• ମୟୁରଭଞ୍ଜରେ ଭୁମିକମ୍ପ । ରାତି ପ୍ରାୟ ସାଢେ ୩ଟା ବେଳେ ଏହି ଭୁକମ୍ପ ଅନୁଭୂତ ହୋଇଥିବା ସୂଚନା ।
  • ଜାମିନ ଖାରଜ ପରେ ବିଚାର ବିଭାଗୀୟ ହାଜତକୁ ଗଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ॥
  • ବିଶ୍ୱରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫,୧୦,୯୪୨ରେ ପହଞ୍ଚିଲା ।
  • ସଂକ୍ରମିତଙ୍କ ସଂଖ୍ୟା ସମଗ୍ର ବିଶ୍ୱରେ ୬,୦୫,୫୫,୬୮୬ରେ ପହଞ୍ଚିଛି ॥
  • ଭଞ୍ଜନଗର ଅଞ୍ଚଳରେ ହାତୀର ମୃତ୍ୟୁ ସୂଚନା । ଉତ୍ତର ଘୁମୁସୁର ବନଖଣ୍ଡରେ ପଡ଼ିଛି ମୃତଦେହ ॥

ବନ୍ୟଜନ୍ତୁ-ମଣିଷ ସଂଘର୍ଷ ରୋକିବାକୁ ଗଠିତ ହେବ ରାଜ୍ୟସ୍ତରୀୟ ଟାସ୍କଫୋର୍ସ

ଆକ୍ସନ ପ୍ଲାନ ଅନୁଯାୟୀ କାର୍ଯ୍ୟକଳାପକୁ ପ୍ରାଥମିକତା ଦେବା ସହ ବିଭିନ୍ନ ସରକାରୀ କ୍ରାଯ୍ୟକଳାପକୁ ସୁଦୃଢ କରି ବିଭିନ୍ନ ଯୋଜନା ଅନ୍ତର୍ଗତ ଟଙ୍କାକୁ ଖର୍ଚ୍ଚ କରାଯାଇପାରିବ। 

ବନ୍ୟଜନ୍ତୁ-ମଣିଷ ସଂଘର୍ଷ ରୋକିବାକୁ ଗଠିତ ହେବ ରାଜ୍ୟସ୍ତରୀୟ ଟାସ୍କଫୋର୍ସ

ସରୋଜ ବେହେରା, ଭୁବନେଶ୍ବର: ରାଜ୍ୟରେ ମନୁଷ୍ୟ-ପଶୁ ସଂଘର୍ଷ (Human-Animal Conflict)ଘଟଣାକୁ ନଜରରେ ରଖି ଏକ ମାଷ୍ଟର ପ୍ଲାନ (Master Plan)ପ୍ରସ୍ତୁତି ପାଇଁ ବନ୍ୟଜନ୍ତୁ ବିଭାଗ (Wild LIfe Department)ମୁଖ୍ୟ ସଂରକ୍ଷକ (Chief Conservator)ତଥା ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନ (Wild Life Warden)ହରିଶଙ୍କର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଟାସ୍କଫୋର୍ସ (Task Force)ଗଠନ କରିଛନ୍ତି। 

ଆସନ୍ତା ୩ ବର୍ଷର ଆକ୍ସନ ପ୍ଲାନ (Action Plan)ତିଆରି କରି ଏହି ଟାସ୍କଫୋର୍ସ ଡିସେମ୍ବର ପ୍ରଥମ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ବନ୍ୟ ପ୍ରାଣୀଙ୍କ ସଂଘର୍ଷ କାରଣରୁ ବିଗତ ୬ ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୫୨୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୪୨ ଜଣ ଗୁରୁତର ଆହତ ହୋଇଛନ୍ତି। ଏଭଳି ପରିସ୍ଥିତିରେ ରାଜ୍ୟ ସ୍ତରୀୟ ଟାସ୍କଫୋର୍ସ ସହାୟକ ହେବ ବୋଲି ଆଶା କରାଯାଉଛି। 

ରାଜ୍ୟରେ ବଢି ଚାଲିଛି ବନ୍ୟପ୍ରାଣୀ-ମଣିଷ ମଧ୍ୟରେ ଲଢେଇ। କେତେ ବେଳେ ମଣିଷ ହାରୁଛି ତ ଆଉ କେତେ ବେଳେ ବଳି ପଡୁଛନ୍ତି ଜଙ୍ଗଲୀ ଜୀବ। ଜଙ୍ଗଲ ପାଖାପାଖି ଅଞ୍ଚଳରେ ଜନବସତି ବଢିବା ସହ ସହରୀକରଣ (Urbanisation)ଯୋଗୁ ବଦଳୁଛି ପରିବେଶ। ଯାହାର ଫଳ ଜଙ୍ଗଲରୁ (Forest)ଜନବସତି ଅଞ୍ଚଳ (Residential Area)ଆଡକୁ ମୁହାଁଉଛନ୍ତି ବନ୍ୟ ଜୀବଜନ୍ତୁ। 

ବନ୍ୟ ଜନ୍ତୁଙ୍କୁ ଘଉଡାଇବାକୁ ଲୋକେ ଉଦ୍ୟମ କରିବା ବେଳେ ବେଳେ ଭାରି ପଡିଯାଇଥାଏ। ବନ୍ୟଜନ୍ତୁ ଉତ୍ୟକ୍ତ ହୋଇ ଲୋକଙ୍କୁ ଗୋଡାଇବା ଦେଖିବାକୁ ମିଳୁଛି। କେବଳ ସେତିକି ନୁହଁ ଜଙ୍ଗଲୀ ପଶୁଙ୍କ ସହ ସେଲଫି ଉଠାଇବା ବେଳେ ଅନେକାଂଶରେ ମହଙ୍ଗା ପଡୁଛି। ଓଡିଶାର ଇତିହାସ ଦେଖିଲେ ଗତ ୬ ବର୍ଷରେ ବନ୍ୟପ୍ରାଣୀ ଓ ମଣିଷ ମୁହାଁମୁହିଁ ଭଳି ପ୍ରାୟ ୮୦୫ଟି ଘଟଣା ଘଟିସାରିଛି। ଏଥିରେ ୫୨୭ ଜଣଙ୍କ ଜୀବନ ଯାଇଥିବା ବେଳେ ୪୪୨ ଜଣ ଗୁରୁତର ଆହତ ହୋଇଛନ୍ତି। 

ମଣିଷ ବନ୍ୟଜନ୍ତୁ ମୁହାଁମୁହଁ ରୋକିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଜଙ୍ଗଲ ଓ ପରିବେଶ ବିଭାଗ (Forest & Environment Department) ପକ୍ଷରୁ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଗଠନ କରି ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ଡିସେମ୍ବର ପହିଲା ସୁଦ୍ଧା ଏହି ଟାସ୍କଫୋର୍ସ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦେଶ ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ। 

ଏହା ଦ୍ୱାରା ଉଭୟ ଲୋକ ଓ ଜଙ୍ଗଲୀ ଜନ୍ତୁଙ୍କ ପାଇଁ ସୁରକ୍ଷା ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଏହା ସତ୍ତ୍ୱେ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସ୍ବାଗତଯୋଗ୍ୟ। ହେଲେ ଏହାକୁ କରିବା ପାଇଁ ଇଚ୍ଛାଶକ୍ତି ଆବଶ୍ୟକତା ରହିଛି ବୋଲି କହିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ। 

ଆକ୍ସନ ପ୍ଲାନ ଅନୁଯାୟୀ କାର୍ଯ୍ୟକଳାପକୁ ପ୍ରାଥମିକତା ଦେବା ସହ ବିଭିନ୍ନ ସରକାରୀ କ୍ରାଯ୍ୟକଳାପକୁ ସୁଦୃଢ କରି ବିଭିନ୍ନ ଯୋଜନା ଅନ୍ତର୍ଗତ ଟଙ୍କାକୁ ଖର୍ଚ୍ଚ କରାଯାଇପାରିବ। ଜଙ୍ଗଲ ବିନିଯୋଗ ମାମଲାର କ୍ଷତିପୂରଣ ବୃକ୍ଷରୋପଣ ପାଣ୍ଠି ପରିଚାଳନା ଯୋଜନା ପ୍ରାଧିକରଣ,ଏମଜିଏନଆରଇଜିଏସ (MGNREGS)ଜିଲ୍ଲା ଖଣିଜ ପାଣ୍ଠି-ଡିଏମ୍ଏଫ୍ (DMF-District Mineral Fund)ଅଧିନରେ ଥିବା ପାଣ୍ଠିକୁ ବାସସ୍ଥାନ ବିକାଶ ପାଇଁ ପ୍ରଭାବଶାଳୀ ଭାବରେ ବ୍ୟବହାର କରାଯାଇପାରିବ ବୋଲି ଆଶା କରାଯାଉଛି। 

ଏଥିପାଇଁ ରେଳବାଇ, ଜାତୀୟ ତଥା ରାଜ୍ୟ ରାଜପଥ କର୍ତ୍ତୃପକ୍ଷ, ଜଳ ସମ୍ପଦ ବିଭାଗ, ବିଦ୍ୟୁତ୍ ବିତରଣ କମ୍ପାନୀ, ଜିଲ୍ଲା ଏବଂ ବିଭାଗ ସ୍ତରରେ ନିୟମିତ ମନିଟରିଂ ଏବଂ ସମୀକ୍ଷା କରିବାର ଏକ ଆନୁଷ୍ଠାନିକ ବ୍ୟବସ୍ଥା ସହିତ ଡିଏଫ୍ଓ ମାନକ ଅପରେଟିଂ ପ୍ରଣାଳୀ (SOP)ରଖାଯିବ। ଗତ ୪ ବର୍ଷ ତଳେ ରାଜ୍ୟ ସରକାର ଦିଲ୍ଲୀର ଏକ ଘରୋଇ ସଂସ୍ଥାକୁ ୩ କୋଟି ୬୭ ଲକ୍ଷ ଟଙ୍କା ଦେଇ ହାତୀ ମଣିଷ ମୁହାଁମୁହଁ କିଭଳି ରୋକାଯାଇପାରିବ ସେଥିପାଇଁ ରିପୋର୍ଟ ଦେବାକୁ କୁହାଯାଇଥିଲା। ହେଲେ ସେଥିରେ କୌଣସି ସୁଫଳ ନମିଳିବା ପରେ ଏବେ ରାଜ୍ୟସ୍ତରୀୟ ଟାସ୍କଫୋର୍ସ କେତେ ସଫଳ ହେବ ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବନ୍ୟ ପ୍ରାଣୀ ବିଶେଷଜ୍ଞ।