଭିଡିଓକୁ ମଧ୍ୟ ଅଭିଯୋଗକାରିଣୀ ପୋଲିସ ନିକଟରେ ଦାଖଲ କରିଛନ୍ତି । କେବଳ ପୋଲିସ ଅଧିକାରୀ ନୁହଁନ୍ତି ଏ ସଂକ୍ରାନ୍ତରେ ଭିନ୍ନକ୍ଷମ କମିଶନରଙ୍କ ନିକଟରେ ମଧ୍ୟ ଅଭିଯୋଗ ହୋଇଛି ।ବିଭିନ୍ନ ଗଣମାଧ୍ୟମ (Media) ରେ ମଧ୍ୟ ଖବର ପ୍ରକାଶ ହୋଇଛି । ଶେଷରେ ବୈଦ୍ୟୁତିକ ଗଣମାଧ୍ୟମ (Television Media) ରେ ଖବର ପ୍ରସାରିତ ହେବା ପରେ ଚେତିଛି କମିଶନ (Commission) । ସୋମବାର ଏ ସଂକ୍ରାନ୍ତରେ ଖୋଳତାଡ କରାଯିବ ବୋଲି ଭିନ୍ନକ୍ଷମ ଅଧ୍ୟକ୍ଷା ସ୍ପଷ୍ଟ କରିଛନ୍ତି ।
Also Read: ମାତ୍ର ୩ ଦିନରେ ନୂଆ ଗ୍ରହ ଆବିଷ୍କାର କଲେ ୧୭ ବର୍ଷୀୟ ଛାତ୍ର
ସଙ୍ଗୀନ ଅଭିଯୋଗକୁ ଦୁଇ ମାସ ପୁରିବାକୁ ବସିଥିଲେ ମଧ୍ୟ ଫେରାର ଅଭିଯୁକ୍ତକୁ ଧରିପାରି ନାହିଁ କି ଅଭିଯୋଗର ଉପଯୁକ୍ତ ଅନୁସନ୍ଧାନ ମଧ୍ୟ କରାଯାଇ ନାହିଁ । ଏଠାରେ ପ୍ରଶ୍ନ ଉଠିଛି ସେଠାକୁ ଯେଉଁ ସବୁ ବାବୁମାନେ ଆସୁଥିଲେ ସେମାନେ ସମସ୍ତେ କିଏ ? ପୂର୍ବରୁ ଅଭିଯୋଗ ରହିଥିଲେ ବି କାହିଁକି ନିଆଯାଉନି କାର୍ଯ୍ୟାନୁଷ୍ଠାନ ? ସଂସ୍ଥାରେ ଲାଗିଥିବା ସିସିଟିଭି (CCTV)ସବୁ ଚାଲୁଥିବା ବେଳେ ସେ ସବୁର ତଥ୍ୟ ଗାୟବ କରିବାକୁ ଚାଲିନି ତ ଚକ୍ରାନ୍ତ ? ଭାଇରାଲ ଭିଡିଓ ପଛରେ ରହିଛି କି ସତ୍ୟାସତ୍ୟ ? ରାଜଧାନୀ (Capital) ରେ ଏଭଳି ସଙ୍ଗୀନ ମାମଲାରେ କାହିଁକି ଚୁପ ବସିଛି ପୋଲିସ ।
Edited: Zee Odisha Desk