ବିଧାନସଭାରେ ଭୁଲ ମାଗିଲେ ବାଚସ୍ପତି

ବିଧାନସଭାରେ ଭୁଲ ମାଗିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର

ବିଧାନସଭାରେ ଭୁଲ ମାଗିଲେ ବାଚସ୍ପତି
file photo

ପ୍ରଜ୍ଞା ପାରମିତା ପତ୍ରୀ, ଭୁବନେଶ୍ୱର: ବିଧାନସଭାରେ ଭୁଲ ମାଗିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ସ୍ମିତାରାଣୀ ପ୍ରସଙ୍ଗରେ ବିରୋଧ ଦଳ ଚାପ ପକାଇବା ପରେ ମଙ୍ଗଳବାର ବିଧାନସଭାରେ ଭୁଲ ମାଗିଛନ୍ତି ବାଚସ୍ପତି । ଗତକାଲି ଅପରାହ୍ନରେ ବିରୋଧୀ ଦଳ ନେତା ସ୍ମିତାରାଣୀ ପ୍ରସଙ୍ଗରେ ଗୃହରେ କିଛି ବିବୃତ୍ତି ରଖିବାକୁ ଚାହୁଁଥିବା ବେଳେ ଅଚାନକ ଗୃହକୁ ମୁଲତବି କରିଦେଇଥିଲେ ବାଚସ୍ପତି । ଆଉ ଏଥିପାଇଁ ବିରୋଧୀ ଦଳ କ୍ଷୋଭ ପ୍ରକାଶ କରିବା ସହ ଆଗକୁ ଗୃହ ଚଳାଇ ନ ଦେବାକୁ ଚେତାବନୀ ମଧ୍ୟ ଦେଇଥିଲେ । ବିରୋଧୀ ଚାପ ପକାଇବା ପରେ ଆଜି ଭୁଲ ମାଗିଛନ୍ତି ବାଚସ୍ପତି । ଭୁଲ ମାଗିବା ସହ ସ୍ପଷ୍ଟୀକରଣ ମଧ୍ୟ ରଖିଛନ୍ତି ସୂର୍ଯ୍ୟନାରାୟଣ । ନିଜ ସ୍ପଷ୍ଟୀକରଣରେ ବାଚସ୍ପତି କହିଛନ୍ତି ଯେ ଗତକାଲି ସେ ଠିକ୍ ଭାବେ ବିରୋଧୀ ଦଳ ନେତା ପ୍ରଦୀପ ନାରାୟଣଙ୍କ କଥା ବୁଝି ପାରି ନ ଥିଲେ । ଗତକାଲିର ଭୁଲ୍ ବୁଝାମଣା ଯୋଗୁଁ ଗୃହକୁ ବନ୍ଦ କରିଦେଇଥିବାରୁ ସେ ଦୁଃଖିତ ଥିବା କହିଛନ୍ତି । 

ଅପରପକ୍ଷରେ ବାଚସ୍ପତି ଭୁଲ ମାଗିବା ପରେ ପ୍ରଦୀପ୍ତ ନାୟକ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ବାଚସ୍ପତି ଭୁଲ ମାଗିବା ଏହା ତାଙ୍କର ଉଦାରତାକୁ ପ୍ରତିପାଦନ କରୁଛି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି ।