• ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୧ ଲକ୍ଷ ୨୧ ହଜାର ୩୧୧ ଆକ୍ରାନ୍ତ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪ ହଜାର ୨ଜଣଙ୍କ ଜୀବନ
  • ଦିନକରେ ନୂଆ ୮୪ ହଜାର ୩୩୨ ନୂଆ ପଜିଟିଭ ଚିହ୍ନଟ
  • ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୭ ଜଣଙ୍କ ଜୀବନ ନେଲା କିଲର କୋରୋନା
  • ଗତ ୨୪ ଘଣ୍ଟାରେ ରାଜ୍ୟରେ ୪ ହଜାର ୮୫୨ ପଜିଟିଭ ଚିହ୍ନଟ
  • UG/PG ପରୀକ୍ଷା ହେବ, ପୁଣି ୧୮ରେ ବୈଠକ
  • ଆଜି ଅତିପ୍ରବଳ ବର୍ଷା ନେଇ ୬ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି
  • ଦିଲ୍ଲୀ ଲାଜପତ ନଗର କପଡା ସୋରୁମରେ ଅଗ୍ନିକାଣ୍ଡ, ୧୬ ଦମକଳ ନିୟୋଜିତ
  • ଇସ୍ତଫା ଦେଲେ ତେଲେଙ୍ଗାନା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଇ. ରାଜେନ୍ଦ୍ର
  • କୃଷକ ଆନ୍ଦୋଳନ: ୨୬ରେ ରାଜଭବନ ଘେରାଓ

୨୦ରୁ ଶୀତକାଳୀନ ଅଧିବେଶନ, ପଜିଟିଭ ହେଲେ ବିଧାନସଭା ମନା

କଟକଣାରେ ଆରମ୍ଭ ହେବ ଶୀତ ଅଧିବେଶନ, ପଜିଟିଭ୍ ହେଲେ ବିଧାନସଭା ମନା । ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଶୀତକାଳୀନ ଅଧିବେଶନ । 

୨୦ରୁ ଶୀତକାଳୀନ ଅଧିବେଶନ, ପଜିଟିଭ ହେଲେ ବିଧାନସଭା ମନା

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: କଟକଣାରେ ଆରମ୍ଭ ହେବ ଶୀତ ଅଧିବେଶନ, ପଜିଟିଭ୍ ହେଲେ ବିଧାନସଭା ମନା । ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଶୀତକାଳୀନ ଅଧିବେଶନ । ଏନେଇ ବାଚସ୍ପତି ଆଜି ବିଧାନସଭା ପରିସରରେ ସମସ୍ତ ବିବୃତି ପ୍ରଦାନ କରିଛନ୍ତି । ପୂର୍ବ ମୌସୁମୀ ଅଧିବେଶନ ଭଳି ଆଗାମୀ ଶୀତ ଅଧିବେଶନ ମଧ୍ୟ ସମାନ ବ୍ୟବସ୍ଥାରେ ହେବ । ଶନିବାର ଓ ରବିବାର ସମେତ ମୋଟ ୪୦ଟି କାର୍ଯ୍ୟଦିବସ ରହିବ । 

ଅଧିବେଶନ ପୂର୍ବରୁ ନଭେମ୍ବର ୧୭,୧୮ ଓ ୧୯ ତାରିଖ ରେ ରେ ବିଧାୟକ ଓ ତାଙ୍କ ବ୍ୟକ୍ତିଗତ ସଚିବ, ସୁରକ୍ଷାକର୍ମୀ ଏବଂ ବିଧାନସଭା କର୍ମଚାରୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ଓ ଅନ୍ୟ ପାସ୍ ଧାରୀ କୋଭିଡ ଟେଷ୍ଟ କରିବେ । ରିପୋର୍ଟ ନେଗେଟିଭ ହେଲେ ଅନୁମତି, ଏବଂ ପଜିଟିଭ୍ ହେଲେ ବିଧାନସଭା ମନା । ବିଏମସି ଓ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ଟେଷ୍ଟ କରାଯିବ । ପ୍ରତ୍ୟେକ ଦିନ ଟିମ୍ ରହି ସମସ୍ତ ସଦସ୍ୟ ମାନଙ୍କର ତାପମାତ୍ରା ଓ ଲକ୍ଷଣ ଜାଂଚ କରି ଆବଶ୍ୟକ ହେଲେ ଆଣ୍ଟିଜେନ ଟେଷ୍ଟ କରିବେ । ସମ୍ପୂର୍ଣ କୋଭିଡ ସୁରକ୍ଷାବଳୟରେ ଅଧିବେଶନ ହେବ । 

ବିଧାନସଭା ଗୃହରେ ସାମାଜିକ ଦୂରତା, ମାସ୍କ, କାଚ ପରି ସମସ୍ତ ବ୍ୟବସ୍ଥା ଓ ଗାଇଡ ଲାଇନ ପାଳନ ହେବ । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବିଏମସି ଜରିଆରେ ସମସ୍ତ ଅଂଚଳ ବିଶୋଧନ ହେବ । ସ୍ବାସ୍ଥ୍ୟ ସଚିବ ଓ ବିଏମସି କମିଶନରଙ୍କ ସହ ଆଜିର ବୈଠକ ପରେ ଏସମସ୍ତ ନିଷ୍ପତ୍ତି ହୋଇଥିବା କହିଛନ୍ତି ବାଚସ୍ପତି । ତେବେ ଦ୍ବିତୀୟ ପର୍ଯ୍ୟାୟ ଟେଷ୍ଟ କେବେ ହେବ ସେନେଇ ପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି । ଆବଶ୍ୟକ ଥିଲେ ଯେଉଁ ଅଧିକାରୀ ମାନେ ଆସିବେ ଆଗରୁ ଟେଷ୍ଟ କରି ରିପୋର୍ଟ ନେଇ ବିଧାନସଭା ଆସିବାକୁ କୁହାଯାଇଛି । 

ସେହିପରି ଗତ ଅଧିବେଶନ ଭଳି ଯେଉଁ ବିଧାୟକ, ମନ୍ତ୍ରୀ ଓ ସଦସ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ଓ କୋଭିଡ ପଜିଟିଭ୍ ଥିଲେ ଆଗରୁ ଅବଗତ କରି ଭିଡିଓ କନଫରେନ୍ସିଂ ଯୋଗେ ରହିପାରିବେ । ସେପଟେ ଏହି ଅଧିବେଶନରେ ପ୍ରଶ୍ନକାଳ ରହିବ କି ନାହିଁ, ତାହା ଏଯାଏଁ ନିଷ୍ପତ୍ତି ହୋଇନଥିବା କହିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।