ଚର୍ଚ୍ଚାରେ କେସିଙ୍ଗା ଏସଡିପିଓ ଏସ ଶୁଶ୍ରୀ: କହିଲେ ପରେଡରେ ପ୍ରତିନିଧିତ୍ବ ବଡ ଗର୍ବ
Advertisement

ଚର୍ଚ୍ଚାରେ କେସିଙ୍ଗା ଏସଡିପିଓ ଏସ ଶୁଶ୍ରୀ: କହିଲେ ପରେଡରେ ପ୍ରତିନିଧିତ୍ବ ବଡ ଗର୍ବ

୨୦୧୭ ବ୍ୟାଚ୍‌ର ଆଇପିଏସ୍ ଅଫିସର (IPS Officer) ଏବେ କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ଏସ୍‌ଡିପିଓ (SDPO) ଭାବେ ନିଯୁକ୍ତ ହୋଇଛନ୍ତି । କହିଲେ ରାଜ୍ୟ ସ୍ତରୀୟ ପରଡେରେ ମୋ ଦାୟିତ୍ୱକୁ ସୁଚାରୁ ରୂପେ ପାଳନ କରିବା ନେଇ ଆଶା କରୁଛି ।

ଚର୍ଚ୍ଚାରେ କେସିଙ୍ଗା ଏସଡିପିଓ ଏସ ଶୁଶ୍ରୀ: କହିଲେ ପରେଡରେ ପ୍ରତିନିଧିତ୍ବ ବଡ ଗର୍ବ

ସରୋଜ ବେହେରା, ଭୁବନେଶ୍ବର: ଚଳିତ ବର୍ଷର ମୁଖ୍ୟ ଆକର୍ଷଣ ରହିଛନ୍ତି କେସିଙ୍ଗା ଏସଡିପିଓ ଏସ ଶୁଶ୍ରୀ । ୨୦୧୭ ବ୍ୟାଚ୍‌ର ଆଇପିଏସ୍ ଅଫିସର ଏବେ କଳାହାଣ୍ଡି (Kalahandi) ଜିଲ୍ଲା କେସିଙ୍ଗାରେ ଏସ୍‌ଡିପିଓ ଭାବେ ନିଯୁକ୍ତ ହୋଇଛନ୍ତି । ପ୍ରଥମ ଥର ପାଇଁ ତାଙ୍କୁ ସାଧାରଣତନ୍ତ୍ର ଦିବସରେ ରାଜ୍ୟ ସ୍ତରୀୟ ପରେଡରେ ନେତୃତ୍ୱ ନେବାକୁ ସୁଯୋଗ ମିଳିଥିବାରୁ ସେ ନିଜକୁ ଗର୍ବ ମନେ କରିଥିବା କହିଛନ୍ତି । 

ନିଜ ଦାୟିତ୍ବକୁ ସୂଚାରୁ ଭାବେ ସଂପନ୍ନ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି । ତେବେ ତାଙ୍କ କହିବା କଥା ହେଲା କେବେ ଆଶା କରି ନଥିଲି, ଡିଜିପି (DGP) ସାର୍ ହଠାତ୍ ଫୋନ୍ କରି କହିଥିଲେ ଯେ ମୁଁ ମନୋନୀତ ହୋଇଛି । ଏହା ଶୁଣି ନର୍ଭସ ହୋଇଯାଇଥିଲି। କାରଣ ଏକ ରାଜ୍ୟ ସ୍ତରୀୟ (State Level) ସାଧାରଣତନ୍ତ୍ର ଦିବସ (Republic Day) ର ପରେଡ୍‌ (Parade) ର ନେତୃତ୍ୱ ନେବା ବହୁତ ବଡ଼ ଦାୟିତ୍ୱ । 

Also Read:ଭିନ୍ନକ୍ଷମ ସଂସ୍ଥାରେ ଯୌନ କେଳେଙ୍କାରୀ: ଦିନରେ ୨୫ଶହ, ଅନ୍ଧାର ହେଲେ ପେମେଣ୍ଟ ଡବଲ

ଡିଜିପି ସାର୍ ମୋତେ ଦାୟିତ୍ବ ତଥା ମୋ ଉପରେ ଭରସା ରଖିଥିବାରୁ ତାଙ୍କର ସେହି ଭରସାକୁ ସଫଳ କରିବି । ଏଭଳି ଏକ ଦାୟିତ୍ୱ ପାଇଁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି । ଯେଉଁମାନଙ୍କ ପାଇଁ ମୁଁ ଏହି ସୁଯୋଗ ପାଇଛି, ସେମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ଏସଡିପିଓ ଏସ ଶୁଶ୍ରୀ (SDPO S. Sushree) 

Also Read:ଦିଲ୍ଲୀରେ ଲାଗିଲା 'ପାକିସ୍ତାନ ଜିନ୍ଦାବାଦ' ନାରା, ଆକ୍ସନରେ ପୋଲିସ

ଅନ୍ୟପଟେ ମୋ ଦାୟିତ୍ୱ (Responsibility) କୁ ସୁଚାରୁ ରୂପେ ପାଳନ କରିବା ସହ ଆଶା କରୁଛି, ମୁଁ ସେମାନଙ୍କୁ ଯେମିତି ନିରାଶ କରିବି ନାହିଁ ।

Edited: Zee Odisha Desk