close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ବନିଶୀ କଣ୍ଟାରେ ପଡ଼ିଲା ବିରଳ ପ୍ରଜାତିର କଇଁଛ, ଓୟୁଏଟିରେ ସଫଳ ଅସ୍ତ୍ରୋପଚାର

ଏକ ବିରଳ ପ୍ରଜାତି କଇଁଛର ଅସ୍ତ୍ରୋପଚାର ଓୟୁଏଟିରେ ସଫଳ ହୋଇଛି । ଗୁରୁବାର କଟକ ଟାଙ୍ଗୀ ବ୍ଲକ ଶାଳଗାଁ ଅନ୍ତର୍ଗତ ଭଏରପୁର ଗାଁର ଏକ ପୋଖରୀରୁ ଆହତ ଅବସ୍ଥାରେ ଏହି ମାଈ କଇଁଛକୁ କଟକ ବନଖଣ୍ଡ ଦ୍ୱାରା ଉଦ୍ଧାର କରାଯାଇଥିଲା । କଇଁଛର ବେକରେ ଏକ ବଂଶି କଣ୍ଟା ଲାଗିବା ହେତୁ ଏପରି  ଆଘାତ ସୃଷ୍ଟି ହୋଇଥିଲା ।

ବନିଶୀ କଣ୍ଟାରେ ପଡ଼ିଲା ବିରଳ ପ୍ରଜାତିର କଇଁଛ, ଓୟୁଏଟିରେ ସଫଳ ଅସ୍ତ୍ରୋପଚାର
ଫାଇଲ ଫଟୋ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଏକ ବିରଳ ପ୍ରଜାତି କଇଁଛର ଅସ୍ତ୍ରୋପଚାର ଓୟୁଏଟିରେ ସଫଳ ହୋଇଛି । ଗୁରୁବାର କଟକ ଟାଙ୍ଗୀ ବ୍ଲକ ଶାଳଗାଁ ଅନ୍ତର୍ଗତ ଭଏରପୁର ଗାଁର ଏକ ପୋଖରୀରୁ ଆହତ ଅବସ୍ଥାରେ ଏହି ମାଈ କଇଁଛକୁ କଟକ ବନଖଣ୍ଡ ଦ୍ୱାରା ଉଦ୍ଧାର କରାଯାଇଥିଲା । କଇଁଛର ବେକରେ ଏକ ବଂଶି କଣ୍ଟା ଲାଗିବା ହେତୁ ଏପରି  ଆଘାତ ସୃଷ୍ଟି ହୋଇଥିଲା ।

ସ୍ଥାନୀୟ ପ୍ରାଣୀଧନ ନିରୀକ୍ଷକ କଣ୍ଟାକୁ ବାହାର କରିବାରେ ଅସଫଳ ହେବାକୁ ଭୁବନେଶ୍ବର ଓୟୁଏଟିକୁ ଅଣାଯାଇଥିଲା । ତେବେ ଓୟୁଏଟି ପ୍ରାଣୀବିଜ୍ଞାନ ବିଭାଗୀୟ ମୁଖ୍ୟ ଇନ୍ଦ୍ରମଣି ନାଥଙ୍କ ତତ୍ତ୍ୱାବଧାନରେ ୧ ଘଣ୍ଟାରୁ ଉର୍ଦ୍ଦ୍ୱ ସମୟ ଧରି ଏହାର ଅସ୍ତ୍ରୋପଚାର କରାଯାଇଥିଲା । ଡାକ୍ତରଙ୍କ ପାଞ୍ଚ ଜଣିଆ ଟିମ ଏହି ଅସ୍ତ୍ରୋପଚାର କରିଛନ୍ତି । ପ୍ରଥମେ ଆନାସ୍ଥେସିଆ ଦିଆଯାଇ ଅନୁଧ୍ୟାନ କରିବା ପରେ ଅସ୍ତ୍ରୋପଚାର କରି କଣ୍ଟାକୁ ବାହାର କରିବାରେ ସଫଳ ହୋଇଥିଲେ । 

ତେବେ ଡାକ୍ତର ଇନ୍ଦ୍ରମଣି ନାଥଙ୍କ ଅନୁଯାୟୀ, ଏହା ଏକ ଅତି ବିରଳ ପ୍ରଜାତିର କଇଁଛ । ଏହାର  ବୟସ ପ୍ରାୟ ୪୦ ବର୍ଷ ଏବଂ ଓଜନ ୬୦ କେଜି ହେବ । ସିଡ୍ୟୁଲ 1 କ୍ୟାଟେଗୋରି ଏହି କଇଁଛର ଜୁଲୋଜିକାଲ ନାମ ହେଉଛି ‘ଲିସେମିସ୍ ପମକ୍ଟାକା’ । ତେବେ ଅସ୍ତ୍ରୋପଚାର ପରେ କଇଁଛିଟି ସୁସ୍ଥ ଥିବା କଥା ସେ କହିଛନ୍ତି । ଏହାସହ ଆସନ୍ତା ଦୁଇ ଦିନ ମଧ୍ୟରେ ପୂର୍ବାବସ୍ଥାକୁ ଫେରିବା ସହ ଜଳରେ ବିଚରଣ କରିପାରିବ ବୋଲି ଡାକ୍ତର କହିଛନ୍ତି । ତେବେ ଏହାକୁ ବନବିଭାଗ ପକ୍ଷରୁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ।