ସ୍ମାର୍ଟସିଟିବାସୀଙ୍କୁ ମିଳିବ ସ୍ମାର୍ଟ ପାର୍କିଂ ସୁବିଧା, ଜାରି ରହିଛି ବିଲ୍ଡିଂ ନିର୍ମାଣ କାମ...
Advertisement

ସ୍ମାର୍ଟସିଟିବାସୀଙ୍କୁ ମିଳିବ ସ୍ମାର୍ଟ ପାର୍କିଂ ସୁବିଧା, ଜାରି ରହିଛି ବିଲ୍ଡିଂ ନିର୍ମାଣ କାମ...

ରାଜଧାନୀବାସୀଙ୍କୁ ମିଳିବ ସ୍ମାର୍ଟ ପାର୍କିଂ ସୁବିଧା।

ସ୍ମାର୍ଟସିଟିବାସୀଙ୍କୁ ମିଳିବ ସ୍ମାର୍ଟ ପାର୍କିଂ ସୁବିଧା, ଜାରି ରହିଛି ବିଲ୍ଡିଂ ନିର୍ମାଣ କାମ...

ଶାନ୍ତସ୍ବରୂପ ରାଉତ, ଭୁବନେଶ୍ବର: ସ୍ମାର୍ଟ ସିଟି (Smart City)ସ୍ମାର୍ଟ ପାର୍କିଂ (Smart Parking)ବ୍ୟବସ୍ଥା, ଦୂର ହେବ ସମସ୍ୟା। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ (Bhubaneswar Smart City Limted)ପକ୍ଷରୁ ରାଜଧାନୀରେ ପାର୍କିଂ ସମସ୍ୟା ଦୂର କରିବା ଲାଗି ଜାରି ରହିଛି ବହୁତଳ ପାର୍କିଂ (BMC Multi Storey parking)ପ୍ରକଳ୍ପ କାର୍ଯ୍ୟ। ୨୦୧୭ ମସିହାରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପକୁ ୩ ବର୍ଷ ପୁରିଲାଣି, ହେଲେ ତଥାପି ଏପର୍ଯ୍ୟନ୍ତ ଶେଷ ହୋଇପାରୁନାହିଁ। ସେପଟେ ପ୍ରାକୃତିକ ବିପର୍ଯ୍ୟୟ (Natural Disaster)ଦ୍ବାହି ଦେଇ କାର୍ଯ୍ୟ ବିଳମ୍ବ ହେଉଥିବା କହିଛନ୍ତି ସ୍ମାର୍ଟସିଟି କର୍ତ୍ତୃପକ୍ଷ। ଯାହା ହେଉନା କାହିଁକି ବର୍ତ୍ତମାନ ଏହାର ବିଲ୍ଡିଂ କାର୍ଯ୍ୟ ଶେଷ ହୋଇଛି।

ଦିନକୁ ଦିନକୁ ଜନସଂଖ୍ୟା  ସାଙ୍ଗକୁ ବଢୁଛି ଗାଡି ସଂଖ୍ୟା। ରାସ୍ତା କଡରେ ଗାଡି ପାର୍କିଂ (Road Side Parking)ଏବେ ଚିନ୍ତା ବଢାଇଛି। ଏହାକୁ ଦୂର କରିବା ପାଇଁ ସହରର ୨ଟି ସ୍ଥାନରେ ୨୦୧୭ ମସିହାରୁ ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍ ପକ୍ଷରୁ ଦୁଇଟି ମଲ୍ଟି ଲେବଲ କାର୍ ପାର୍କିଂ (Multi Level Car Parking)ବହୁତଳ କାର୍ ପାର୍କିଂ ପ୍ରକଳ୍ପର ଶୁଭାରମ୍ଭ କରାଯାଇଥିଲା । 

ୟୁନିଟ ୨ ମାର୍କେଟ୍ ବିଲ୍ଡିଂ ଏବଂ ଶହୀଦ ନଗର ଦୂର୍ଗାପୂଜା ପଡିଆ ପାଖରେ ଏହି ଦୁଇଟି ପ୍ରକଳ୍ପ କାର୍ଯ୍ୟ ଚାଲିଛି । ଯୋଜନା ଅନୁଯାୟୀ ଭୂତଳେ ଦୁଇଟି ମହଲା ଏବଂ ମାଟି ଉପରେ ୬ ମହଲା ବିଶିଷ୍ଟ ବିଲ୍ବିଂ ରହିଛି। ଉପର ତିନି ମହଲା ଅତ୍ୟାଧୁନିକ ଡିଜାଇନରେ କାର୍ଯ୍ୟାଳୟ, ରେସ୍ତୁରାଁ, ବ୍ୟବସାୟିକ ପ୍ରତିଷ୍ଠାନ ରହିବ। ବଳକା ମହଲାରେ ଉଭୟ କାର୍, ବାଇକ ପାର୍କିଂ ବ୍ୟବସ୍ଥା କରାଯିବ। ଏହି ପ୍ରକଳ୍ପକୁ ୩ ବର୍ଷ ବିତିଥିବା ବେଳେ ଏବେ ସଂପୂର୍ଣ୍ଣ ବିଲ୍ଡିଂ କାମ ଶେଷ ହୋଇ ଫିନିସିଂ (Finishing)କରାଯାଉଛି। 

ଆସନ୍ତା ମାର୍ଚ୍ଚ ମାସ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ସରିବ ବୋଲି କହିଛନ୍ତି ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରେମ ଚନ୍ଦ୍ର ଚୌଧରୀ। ନୂଆ ପାର୍କିଂ ପଲିସି ଅନୁଯାଇ ଟେଣ୍ଡର ଦିଆଯାଇ ପାର୍କିଂ ଫି ଧାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି।

ଶହିଦ ନଗର ବିଲ୍ଡିଂ ଦ୍ବାରା ବାଣୀବିହାର ଅଳରୁ ଶହିଦ ନଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ପାର୍କିଂ ସମସ୍ୟା ଦୂର ହେବ। ସେପରି ୟୁନିଟ ୨ ଅଞ୍ଚଳରେ ଥିବା ବିଲ୍ଡିଂ ଦ୍ବାରା ୧ ନମ୍ବର ହାଟ, ୨ ନମ୍ବର ଏବଂ ଏଜି ଛକରୁ ରାଜମହଲ ପର୍ଯ୍ୟନ୍ତ ପାର୍କିଂ ଭିଡ ହଟିବ। ଏହି ବିଲ୍ଡିଂର ଛାତ ଉପରେ ସୋଲାର ରହିବ ଯାହା ବିଜୁଳି ଯୋଗାଇବ। ରାମ୍ପ ଦ୍ବାରା ଗୋଟିଏ ମହଲାରୁ ଆଉ ଗୋଟିଏ ମହଲା ଗାଡି ଯାତାୟତ କରିବ। ଗୋଟିଏ ଦ୍ବାରରେ ପ୍ରବେଶ ଓ ଅନ୍ୟ ଦ୍ବାରରେ ପ୍ରସ୍ଥାନ ବ୍ୟବସ୍ଥା ରହିଛି। ପାର୍କିଂ ସ୍ଥିତି ଜାଣିବା ପାଇଁ ଏକ ଡିସପ୍ଲେ ବୋର୍ଡ (Display Board)ରହିବ। 

ଏହାସହ ସ୍ବଳ୍ବ ସମୟ ଓ ସୁବିଧା ପାର୍କିଂ ପାଇଁ ଏକ ପରିଚାଳନା ବ୍ୟବସ୍ଥା କରାଯିବ। ଏହା ଦ୍ବାରା ରାସ୍ତାକଡ ପାର୍କିଂ ସମସ୍ୟା ଦୂର ହେବା ସହ ଟ୍ରାଫିକ୍ ଜାମ୍ ଚିନ୍ତା ଯିବ। ବାସ୍ତବିକ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ କାର୍ଯ୍ୟ ସରିଲେ ଲକ୍ଷ୍ୟ ସାଧନ ହେବା ସହ ସହରବାସୀ ସ୍ମାର୍ଟ ସୁବିଧା ପାଇପାରିବେ।