ଦିଲ୍ଲୀର ସରୋଜିନୀ ମାର୍କେଟରେ କଣ କରୁଛନ୍ତି ଓଲିଉଡ୍ ଗାୟିକା ଅନ୍ତରା ?

କାର୍ତ୍ତିକ ପୂର୍ଣ୍ଣମୀରେ ଦିଲ୍ଲୀରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପରେ ଜୀ ମିଡିଆ ପୋଗ୍ରାମ ପ୍ରଡ୍ୟୁସର ସୌଭାଗ୍ୟଙ୍କ ସହ ଅନ୍ତରା ବାହିରିଥିଲେ ବୁଲିବାକୁ । ସପିଂ କରିବାରେ ମଜିଯାଇଥିବା ଅନ୍ତରାଙ୍କୁ ଦେଖିଲେ ଏହି ଭାବନା ଆସୁଥିଲା ସେ ଅନ୍ୟମାନଙ୍କ ଠାରୁ ସମ୍ପୁର୍ଣ୍ଣ ଭିନ୍ନ । 

ଦିଲ୍ଲୀର ସରୋଜିନୀ ମାର୍କେଟରେ କଣ କରୁଛନ୍ତି ଓଲିଉଡ୍ ଗାୟିକା ଅନ୍ତରା ?

ସୌଭାଗ୍ୟ ରଞ୍ଜନ ମିଶ୍ର, ନୂଆଦିଲ୍ଲୀ:  ଆପଣ କଣ ଭାବୁଛନ୍ତି ସେଲିବ୍ରିଟିଙ୍କ ଲାଇଫ୍ ଷ୍ଟାଇଲ୍ ଖୁବ୍ ଭିନ୍ନ ? ସେମାନେ କଣ ବଡ଼ବଡ଼ ସପିଂ ମଲରୁ ଅଧିକ ମୂଲ୍ୟର ସପିଂ କରନ୍ତି ? ଖୁବ୍ ଦାମୀଦାମୀ ଡ୍ରେସ୍ ,ମେକଅପ୍ କିଟ୍ କିଣନ୍ତି ? ଷ୍ଟାର୍ ହୋଟେଲରେ ଖାଆନ୍ତି ? 
ଯଦି ଏପରି ଭାବୁଥାଆନ୍ତି ତାହେଲେ ଆପଣଙ୍କ ଭାବନା ସମ୍ପୁର୍ଣ୍ଣ ଭୁଲ୍ । କାରଣ ଏହାକୁ ଭୁଲ୍ ପ୍ରମାଣିତ କରିଛନ୍ତି ଓଲିଉଡର ଆଗଧାଡ଼ିର ଗାୟିକା ଅନ୍ତରା ଚକ୍ରବର୍ତ୍ତୀ । କାର୍ତ୍ତିକ ପୂର୍ଣ୍ଣମୀରେ ଦିଲ୍ଲୀରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପରେ ଜୀ ମିଡିଆ ପୋଗ୍ରାମ ପ୍ରଡ୍ୟୁସର ସୌଭାଗ୍ୟଙ୍କ ସହ ଅନ୍ତରା ବାହିରିଥିଲେ ବୁଲିବାକୁ ।  

ନୋଏଡା ଜୀ ଅଫିସରେ ଅନ୍ତରା 

ନୋଏଡାରେ ବୁଲିବା ପରେ ପହଞ୍ଚିଥିଲେ ଦିଲ୍ଲୀର ସବୁଠୁ ଶସ୍ତା ବଜାର କୁହାଯାଉଥିବା ସରୋଜିନୀ ମାର୍କେଟରେ ଏବଂ ମାର୍କେଟରେ ପହଞ୍ଚିବା ପରେ ଅନ୍ତରାଙ୍କର ଏକ ନୂଆ ରୁପ ଦେଖିବାକୁ ମିଳିଥିଲା ଦିଲ୍ଲୀର ଏହି ଶସ୍ତା ବଜାରରେ ।   ସାଧାରଣ ଝିଅଙ୍କ ପରି ରାସ୍ତାକଡରେ ପଡିଥିବା ଦୋକାନ ଗୁଡିକ ମଧ୍ୟରୁ ନିଜ ପସନ୍ଦର ଜିନିଷ ଗୁଡ଼ିକୁ ଖୋଜିବାରେ ଲାଗିପଡିଥିଲେ ଅନ୍ତରା , ବିଶେଷ କରି ହରେକ ମାଲ୍ ୫୦ ଟଙ୍କାରୁ ଆରମ୍ଭ କରି ମାତ୍ର ସର୍ବାଧିକ ୫୦୦ଟଙ୍କା ମୂଲ୍ୟର ଷ୍ଟଲ୍ ଗୁଡ଼ିକରୁ ଅନ୍ତରା କିଣିଥିଲେ ଜୋତା,ଡ୍ରେସ୍ , ମେକଅପ୍ କିଟ୍ ଏବଂ ଆହୁରୀ ଅନେକ ସାମଗ୍ରୀ  । ସପିଂ କରିବାରେ ମଜିଯାଇଥିବା ଅନ୍ତରାଙ୍କୁ ଦେଖିଲେ ଏହି ଭାବନା ଆସୁଥିଲା ସେ ଅନ୍ୟମାନଙ୍କ ଠାରୁ ସମ୍ପୁର୍ଣ୍ଣ ଭିନ୍ନ ।  

ଦେଖନ୍ତୁ ଭିଡିଓ:

https://www.facebook.com/Soubhagya.zeemedia/videos/2602802873181462/

ଖୁବ୍ ସରଳ ଜୀବନ ଜିଇଁବାକୁ ପସନ୍ଦ କରନ୍ତି ଅନ୍ତରା, ସୁରିଲା କଣ୍ଠ ମାଧ୍ୟମରେ ରାଜ୍ୟ ତଥା ରାଜ୍ୟ ବାହାରେ ସୁନାମ ଅର୍ଜନ କରିଥିବା ଓଲିଉଡର ଆଗଧାଡିର ଗାୟିକା ଅନ୍ତରାଙ୍କର ମନରେ ନାହିଁ ଟିକେବି ଗର୍ବ ଓ ଅହଂକାର । କେବଳ ବାହାରେ ନୂହେଁ ନିଜ ଘରେ ମଧ୍ୟ ସେ ଖୁବ୍ ଗେହ୍ଲୀ ଓ ବାପା,ମାଙ୍କର ସୁନାଝିଅ ଅନ୍ତରା । ଅନେକ ଗୁଡିଏ ଜିନିଷ କିଣିସାରିବା ପରେ ଫୁଟଫାତରୁ ଜୁସ୍ ପିଇ ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲେ ଅନ୍ତରା, କୌଣସି ବଡ ରେଷ୍ଟୁରାଣ୍ଟର ଖାଦ୍ୟ ନୂହେଁ ବରଂ ମହାପ୍ରଭୁଙ୍କ ପ୍ରସାଦ ସେବନ କରି କାର୍ତ୍ତିକ ପୂର୍ଣ୍ଣିମାକୁ ବିଦାୟ ଦେଇଥିଲେ ଓଲିଉଡର  ଏହି ଗାୟିକା ।