Advertisement
Article Detail0/zeeodisha/odisha862715
Zee OdishaBhubneshwarଜାଗର ପାଇଁ ଏସଆରସିଙ୍କ ଗାଇଡଲାଇନ

ଜାଗର ପାଇଁ ଏସଆରସିଙ୍କ ଗାଇଡଲାଇନ

ସାମାଜିକ ଦୂରତାରେ ଧାଡି ଦର୍ଶନ ଲାଗି ମନ୍ଦିର ବାହାରେ ପ୍ରାୟ ୨୦୦ ମିଟର ପର୍ଯ୍ୟନ୍ତ ବ୍ୟାରିକେଡ୍ କରାଯାଇଛି। 

ଜାଗର ପାଇଁ ଏସଆରସିଙ୍କ ଗାଇଡଲାଇନ

ଶାନ୍ତସ୍ବରୂପ ରାଉତ,ଭୁବନେଶ୍ବର: ଦିନକ ପରେ ଜାଗର ଯାତ୍ରା।  ସାରା ରାଜ୍ୟରେ ଶୈବପୀଠ ଏବେ ଚଳଚଞ୍ଚଳ ହୋଇଉଠିଛି। ହାତରେ ଆଉ ମାତ୍ର କେଇ ଘଣ୍ଟା ସମୟ ହେଲେ ଏହା ପୂର୍ବରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ସବୁଠାରୁ ବଡ ବାଧକ ସାଜିଛି ମହାମାରୀ କୋରୋନା ଆଉ ମୁଣ୍ଡ ଫଟା ଖରାର ଦାଉ।  ଏସବୁକୁ ଦୃଷ୍ଟିରେ ରଖି ଏସଆରସିଙ୍କ ପକ୍ଷରୁ ସାରା ରାଜ୍ୟରେ ମହାଶିବରାତ୍ରି ପାଇଁ କଟକଣା ଲାଗୁ କରାଯାଇଛି।

ବିଭିନ୍ନ ଶୈବପୀଠ ମଧ୍ୟରେ ଦେବ ଦେବ ମହାଦେବ ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। କଟକଣା ମଧ୍ୟରେ ମହାଦେବଙ୍କ ଏହି ପବିତ୍ର ଯାତ୍ରାକୁ ସୁରୁଖୁରୁ ସହିତ  ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବାକୁ ପ୍ରଶାସନ ପୁରା ଲାଗିପଡିଛି।

Also Read: ଏଥର ଲିଙ୍ଗରାଜ ମନ୍ଦିରରେ ନିରାଡମ୍ବର ଜାଗର

Add Zee News as a Preferred Source

 

ରାଜ୍ୟରେ କଟକଣା ମଧ୍ୟରେ ହେବ ଜାଗର ଯାତ୍ରା, ମେଳା ଗହଳିକୁ ମନା, ଗାଇଡଲାଇନ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର-ଏସଆରସି (Special Relief Commissione-SRC)। ସମସ୍ତ ଜିଲ୍ଲାପାଳଙ୍କ ସହ ମୁନିସିପାଲ କମିଶନରଙ୍କୁ କୋଭିଡ୍ କଟକଣା ଭିତ୍ତିରେ ମହାଶିବରାତ୍ରି ପାଳନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି। କଟକଣା ମଧ୍ୟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ। ଏହାସହ ମନ୍ଦିର ଭିତରେ  ଏବଂ ବାହାରେ ଗହଳି ଉପରେ କଟକଣା ଲାଗୁ କରାଯାଇଛି।

Also Read: ଜଗନ୍ନାଥ ମନ୍ଦିର ପରେ ଲିଙ୍ଗରାଜ ମନ୍ଦିର ଖୋଲିବାକୁ ଉଠିଲା ଦାବି

 

ସେହିଭଳି କୌଣସି ପ୍ରାକାର ମେଳା ଆୟୋଜନ କରିବାକୁ ମଧ୍ୟ ଅନୁମତି ଦିଆଯିବ ନାହିଁ। କୋଭିଡ ନିୟମ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶ ରହିଛି। ଏହାକୁ ନେଇ ଶୈବପୀଠରେ ସମସ୍ତ ପ୍ରସ୍ତୁତି କରାଯାଇଛି। ବିଶେଷ କରି ଏକାମ୍ରକ୍ଷେତ୍ର ଲିଙ୍ଗରାଜ ମନ୍ଦିରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବିଏମସି ଅତିରିକ୍ତ କମିଶନର ଅବନୀକାନ୍ତ ପଟ୍ଟନାୟକ କହିଛନ୍ତି। 

Also Read: ମାଟିରେ ମିଶିଲା ପୁରୁଣା ଲିଙ୍ଗରାଜ ମାର୍କେଟ କମ୍ପ୍ଲେକ୍ସ

 

ଏଥିପାଇଁ ସେବା ଦାୟିତ୍ବରେ ଥିବା ସେବାୟତଙ୍କ ସହ ପୋଲିସକର୍ମୀଙ୍କ କୋଭିଡ ପରୀକ୍ଷା ଆରମ୍ଭ ହୋଇଛି। ସେପଟେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟ ବୋର୍ଡ ସଦସ୍ୟ ପ୍ରଫୁଲ୍ଲ ସ୍ବାଇଁ ଏକାମ୍ରକ୍ଷେତ୍ର ବୁଲି ସ୍ଥିତି ସମୀକ୍ଷା କରିଛନ୍ତି। ସେହିପରି ଶ୍ରଦ୍ଧାଳୁଙ୍କ ଲାଗି ବ୍ୟାପକ ଆୟୋଜନ କରାଯାଇଛି। ସାମାଜିକ ଦୂରତାରେ ଧାଡି ଦର୍ଶନ ଲାଗି ମନ୍ଦିର ବାହାରେ ପ୍ରାୟ ୨୦୦ ମିଟର ପର୍ଯ୍ୟନ୍ତ ବ୍ୟାରିକେଡ୍ କରାଯାଇଛି। ମନ୍ଦିର ଭିତରେ ମଧ୍ୟରେ ବ୍ୟାରିକେଡ୍ ସାଙ୍ଗକୁ ଖରା ପାଇଁ ଚୂନ ଲଗାଯାଇଛି।

Also Read: ଆସନ୍ତାକାଲି ମାଟିରେ ମିଶିବ ପୁରୁଣା ଲିଙ୍ଗରାଜ ମାର୍କେଟ କମ୍ପଲେକ୍ସ

 

ମନ୍ଦିର ଭିତରେ, ବାହାରେ ଦୀପ ଜାଳିବା ଲାଗି ବ୍ୟବସ୍ଥା କରାଯାଇଛି। ପାନୀୟ ଜଳ, ସିସିଟିଭି, ଶୌଚାଳୟ ଆଦିର ବ୍ୟବସ୍ଥା କରାଯାଇଛି। ଟ୍ରାଫିକ ଭିଡକୁ ଦୃଷ୍ଟିରେ ରଖି ପଥଚାରୀ, ଯାନବାହାନ ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା ହୋଇଛି। ସେପଟେ ସେବାୟତଙ୍କ ସେବା ପାଉଣା ଆଦି ସମସ୍ୟା ଜନିତ ଅସନ୍ତୋଷ ହେତୁ ସମାଧାନ ନକଲେ ବୁଧବାର ଠାରୁ ଅସହଯୋଗ କରିବେ ବୋଲି କହିଛନ୍ତି। ରାତି ୧୦ଟା ସମୟରେ ମହାଦୀପ ଉଠିବାକୁ ସ୍ଥିର କରାଯାଇଥିବା ବେଳେ ଗତ ବର୍ଷ ଆଗୁଆ ମହାଦୀପ ଉଠିଥିଲା। ଚଳିତ ବର୍ଷ ଶେଷ ସମୟରେ ସେବାୟତଙ୍କୁ ମନେଇ କିପରି ନୀତିନିର୍ଘଣ୍ଟ ପାଳନ କରାଯାଉଛି ତାହାକୁ ଅପେକ୍ଷା।   

About the Author