ନିଯୁକ୍ତି ଦାବିରେ ଓଡିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ବିଧାନସଭା ଘେରାଉ
Advertisement
Article Detail0/zeeodisha/odisha980648

ନିଯୁକ୍ତି ଦାବିରେ ଓଡିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ବିଧାନସଭା ଘେରାଉ

ଆଜକୁ ୧୮ ଦିନ ଧରି ଏସବୁ ଦାବି ନେଇ ଅହୋରାତ୍ର ଖରା ବର୍ଷାରେ ଆନ୍ଦୋଳନ କରିଆସୁଥିବା ବେଳେ ସରକାର ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରୁନଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି।

ନିଯୁକ୍ତି ଦାବିରେ ଓଡିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ବିଧାନସଭା ଘେରାଉ

ଭୁବନେଶ୍ୱର: ନିଯୁକ୍ତି ଦାବିରେ ରାଜରାସ୍ତାରେ ଆଶାୟୀ ଶିକ୍ଷକ। ଓଡିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ଗତ ମାସ ୧୬ ତାରିଖରୁ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ବିଭିନ୍ନ ଦାବି ନେଇ ଆନ୍ଦୋଳନ ଜାରି ରହିଛି। କନିଷ୍ଠ ଶିକ୍ଷକ ଚୁକ୍ତି ଭିତ୍ତିକ ନିଯୁକ୍ତି ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିବା ଏବଂ ଏହାର ବୟସ ସୀମା ୪୨ ବର୍ଷକୁ ବୃଦ୍ଧି କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। 

ଆଜକୁ ୧୮ ଦିନ ଧରି ଏସବୁ ଦାବି ନେଇ ଅହୋରାତ୍ର ଖରା ବର୍ଷାରେ ଆନ୍ଦୋଳନ କରିଆସୁଥିବା ବେଳେ ସରକାର ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରୁନଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ଏ ପର୍ଯ୍ୟନ୍ତ ସରକାରଙ୍କ ସ୍ତରରୁ କୌଣସି ଡକରା ଆସିନାହିଁ। ଯାହାକୁ ନେଇ ସଂଘ ପକ୍ଷରୁ ସୋମବାର ସାରା ରାଜ୍ୟରୁ ହଜାର ହଜାର ଆଶାୟୀ ଶିକ୍ଷକ ଏକାଠି ହୋଇ ବର୍ଷା ଖରାରେ ଛତା ଧରି ବିଧାନସଭା ଘେରାଉ କରିଛନ୍ତି। ମାଷ୍ଟରକ୍ୟାଣ୍ଟିନ ଠାରୁ ପିଏମଜି ପର୍ଯ୍ୟନ୍ତ ରାଲି କରି ପ୍ରତିବାଦ କରିଛନ୍ତି। ଯେପର୍ଯ୍ୟନ୍ତ ବିଧାନସଭାରେ ସେମାନଙ୍କ ଦାବି ନ ଉଠିଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।
 

;