ସରୋଜ ବେହେରା, ଭୁବନେଶ୍ବର: ରାଜ୍ୟରେ ସାଂଘାତିକ ହେବାକୁ ଲାଗିଛି କୋରୋନା ପରିସ୍ଥିତି । ସପ୍ତାହକ ମଧ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୪ ଗୁଣ ବଢି ୮ ଶହ ପାଖାପାଖି ପହଞ୍ଚିଲାଣି । ପରିସ୍ଥିତି ଏଭଳି ଯେ, ଏହାକୁ ରୋକା ନ ଗଲେ ମାସ ଶେଷ ସୁଦ୍ଧା ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ପାର୍ ହେବା ଆଶଙ୍କା ରହିଛି । ଏଭଳି ପରିସ୍ଥିତିରେ ରାଜ୍ୟରେ କୋରୋନା ଟିକାର ଅଭାବୀ ସମସ୍ୟା ଅସୁବିଧାକୁ ଦୁଇ ଗୁଣ କରିଛି ।
ରାଜ୍ୟରେ ଗଚ୍ଛିତ ଥିବା ଏକ ଲକ୍ଷ ୮୫ ହଜାର ଡୋଜ କୋଭିସିଲ୍ଡ (Covishield) ଟିକା ମହଜୁଦ ଥିବା ବେଳେ ତାହା ଦିନେ ଦୁଇ ଦିନ ମଧ୍ୟରେ ଶେଷ ହେବାକୁ ଲାଗିଛି । କେନ୍ଦ୍ର ସରକାର ପଠାଇଥିବା ୩ ଲକ୍ଷ ୪୯ ହଜାର ଡୋଜ ଟିକା ଆସନ୍ତା ଦିନେ ଦୁଇ ଦିନ ପାଇଁ ରୋଗୀଙ୍କ ସେବାରେ ଲାଗିପାରିବ । ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଆହୁରି ୧୫ ଲକ୍ଷ ଡୋଜ ପଠାଇବାକୁ ଚିଠି ଲେଖାଯାଇଛି ।
Also Read: ଶୋଇଥିଲା ପ୍ରଶାସନ; ପଶିଗଲା କୋରୋନା
ହେଲେ କେନ୍ଦ୍ର ସରକାର (Central Government) ଙ୍କ ପକ୍ଷରୁ ଏ ନେଇ ସେଭଳି କୌଣସି ସକରାତ୍ମକ ଉତ୍ତର ନମିଳିବାରୁ ବର୍ତ୍ତମାନ ରାଜ୍ୟରେ କୋରୋନା ଟିକା (Corona Vaccine) ଦେବାରେ ବାଧାପ୍ରାପ୍ତ ହେବ ବୋଲି ଆଶଙ୍କା କରାଯାଉଛି । ରାଜ୍ୟରେ ୧୫ ଶହଟି ଭ୍ୟକ୍ସିନେସନ ସେଣ୍ଟର ଥିବା ବେଳେ ଅଭାବ ଯୋଗୁ ବର୍ତ୍ତମାନ ୪ଶହ ସେଣ୍ଟର ବନ୍ଦ କରାଯାଇଛି । ଟିକା ଆସିବା ପରେ ପୁଣି ସେ ସବୁ ସେଣ୍ଟର ଖୋଲାଯିବ । ଏପଟେ କିନ୍ତୁ ସହରାଂଚଳରେ ଦିଆ ଯାଉଥିବା କୋଭାକ୍ସିନ ଯଥେଷ୍ଟ ମହଜୁଦ ରହିଛି ।
ରାଜ୍ୟରେ ଦେଖା ଦେଇଛି କୋରୋନା ଟିକାର ଅଭାବ । ଯେତିକି ଆବଶ୍ୟକ ତାଠାରୁ ଯଥେଷ୍ଟ କମ ସଂଖ୍ୟାରେ କୋରୋନା ଟିକା ଥିବାରୁ ଆଗାମୀ ଦିନରେ ରାଜ୍ୟରେ ଚାଲିଥିବା ରାପିଡ୍ ଭ୍ୟାକ୍ସିନେସନ କାର୍ଯ୍ୟକ୍ରମରେ ବ୍ୟାଘାତ ସୃଷ୍ଟି ହେବା ଆଶଙ୍କା ଦେଖା ଦେଇଛି । ଦିନେ ଦୁଇ ଦିନ ମଧ୍ୟରେ ଟିକା ନଆସିଲେ ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହେବା ଆଶଙ୍କା ଦେଖା ଦେଇଛି ।
Also Read: କୋରୋନା ଯୋଗୁଁ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଲେ ଏହି ୧୫ ରାଜ୍ୟ
ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ (Chief Minister) କୋରୋନା ପରିସ୍ଥିତିର ସମୀକ୍ଷା କରି ରାଜ୍ୟରେ କିଭଳି କୋଭିଡ କଟକଣା ଆହୁରି ଜୋରଦାର କରାଯିବ ସେଥିପାଇଁ ଧ୍ୟାନ ଦେବାକୁ କହିଛନ୍ତି । ଅନ୍ୟପଟେ କୋରୋନା ମୁକାବିଲା ପାଇଁ ଆବଶ୍ୟକ ସାମଗ୍ରୀ ମିଳିପାରୁନାହିଁ । ଏହା ସତ୍ତ୍ୱେ ରାଜ୍ୟର ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ (Night Curfew) ଜାରି ରହିଥିବା ବେଳେ ଦିନ ବେଳା ଏନଫୋର୍ସମେଣ୍ଟ କଡାକଡି କରିବାକୁ ଅଣ୍ଟା ଭିଡିଛନ୍ତି ଜିଲ୍ଲା ପ୍ରଶାସନ ।
Edited: Zee Odisha Desk