ଓଜେଇଇ ପାଇଁ ପ୍ରସ୍ତୁତି । କୋରୋନା କଟକଣା ଭିତରେ ଆରମ୍ଭ ହେବାକୁ ଯାଉଥିବା ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ପାଇଁ ଜାରି ହୋଇଛି ସ୍ୱତନ୍ତ୍ର ମାର୍ଗଦର୍ଶିକା ।
Trending Photos
)
ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଓଜେଇଇ ପାଇଁ ପ୍ରସ୍ତୁତି । କୋରୋନା କଟକଣା ଭିତରେ ଆରମ୍ଭ ହେବାକୁ ଯାଉଥିବା ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ପାଇଁ ଜାରି ହୋଇଛି ସ୍ୱତନ୍ତ୍ର ମାର୍ଗଦର୍ଶିକା । ଆସନ୍ତା ୧୧ ତାରିଖରୁ ୧୯ ତାରିଖ ମଧ୍ୟରେ ଚଳିତ ବର୍ଷ ଓଜେଇଇ ପରୀକ୍ଷା ପ୍ରଥମ ଥର ପାଇଁ ସମ୍ପୂର୍ଣ୍ଣ ଅନଲାଇନ ମୋଡରେ ହେବ । ତେବେ ଅନଲାଇନ ପରୀକ୍ଷା ସହ କୋଭିଡ ୧୯ ପାଇଁ ସ୍ବତନ୍ତ୍ର ଏସଓପି ଜାରି କରାଯାଇଛି । ଆଜି ଆଡମିଟ୍ କାର୍ଡ ପ୍ରଦାନ କରାଯାଇଥିବା ବେଳେ ଏଥିରେ ଉଲ୍ଲେଖ କରାଯାଇଛି । ସେପଟେ ଆଜି ଜେଇଇ ଆଡଭାନ୍ସ ପରୀକ୍ଷା ଫଳ ପ୍ରକାଶ ପାଇଛି, ସର୍ବଭାରତୀୟ ସ୍ତରରେ ବିଭିନ୍ନ ଆଇଆଇଟିରେ ନାମଲେଖାଇବା ପାଇଁ ମୋଟ ୪୩ ହଜାର ୨୦୪ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ଓଜେଇଇ ପାଇଁ ଏସଓପି । ରିଲିଜ୍ ହୋଇଛି ଆଡମିଟ୍ କାର୍ଡ୍, ୧୨ରୁ ଆରମ୍ଭ ହେବ ପରୀକ୍ଷା । ଚଳିତ ବର୍ଷ କୋରୋନା କଟକଣାରେ ପରୀକ୍ଷା ହେବାକୁ ଥିବା ବେଳେ ରାଜ୍ୟ ସରକାରଙ୍କ ସମସ୍ତ ଗାଇଡଲାଇନ ପାଳନ କରି ଓଜେଇଇ ପକ୍ଷରୁ ପରୀକ୍ଷା କେନ୍ଦ୍ରରେ ସ୍ବାସ୍ଥ୍ୟ ଓ ସୁରକ୍ଷା ପ୍ରତି ଆବଶ୍ୟକୀୟ ପଦକ୍ଷେପ ନିଆଯିବା ସହ ସଂପୂର୍ଣ୍ଣ ପରୀକ୍ଷାକୁ କଣ୍ଚାକ୍ଟଲେସ୍ କରାଯାଇଛି । ଏସଓପି ମୁତାବକ... .
ସେପଟେ ପ୍ରକାଶ ପାଇଛି ଚଳିତ ବର୍ଷର ସର୍ବଭାରତୀୟ ଜେଇଇ ଆଡଭାନ୍ସ ପରୀକ୍ଷା ଫଳ । ଆଇଆଇଟି ଦିଲ୍ଲୀ ପକ୍ଷରୁ ପରିଚାଳିତ ଏହି ପରୀକ୍ଷା ମୋଟ ୧ ଲକ୍ଷ ୫୦ ହଜାର ୮୩୮ ଜଣ ପରୀକ୍ଷାର୍ଥୀ ଦେଇଥିଲେ । ସେଥିରୁ ୪୩ ହଜାର ୨୦୪ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ଚିରାଗ ଫଲର ଦେଶରେ ଟପ୍ପର ହୋଇଥିବା ବେଳେ ଶିବାଶିଷ ରାଉତ ସର୍ବଭାରତୀୟ ସ୍ତରରେ ୭୩ ରାଙ୍କ ରଖି ରାଜ୍ୟ ଟପ୍ପର ହୋଇଛନ୍ତି । ତେବେ ଚଳିତ ବର୍ଷ ରେକର୍ଡ ସଂଖ୍ୟକ ୭୯ ହଜାର ୮୦୦ ଛାତ୍ରଛାତ୍ରୀ ଓଜେଇଇ ପରୀକ୍ଷା ପାଇଁ ପଂଜିକରଣ କରିଛନ୍ତି । ଏଥିପାଇଁ ରାଜ୍ୟ ଭିତରେ ମୋଟ ୨୧ ଟି ଜିଲ୍ଲା ଓ ରାଜ୍ୟ ବାହାରେ ୩ଟି ସ୍ଥାନରେ ମୋଟ ୫୯ଟି ପରୀକ୍ଷା କେନ୍ଦ୍ର କରାଯାଇଛି ।