Advertisement
Article Detail0/zeeodisha/odisha672220
Zee OdishaBhubneshwarଭୁବନେଶ୍ୱରର ଯୁବ ପ୍ରତିଭା ପ୍ରସ୍ତୁତ କଲେ ସୋଲାର କ୍ୱାରେଣ୍ଟାଇନ ଚାମ୍ବର

ଭୁବନେଶ୍ୱରର ଯୁବ ପ୍ରତିଭା ପ୍ରସ୍ତୁତ କଲେ ସୋଲାର କ୍ୱାରେଣ୍ଟାଇନ ଚାମ୍ବର

କୋରୋନା ଦେଲା ବୁଦ୍ଧି । ଯୁବ ପ୍ରତିଭା ପ୍ରସ୍ତୁତ କଲେ ସୋଲାର କ୍ୱାରେଣ୍ଟାଇନ ଚାମ୍ବର । କୋରୋନା ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତା ହିଁ ଏକମାତ୍ର ମାଧ୍ୟମ ବୋଲାଉଥିବା ବେଳେ ଏଥିପାଇଁ ସ୍ୱତନ୍ତ୍ର କକ୍ଷ ନିର୍ମାଣ କରିଛନ୍ତି ।

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: କୋରୋନା ସଂକ୍ରମଣକୁ ରୋକିବା ପାଇଁ ଜଣେ ଯୁବ ପ୍ରତିଭାଙ୍କ ପ୍ରୟାସ । ପ୍ରସ୍ତୁତ କରିଛନ୍ତି ସ୍ୱତନ୍ତ୍ର କ୍ୱାରେଣ୍ଟାଇନ କକ୍ଷ । ଆଉ ଏହା ଉଭୟ ବିଦ୍ୟୁତ ଓ ସୂର୍ଯ୍ୟରଶ୍ମିରେ ପରିଚାଳିତ । ଭୁବନେଶ୍ୱର ଶାମପୁର ଅଞ୍ଚଳର ସନ୍ତୋଷ ସ୍ୱାଇଁ ଏପରି ଏକ ନିର୍ମାଣ କରିଛନ୍ତି । ଏହି କକ୍ଷରେ ଜଣେ ସଂକ୍ରମିତ ବ୍ୟକ୍ତି ସ୍ୱତନ୍ତ୍ର ସୁରକ୍ଷିତ ଓ ସୁସ୍ଥରେ ରହିପାରିବ । ଯଦ୍ୱାରା ସଂକ୍ରମିତ କିମ୍ବା ସନ୍ଦିଗ୍ଧ ବ୍ୟକ୍ତି ଠାରୁ କୋରୋନା ଚେନ୍ ବ୍ରେକ ହୋଇପାରିବ ବୋଲି ସେ ଦାବି କରିଛନ୍ତି ।

କୋରୋନା ଦେଲା ବୁଦ୍ଧି । ଯୁବ ପ୍ରତିଭା ପ୍ରସ୍ତୁତ କଲେ ସୋଲାର କ୍ୱାରେଣ୍ଟାଇନ ଚାମ୍ବର । କୋରୋନା ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତା ହିଁ ଏକମାତ୍ର ମାଧ୍ୟମ ବୋଲାଉଥିବା ବେଳେ ଏଥିପାଇଁ ସ୍ୱତନ୍ତ୍ର କକ୍ଷ ନିର୍ମାଣ କରିଛନ୍ତି । ଭୁବନେଶ୍ୱର ଶାମପୁର ଅଞ୍ଚଳର ସନ୍ତୋଷ ସ୍ୱାଇଁ ଏପରି ଏକ କକ୍ଷ ନିର୍ମାଣ କରିଛନ୍ତି । ଯେଉଁଥିରେ ଅମ୍ଲଜାନ ପ୍ରବେଶ ଓ ଅଙ୍ଗାରକାମ୍ଲ ବାହାର କରିବା ପାଇଁ ବ୍ୟବସ୍ଥା କରିଛନ୍ତି । ଜଣେ କୋରୋନା ସଂକ୍ରମିତ ରୋଗୀ, ସନ୍ଦିଗ୍ଧ ଅବା ସଂକ୍ରମିତଙ୍କ ସହ ସଶ୍ଲିଷ୍ଟ କର୍ମଚାରୀ ନିଜକୁ ସୁରକ୍ଷିତ ଭାବେ ରଖିବା ପାଇଁ ଏହି ସୋଲାର କ୍ୱାରେଣ୍ଟାଇନ ଚାମ୍ବର ପ୍ରସ୍ତୁତର ଲକ୍ଷ୍ୟ ବୋଲି ସେ କହିଛନ୍ତି ।

ଏହା ଚାରି ଫୁଟ ଉଚ୍ଚ ଓ ସାତ ଫୁଟ ଲମ୍ବ ବିଶିଷ୍ଟ ।  ଯଦ୍ୱାରା ଜଣେ ବ୍ୟକ୍ତି ଆରମରେ ଶୋଇବା ସହ ବସି ପାରିବ । ଏହାସହ ଚତୁଃପାର୍ଶ୍ୱରେ ସ୍ୱଚ୍ଛ ପଦାର୍ଥ ଲାଗିଥିବାରୁ ବାହାର ଦୃଶ୍ୟ ଦେଖିବା ମଧ୍ୟ ସମ୍ଭବ । ତେବେ ଏହାକୁ ବ୍ୟବହାର କରିବା ଦ୍ୱାରା ଭିତରେ ସଂକ୍ରମିତ ବ୍ୟକ୍ତି ଠାରୁ ଭୂତଣୁ ବାହାରକୁ ବାହାରିବା ଅସମ୍ଭବ ବୋଲି ସେ ଦାବି କରିଛନ୍ତି । ତେବେ ମଡେଲ ହିସାବରେ ଏହାକୁ ୧ ଲକ୍ଷ ଟଙ୍କା ବ୍ୟୟରେ ପ୍ରସ୍ତୁତ କରାଯାଇଥିବା ବେଳେ ସାଧାରଣ ଲୋକ ସ୍ୱଳ୍ପ ବ୍ୟୟରେ ତିଆରି କରିପାରିବେ ବୋଲି ସେ କହିଛନ୍ତି । ଯଦ୍ୱାରା ସାଧାରଣ ଲୋକେ ଉପକୃତ ହେବା ନେଇ ସ୍ଥାନୀୟ ଲୋକ ମତ ଦେଇଛନ୍ତି ।

Add Zee News as a Preferred Source

ତେବେ ଏହାକୁ ସରକାରୀ ସ୍ତରରେ ଅନୁଧ୍ୟାନ କରି ସ୍ୱୀକୃତି ପ୍ରଦାନ କରାଯାଇ ଲୋକଙ୍କ କ୍ଷେତ୍ରରେ ବ୍ୟବହାର କରାଗଲେ ଉପକୃତ ହୋଇପାରିବେ ।  

About the Author