Advertisement
Article Detail0/zeeodisha/odisha864698

ଶିମିଳିପାଳ ନିଆଁ ଲିଭାଇବ କି ସୋସିଆଲ ମିଡିଆ?

ବାସ୍ତବରେ ଏଇ ଜଙ୍ଗଲ (Jungle fire) ଜଳୁଥିବାର ଖବର ଆପଣମାନଙ୍କୁ ଏବେ ବୋର୍ କରୁଥିବ। କିନ୍ତୁ ଥରେ ଭାବି ଦେଖିଲେ ବାସ୍ତବରେ ଏ ଘଟଣା ସେତିକି ସାମାନ୍ୟ କି?

ଡିଜାଇନ ଫଟୋ
ଡିଜାଇନ ଫଟୋ

ରବିଶଙ୍କର ବାରିକ, ନୂଆଦିଲ୍ଲୀ: ଏଇ କିଛି ଦିନ ହେବ 'ଜଙ୍ଗଲ, ନିଆଁ ଆଉ ଜୀବନ' ଏଇ କିଛି ଶବ୍ଦ ଟେଲିଭିଜନ ପରଦା ଓ ଖବର କାଗଜର ପ୍ରଥମ ପୃଷ୍ଠାରେ ଝଲମଲ କରୁଛି। ପ୍ରଥମେ ପ୍ରଥମେ ଏହି ଘଟଣାକୁ ଗୁରୁତର ସହ ନେଉଥିବା ଜନ ସାଧାରଣ ବି ଏବେ ଏ ଶବ୍ଦ ଶୁଣିଲେ ଚ୍ୟାନେଲ ବଦଳାଇ ଦେଉଛନ୍ତି। ଏ ଶବ୍ଦକୁ କେଉଁ ଖବର କାଗଜ ପୃଷ୍ଠାରେ ଦେଖିଲେ ପୃଷ୍ଠା ଲେଉଟାଇ ଦେଉଛନ୍ତି। ଆଉ ଏମିତି ହେବା ବି ସ୍ୱଭାବିକ। କ୍ଷଣିକରେ ରୁଚି ବଦଳୁଥିବା ଏଇ ମଡର୍ଣ୍ଣ ଯୁଗରେ ଗୋଟେ ଖବରର ଅସ୍ତିତ୍ୱ ଅତି ବେଶିରେ କେଇ ଘଣ୍ଟା ନହେଲେ କେଇଟା ଦିନ। 

ବାସ୍ତବରେ ଏଇ ଜଙ୍ଗଲ (Jungle fire) ଜଳୁଥିବାର ଖବର ଆପଣମାନଙ୍କୁ ଏବେ ବୋର୍ କରୁଥିବ। କିନ୍ତୁ ଥରେ ଭାବି ଦେଖିଲେ ବାସ୍ତବରେ ଏ ଘଟଣା ସେତିକି ସାମାନ୍ୟ କି? ସେମିତିରେ ତ କେନ୍ଦ୍ର କହିବା ପରେ ଯାଇ ଆମ ସରକାରଙ୍କ ମୁଣ୍ଡକୁ କଥାଟା ଆସିଥିଲା। ଆଉ କେନ୍ଦ୍ର ସରକାର (Central Govt) ବି ନିର୍ଦ୍ଦେଶ ଦେଇ ଯେମିତି ନିଜ ଦାୟିତ୍ୱ ଛିଡ଼ାଇ ଦେଇଥିଲେ। ହଁ ଜଣେଇ ତ ଦେଲେ ଏବେ ରାଜ୍ୟ ବୁଝିବନି। ସେଇଥିବା ପାଇଁ ପାଖାପାଖି ମାସେ ବିତିବାକୁ ବସିଥିବା ବେଳେ ଏବେ ବିଶେଷଜ୍ଞ ଟିମ୍ ଓଡ଼ିଶାର ଜଙ୍ଗଲ ନିଆଁ ପରଖିବାକୁ ଆସିଛନ୍ତି। ଆହା କେତେ ଦରଦ ନୁହେଁ କି। 

Also Read: ବିବାହ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ 'ବାମନ'

Add Zee News as a Preferred Source

ସେପଟେ ରାଜ୍ୟ ସରକାର (Odisha Govt) ଙ୍କ କଥା ନକହିଲେ ଭଲ। ଟିମ ନିୟୋଜିତ କରି ସ୍ୱାର୍ଡ ଗଠନ କରିଦେଲେ ଯେମିତି ଦାୟିତ୍ୱ ସରିଗଲା। ଏମିତି ଲାଗୁଛି ଯେମିତି ଦୁଇ ଚାରିଟା ପତ୍ରରେ ନିଆଁ ଲାଗିଛି ଆଉ ସରକାରୀ ଟିମ ତାକୁ ଫୁଙ୍କି ଲିଭେଇ ଦେବ। ଆମେ ବି କୋଉ କମ, ହଁ ଜଙ୍ଗଲ ତ ଜଳୁଛି ଛାଡ଼। ସରକାର ବୁଝିବେନି ଆମର କଣ ଅଛି। ଏମିତି ସ୍ୱାର୍ଥବାଦୀ ଚିନ୍ତା (Selfishness) ରେ ଉତଃପୁତ୍ତ ହୋଇ ଆମେ ଘରେ ଆରାମ କରୁଛେ। ଥରୁଟେ ସେଇ ପ୍ରଶାସନକୁ କି ବ୍ୟବସ୍ଥାକୁ ପ୍ରଶ୍ନ କରୁନେ ଯେ, କଣ ପାଇଁ ଜଙ୍ଗଲ ନିଆଁ ଆୟତ୍ତ ହେବାରେ ଏତେ ଡେରି ହେଉଛି। ଆମେ ସିନା ଭାବୁନେ ହେଲେ ଗଡୁଥିବା ସମୟ ସହ ପ୍ରତିଟି କ୍ଷଣରେ ଆମ ସବୁଜ ବଳୟ ଘୋର କଳା ଅଙ୍ଗାରରେ ପରିବର୍ତ୍ତିତ ହୋଇ ଚାଲିଛି।  

ସତରେ ଆମେ ସମସ୍ତେ କେତେ ଗାଲୁଆ ଆଉ ଦାୟିତ୍ୱହୀନ ହୋଇ ଯାଉଛେ। ଆଜି କାଲିର ଦୁନିଆ ଆଉ କହିଲେ ଶୁଣୁନି। ଟ୍ୱିଟର କି ଫେସବୁକ ଭଳି ସୋସିଆଲ ମିଡିଆରେ ଟ୍ରେଣ୍ଡ କରାଇଲେ ଯାଇ ବ୍ୟବସ୍ଥାକୁ ଶୁଣାଯାଉଛି। ଏ କଥା ସମସ୍ତେ ଜାଣିଛନ୍ତି। ଆମେ ବି ଜାଣିଛେ ସେଇଥି ପାଇଁ ତ ଚାକିରି ନ ମିଳିଲେ ଆମେ ଚାକିରି ମାଗି ଟ୍ୱିଟରରେ ଟ୍ରେଣ୍ଡ (Twitter Trend) କରାଇଦେଲେ। କୌଣସି ଆନ୍ଦୋଳନ ହେଲେ ସେଥିରେ ମତ ରଖିବାକୁ ଯାଇ ମଧ୍ୟ ଟ୍ୱିଟ ପରେ ଟ୍ୱିଟ କରି ଚାଲିଲେ। କିନ୍ତୁ କେତେ ଜଣ ବାସ୍ତବରେ ଜଙ୍ଗଲ ନିଆଁକୁ ନେଇ ଟ୍ୱିଟର ଟ୍ରେଣ୍ଡ କରାଇଲେ। ଯାହା ପାଇଁ ପୁରା ଜୀବ ଜଗତ ବଞ୍ଚିଛି, ଯାହା ଯୋଗୁଁ ଏ ଦୁନିଆ ଚଳୁଛି ଆଜି ସେ ମରଣ ମୁହଁରେ ପଡ଼ିଛି। ତାକୁ ବଞ୍ଚାଇବା ପାଇଁ ଆମେ ଟିକିଏ ବି ପ୍ରୟାସ କରିଛେ ତ? ଏ ପ୍ରଶ୍ନ ନିଜେ ନିଜକୁ କରନ୍ତୁ।

Also Read: ବିଜେପି ହାତରେ ଜଙ୍ଗଲ ନିଆଁ, କେମିତି ମାଇଲେଜ ନେବ ବିଜେଡି ?

ସେମିତିରେ ବି ଏ ପ୍ରକ୍ରିୟା ଆଜିର ନୁହେଁ। ଆମମାନଙ୍କ ଅବହେଳା ଓ ଦାୟିତ୍ୱ ହୀନତା ହିଁ ଆଜିର ଏ ପରିସ୍ଥିତି ସୃଷ୍ଟି କରିଛି। ହେଲେ ବି ଆମେ ଚେତୁ ନାହୁଁ। ନାଁ ନିଜ ବ୍ୟବହାରରେ ପରିବର୍ତ୍ତନ ଆଣୁଛେ, ନାଁ ନିଜ ମାନସିକତାରେ। ଆଉ ଏହି ପରିବର୍ତ୍ତିତ ମାନସିକତାର ପରିଣାମ ଆମେ ନିଜେ ହିଁ ଭୋଗୁଛେ। ବିଦେଶରେ ଜାତୀୟ କିମ୍ବା ଅନ୍ତର୍ଜାତୀୟ ସ୍ତରରେ କୌଣସି ଘଟଣା ଘଟିଲେ # (Hashtag)ର ବର୍ଷା ହୁଏ। କିନ୍ତୁ ଏସିଆର ଦ୍ୱିତୀୟ ବୃହତ୍ତ ଜୈବ ବଳୟର ମାନ୍ୟତା ପାଇଥିବା ସିମିଳିପାଳ ଜଙ୍ଗଲର ନିଆଁ (Similipal Fire) ସେହି ଟ୍ୱିଟରର କୌଣସି ଏକ କୋଣରେ ରହିଗଲା।

About the Author