ସ୍ମାର୍ଟ ସିଟିର ସ୍ମାର୍ଟ କିଓସ୍କ
Advertisement

ସ୍ମାର୍ଟ ସିଟିର ସ୍ମାର୍ଟ କିଓସ୍କ

ସ୍ମାର୍ଟ ସିଟିର ସ୍ମାର୍ଟ କିଓସ୍କ । ରାସ୍ତାକଡ଼ରେ ମିଳିବ ସରକାରୀ ତଥ୍ୟ, କରିହେବ ଅଭିଯୋଗ । ରାଜଧାନୀ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ସ୍ଥାପନା ହେଉଥିବା ସ୍ମାର୍ଟ ସିଟି ପ୍ରକଳ୍ପର ଅଂଶବିଶେଷ ଡିଜିଟାଲ କିୱସ୍କରେ ଏଣିକି ଅନଲାଇନରେ ରାସ୍ତାକଡରେ ଏସବରୁ ସୁବିଧା ମିଳିପାରିବ । ବିଏମସି, ବିଡିଏ ଓ ସ୍ମାର୍ଟ ସିଟି କାର୍ଯ୍ୟାଳୟର ସମସ୍ତ ସେବା ଗୋଟିଏ କିୱସ୍କରେ ଯୋଗାଇଦିଆଯିବ ।

ପ୍ରତୀକାତ୍ମକ ଫଟୋ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ବର: ସ୍ମାର୍ଟ ସିଟିର ସ୍ମାର୍ଟ କିଓସ୍କ । ରାସ୍ତାକଡ଼ରେ ମିଳିବ ସରକାରୀ ତଥ୍ୟ, କରିହେବ ଅଭିଯୋଗ । ରାଜଧାନୀ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ସ୍ଥାପନା ହେଉଥିବା ସ୍ମାର୍ଟ ସିଟି ପ୍ରକଳ୍ପର ଅଂଶବିଶେଷ ଡିଜିଟାଲ କିୱସ୍କରେ ଏଣିକି ଅନଲାଇନରେ ରାସ୍ତାକଡରେ ଏସବରୁ ସୁବିଧା ମିଳିପାରିବ । ବିଏମସି, ବିଡିଏ ଓ ସ୍ମାର୍ଟ ସିଟି କାର୍ଯ୍ୟାଳୟର ସମସ୍ତ ସେବା ଗୋଟିଏ କିୱସ୍କରେ ଯୋଗାଇଦିଆଯିବ ।

ସ୍ମାର୍ଟ ସିଟି ଭୁବନେଶ୍ବରର ରାସ୍ତାକଡରେ ଏପରି ସ୍ୱତନ୍ତ୍ର ଡିଜିଟାଲ୍ କିୱସ୍କ ବନାଯାଉଛି । ଯାହାକୁ ବ୍ୟବହାର କରି ରାଜଧାନୀବାସୀ ସହରର ଯେ କୌଣସି ବିବାହ, ବ୍ରତଘର ଲାଗି କଲ୍ୟାଣ ମଣ୍ଡପ ବୁକ୍ ହେଉ ଅବା ହୋଲ୍ଡିଂ ଟ୍ୟାକ୍ସ ପ୍ରଦାନ, ଜନ୍ମମୃତ୍ୟ, ବିବାହ ସାର୍ଟିଫିକେଟ ଅବା କୌଣସି ସମସ୍ୟା ଜନିତ ଅଭିଯୋଗ କିମ୍ବା ପଞ୍ଜିକରଣ କରିପାରିବେ । ତିନି ସରକାରୀ ଅନୁଷ୍ଠାନ ବିଏମସି, ବିଡିଏ ଓ ସ୍ମାର୍ଟ ସିଟି କାର୍ଯ୍ୟାଳୟର ସମସ୍ତ ତଥ୍ୟ ମଧ୍ୟ ଏଥିରେ ଉପଲବ୍ଧ ରହିବ । ତେବେ ସହରରେ ଚାଲିଥିବା ୱାର୍ଡ ଅଫିସରେ ୬୦ଟି ଇଣ୍ଡୋର କିଓସ୍କ ଓ ରାସ୍ତା କଡରେ ୧୫ଟି ଆଉଟଡୋର କିଓସ୍କ ଭାବେ ମୋଟ ୭୫ଟି କିଓସ୍କ ସ୍ଥାପନ କରାଯିବ । ତେବେ ପର୍ଯ୍ୟାକ୍ରମେ ଏସବୁ ଡିଜିଟାଲ କିୱସ୍କର ଇନଷ୍ଟଲେସନ୍ କାର୍ଯ୍ୟ ଚାଲିଥିବା ବେଳେ ଆସନ୍ତା ଦୁଇ ରୁ ତିନି ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ ବୋଲି ବିଏମସି କମିଶନର କହିଛନ୍ତି ପ୍ରେମଚନ୍ଦ୍ର ଚୌଧୂରୀ କହିଛନ୍ତି ।

ତେବେ ଲୋକମାନେ ଦେଇଥିବା ଅଭିଯୋଗକୁ ସମ୍ପୃକ୍ତ ସରକାରୀ ଅନୁଷ୍ଠାନ ପକ୍ଷରୁ ଅନୁଧ୍ୟାନ କରି ଆବଶ୍ୟକୀୟ ସେବା ଯୋଗାଇଦିଆଯିବ । ୱାର୍ଡ ଅଫିସରରେ ଏଥିପାଇଁ ତାଲିମପ୍ରାପ୍ତ ଅଧିକାରୀ ନିୟୋଜିତ କରାଯିବା ସହ ରାସ୍ତା କଡରେ ଥିବା କିଓସ୍କକୁ ସହରବାସୀ ସ୍ୱତଃପ୍ରବୃତ୍ତ ଭାବେ ନିଜେ ଡିଜିଟାଲି ବ୍ୟବହାର କରିପାରିବେ । ଏହି କିଓସ୍କରେ ମୋବାଇଲ ଚାର୍ଜିଂ ପଏଣ୍ଟ, ଜରୁରୀକାଳୀନ ସ୍ୱିଚ୍ ସହ ଅନ୍ୟାନ୍ୟ ସେବା ଉପଲବ୍ଧ ରହିଛି । ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଏହି କିଓସ୍କ ସୋଲାର ପ୍ୟାନେଲ ଦ୍ୱାରା ଚାର୍ଜ ହେବ । ସେପଟେ କାର୍ଯ୍ୟାଳୟକୁ ବାରମ୍ବାର ଧାଇଁ କାଗଜ କଲମରେ ଅଭିଯୋଗ କରିବା ପରିବର୍ତ୍ତେ ରାସ୍ତାକଡରେ ସହଜରେ ଓ ସୁବିଧାରେ ଏହି ସୁବିଧାକୁ ସ୍ୱାଗତ କରିଛନ୍ତି ସହରବାସୀ ।