ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ବାହାରିଲା ସ୍ୱତନ୍ତ୍ର ଟ୍ରେନ
Advertisement

ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ବାହାରିଲା ସ୍ୱତନ୍ତ୍ର ଟ୍ରେନ

ଠିକ୍ ସକାଳ ୧୦ଟାରେ ଭୁବନେଶ୍ୱର ରେଲୱେ ଷ୍ଟେସନରୁ ଯାତ୍ରା ଆରମ୍ଭ କରିଛି ଏହି ସ୍ୱତନ୍ତ୍ର ଟ୍ରେନ । 

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ମଙ୍ଗଳବାର ଠାରୁ ୧୫ ସହର ପାଇଁ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧୫ ଯୋଡ଼ା ଟ୍ରେନ ଚଳାଚଳ କରୁଛି । ଆଉ ଏହିକ୍ରମରେ ରାଜ୍ୟ ରାଜଧାନୀ ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଆଜି ସ୍ୱତନ୍ତ୍ର ଟ୍ରେନ ଯାତ୍ରା ଆରମ୍ଭ କରିଛି । ଠିକ୍ ସକାଳ ୧୦ଟାରେ ଭୁବନେଶ୍ୱର ରେଲୱେ ଷ୍ଟେସନରୁ ଯାତ୍ରା ଆରମ୍ଭ କରିଛି ଏହି ସ୍ୱତନ୍ତ୍ର ଟ୍ରେନ । ତେବେ ଟ୍ରେନରେ ୫୪୫ ଯାତ୍ରୀ ରହିଥିବା ଜଣାପଡ଼ିଛି । ଗତକାଲି ଦିଲ୍ଲୀରୁ ଭୁବନେଶ୍ୱର ଅଭୁମୁଖେ ଯାତ୍ରା କରିଥିଲେ ଏହାର ବିପରୀତ ସ୍ୱତନ୍ତ୍ର ଟ୍ରେନ । 

ତେବେ ଆସନ୍ତୁ ଜାଣିବା, କେଉଁ ୧୫ ସହରକୁ ରେଳ ଚଳାଚଳ କରୁଛି ଏବଂ ତାର ସମୟ ବିବରଣୀ ବିଷୟରେ । 

ହାୱଡ଼ା-ନୂଆଦିଲ୍ଲୀ: 5.05 PM

ନୂଆଦିଲ୍ଲୀ-ହାୱଡ଼ା: 4.55 PM

 

ମୁମ୍ବାଇ ସେଣ୍ଟ୍ରାଲ-ନୂଆଦିଲ୍ଲୀ: 5.30 PM

ନୂଆଦିଲ୍ଲୀ-ମୁମ୍ବାଇ ସେଣ୍ଟ୍ରାଲ: 4.55 PM

 

ଅହମ୍ମଦାବାଦ-ନୂଆଦିଲ୍ଲୀ: 6.20 PM

ନୂଆଦିଲ୍ଲୀ-ଅହମ୍ମଦାବାଦ:  8.25 PM

 

ରାଜେନ୍ଦ୍ର ନଗର(ପାଟନା)-ନୂଆଦିଲ୍ଲୀ: 7.20 PM

ନୂଆଦିଲ୍ଲୀ-ରାଜେନ୍ଦ୍ର ନଗର(ପାଟନା): 5.15 PM 

 

ବେଙ୍ଗାଲୁରୁ-ନୂଆଦିଲ୍ଲୀ: 8.30 PM

ନୂଆଦିଲ୍ଲୀ-ବେଙ୍ଗାଲୁରୁ: 9.15 PM

 

ଦିବ୍ରୁଗଡ଼-ନୂଆଦିଲ୍ଲୀ: 9.10 PM

ନୂଆଦିଲ୍ଲୀ-ଦିବ୍ରୁଗଡ଼: 4.45 PM

 

ବିଲାସପୁର-ନୂଆଦିଲ୍ଲୀ: 2.40 PM

ନୂଆଦିଲ୍ଲୀ-ବିଲାସପୁର: 4 PM

 

ଭୁବନେଶ୍ୱର-ନୂଆଦିଲ୍ଲୀ: 10 AM 

ନୂଆଦିଲ୍ଲୀ-ଭୁବନେଶ୍ୱର: 5.05 PM

 

ଜମ୍ମୁତୱୀ-ନୂଆଦିଲ୍ଲୀ: 8.10 PM

ନୂଆଦିଲ୍ଲୀ-ଜମ୍ମୁତୱୀ:  9.10 PM

 

ଚେନ୍ନାଇ-ନୂଆଦିଲ୍ଲୀ: 4.35 PM

ନୂଆଦିଲ୍ଲୀ-ଚେନ୍ନାଇ: 4.00 PM

 

ରାଞ୍ଚି-ନୂଆଦିଲ୍ଲୀ: 5.40 PM

ନୂଆଦିଲ୍ଲୀ-ରାଞ୍ଚି: 3.30 PM

 

ମଡ଼ଗାଓଁ-ନୂଆଦିଲ୍ଲୀ: 10.30 AM

ନୂଆଦିଲ୍ଲୀ-ମଡ଼ଗାଓଁ: 11.25 AM

 

ସିକନ୍ଦରାବାଦ-ନୂଆଦିଲ୍ଲୀ: 1.15 PM

ନୂଆଦିଲ୍ଲୀ-ସିକନ୍ଦରାବାଦ: 4.00 PM

 

ଥିରୁଅନନ୍ତପୁରମ୍-ନୂଆଦିଲ୍ଲୀ: 1.15 PM

ନୂଆଦିଲ୍ଲୀ-ଥିରୁଅନନ୍ତପୁରମ୍: 4.00 PM

 

ଅଗରତାଲା-ନୂଆଦିଲ୍ଲୀ:  7.00 PM

ନୂଆଦିଲ୍ଲୀ-ଅଗରତାଲା: 7.50 PM

ତେବେ ମନେରଖନ୍ତୁ, ରେଳ ଯାତ୍ରା କରିବାର ୯୦ ମିନିଟ ପୂର୍ବରୁ ଆପଣଙ୍କୁ ଷ୍ଟେସନରେ ପହଞ୍ଚିବାକୁ ହେବ ।