ଜେଲରେ ବଢୁଛି ମାନସିକ ରୋଗୀ କଏଦୀଙ୍କ ସଂଖ୍ୟା, ଓଡ଼ିଶା ଦେଶରେ ଦ୍ୱିତୀୟ
trendingNow,recommendedStories0/zeeodisha/odisha596006

ଜେଲରେ ବଢୁଛି ମାନସିକ ରୋଗୀ କଏଦୀଙ୍କ ସଂଖ୍ୟା, ଓଡ଼ିଶା ଦେଶରେ ଦ୍ୱିତୀୟ

ମାନସିକ ରୋଗୀଙ୍କ ଯତ୍ନ ପାଇଁ ଭାରତ ସରକାରଙ୍କ ୨୦୧୬ ପ୍ରିଜନ ମାନୁଆଲରେ କଏଦୀଙ୍କ ପାଇଁ ମାନସିକ ଅବସ୍ଥାର ଯତ୍ନ ପାଇଁ ଚିକିତ୍ସା ନେବା ସହ ଡାକ୍ତର ଓ ପରାମର୍ଶଦାତାଙ୍କୁ ନିଯୁକ୍ତି କରିବାକୁ କୁହାଯାଇଛି । 

ଜେଲରେ ବଢୁଛି ମାନସିକ ରୋଗୀ କଏଦୀଙ୍କ ସଂଖ୍ୟା, ଓଡ଼ିଶା ଦେଶରେ ଦ୍ୱିତୀୟ

ସରୋଜ ବେହେରା, ଭୁବନେଶ୍ୱର: ଜେଲରେ ବଢୁଛି ମାନସିକ ରୋଗୀଙ୍କ ସଂଖ୍ୟା । ଶହେରୁ ୫ ଜଣ କଏଦୀ ମାନସିକ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏ କଥା ଜଣା ପଡିଛି ଜାତୀୟ ଅପରାଧ ପରିସଂଖ୍ୟନ ରିପୋର୍ଟରୁ । ରିପୋର୍ଟ ଅନୁସାରେ ସମଗ୍ର ଦେଶରେ ଉତ୍ତର ପ୍ରଦେଶ ସର୍ବାର୍ଗେ ଆଗରେ ଥିବା ବେଳେ ଓଡିଶା ରହିଛି ଦ୍ବିତୀୟ ସ୍ଥାନରେ । ଏହି ଅନୁସାରେ ଓଡିଶାରେ ଥିବା ୧୫ ହଜାର କଏଦୀଙ୍କ ମଧ୍ୟରୁ ୭୮୭ ଜଣ କଏଦୀ ଏବେ ମାନସିକ ରୋଗରେ ପୀଡିତ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୪୧୨ ଜଣ ଦୋଷୀ ସାବ୍ୟସ୍ତ ହୋଇ ସଜା କାଟୁଥିବା ବେଳେ ୩୭୫ ଜଣ ବିଚାରାଧିନ କଏଦୀ ରହିଛନ୍ତି ।

ମାନସିକ ରୋଗୀଙ୍କ ଯତ୍ନ ପାଇଁ ଭାରତ ସରକାରଙ୍କ ୨୦୧୬ ପ୍ରିଜନ ମାନୁଆଲରେ କଏଦୀଙ୍କ ପାଇଁ ମାନସିକ ଅବସ୍ଥାର ଯତ୍ନ ପାଇଁ ଚିକିତ୍ସା ନେବା ସହ ଡାକ୍ତର ଓ ପରାମର୍ଶଦାତାଙ୍କୁ ନିଯୁକ୍ତି କରିବାକୁ କୁହାଯାଇଛି । ଏବେ ଏଭଳି ଉଦବେଗ ଜନକ ପରିସ୍ଥିତି ପାଇଁ ଏକ ସ୍ୱାଧୀନ ତଥା ସ୍ୱତନ୍ତ୍ର କମିଟି ଗଠନ କରିବାକୁ ରାଜ୍ୟ ମାନବାଧିକାର କମିଶନରଙ୍କ ଦ୍ୱାରସ୍ଥ ହୋଇଛନ୍ତି ମାନବାଧିକାର କର୍ମୀ ବିଶ୍ୱପ୍ରିୟ  କାନୁନଗୋ ଏବଂ ତାଙ୍କ ସହଯୋଗୀ ।

କଏଦୀଙ୍କ ମାନସିକ ରୋଗର କାରଣ ଓ ଯତ୍ନ ସମ୍ପର୍କରେ କାର୍ଯ୍ୟକାରୀ କରିବା ପାଇଁ କମିଶନଙ୍କ ନିକଟରେ ପିଟିସନ ଦାଖଲ କରାଯାଇଛି । ଓଡିଶାରେ ବର୍ତ୍ତମାନ ୯ଟି ଜିଲ୍ଲା ସ୍ତରୀୟ, ୭୩ଟି ସବ ଜେଲ, ଗୋଟାଏ ମହିଳା ଜେଲ, ଗୋଟାଏ ମୁକ୍ତାକାଶ ଓ ୨ଟି ସ୍ବତନ୍ତ୍ର ଜେଲ ରହିଛି । ଏଥିରେ ରହୁଥିବା ୧୫ ହଜାର କଏଦୀଙ୍କ ପାଇଁ ୪ ଜଣ ମନସ୍ତତ୍ତ୍ୱବିତ ରହିବା ଦରକାର । ହେଲେ ଏମାନଙ୍କ ମଧ୍ୟରୁ ୩ ଟି ପଦବୀ ଖାଲି ପଡିଥିବା ବେଳେ ଜଣେ ମାତ୍ର ଡାକ୍ତର ରହିଛନ୍ତି । ଖାଲି ପଦବୀ ପୂରଣ କରିବା ପାଇଁ ସରକାରଙ୍କୁ ଚିଠି କରାଯାଇଛି । ଆବଶ୍ୟକ ପଡିଲେ ବାହାରୁ ମନୋସ୍ତତ୍ତ୍ୱବିତଙ୍କୁ ଆଣି ଚିକିତ୍ସା କରାଯିବାକୁ ପ୍ରସ୍ତାବ ଦିଆଯାଇଛି ବୋଲି ଜେଲ ସଂସ୍କାର ଡିଜି କହିଛନ୍ତି ।

 

Trending news