ଜ୍ୱର କି କାଶ ନୁହେଁ, କୋରୋନାର ଅଚିହ୍ନା ଲକ୍ଷଣ ସମ୍ପର୍କରେ ଆସନ୍ତୁ ଜାଣିବା
Advertisement

ଜ୍ୱର କି କାଶ ନୁହେଁ, କୋରୋନାର ଅଚିହ୍ନା ଲକ୍ଷଣ ସମ୍ପର୍କରେ ଆସନ୍ତୁ ଜାଣିବା

ଆପଣଙ୍କଠାରେ ଏପରି କିଛି ଲକ୍ଷଣ ଦେଖାଯାଉଛି କି ? 

ପ୍ରତୀକାତ୍ମକ ଫଟୋ

ଶୁଭଶ୍ରୀ ମହାପାତ୍ର, ଭୁବନେଶ୍ୱର: ସମୟ ଓ ସ୍ଥିତି ସହିତ ଚରିତ୍ର ବଦଳାଉଛି Corona । ଅନେକଙ୍କ ନିକଟରେ ଲକ୍ଷଣ ନଥିଲେ ମଧ୍ୟ ସେ ଯେ କୋରୋନା ପଜିଟିଭ୍, ଏହା ପରବର୍ତ୍ତୀ ସମୟରେ ଜଣା ପଡ଼ିଥାଏ । ଜଣେ ବ୍ୟକ୍ତି ଯେ କୋରୋନା ପଜିଟିଭ୍, ଏକଥା ନିଜେ ଜାଣିବା କଷ୍ଟକର ହୋଇଥାଏ । ଫଳରେ ସେ ବିନା ଦ୍ୱିଧାରେ ଅନ୍ୟମାନଙ୍କ ସହ ମିଳାମିଶା କରିଥାଏ । ଯେଉଁଥିପାଇଁ ତ ସଂକ୍ରମଣ ବଢ଼ିଥାଏ । ପଜିଟିଭଙ୍କ ମଧ୍ୟରେ ପ୍ରାୟତଃ ୮୭.୯ ପ୍ରତିଶତ ବ୍ୟକ୍ତିଙ୍କ ନିକଟରେ ଜ୍ୱର, ୬୭ ପ୍ରତିଶତଙ୍କ ନିକଟରେ ଶୁଖିଲା କାଶ ଓ ୩୮ ପ୍ରତିଶତ ଲୋକଙ୍କ ନିକଟରେ କ୍ଲାନ୍ତ ଆଦି ଲକ୍ଷଣ ପ୍ରକାଶ ପାଏ । ତେବେ କୋଭିଡ୍ -୧୯ ସୁନିଶ୍ଟିତ ପାଇଁ ଏକ୍ସରେ  ଓ CT Scan କରାଯାଏ । AIIMS ତରଫରୁ ଜାରି କରାଯାଇଥିବା କ୍ଲିନିକାଲ୍ ଟେଷ୍ଟରେ ୧୭ଟି ମୁଖ୍ୟ ଲକ୍ଷଣ( Symptoms) ମଧ୍ୟରୁ ୧୫ଟି ଲକ୍ଷଣକୁ ସାମିଲ୍  କରାଯାଇଛି ।

CT SCAN ଜରିଆରେ ୮୬% ପଜିଟିଭ୍ ଚିହ୍ନଟ 

ଛାତି (Chest)ର ସିଟି ସ୍କାନ୍ ଜରିଆରେ ୮୬% ପ୍ରତିଶତ ପଜିଟିଭ୍ ଚିହ୍ନଟ କରାଯାଇପାରେ । ଏହାବ୍ୟତୀତ ୫୬ ପ୍ରତିଶତ ରୋଗୀଙ୍କ ଚିହ୍ନଟ ଛାତି x-ray ଜରିଆରେ କରାଯାଇପାରିବ । କ୍ଲିନିକାଲ୍ ଫିଚରରେ AIIMS ରୋଗୀଙ୍କ ଟେଷ୍ଟ ପାଇଁ ଏସବୁକୁ ସାମିଲ୍ କରିଛି ।

ଅନ୍ୟାନ୍ୟ ଲକ୍ଷଣ( Other Symptoms)

୫ ପ୍ରତିଶତରୁ କମ୍ ଲୋକଙ୍କ ନିକଟରେ ମୁଣ୍ଡ ବୁଲେଇବା, ବାନ୍ତି ହେବା, ନାକ ବୋହିବା, ଆଖି ପୋଡ଼ାଜଳା ହେବା, ଛେପରେ ରକ୍ତ ପଡ଼ିବା ଆଦି ଲକ୍ଷଣ ମଧ୍ୟ ପ୍ରକାଶ ପାଇଥାଏ ।

ପ୍ରମୁଖ ଲକ୍ଷଣ

ଜ୍ୱର: ୮୭.୯ ପ୍ରତିଶତ
ଶୁଖିଲା କାଶ : ୬୭.୭ ପ୍ରତିଶତ
କ୍ଲାନ୍ତ : ୩୮.୧ ପ୍ରତିଶତ
ଛେପରେ ରକ୍ତ : ୩୩.୪ ପ୍ରତିଶତ
ନିଶ୍ୱାସରେ କଷ୍ଟ: ୧୮.୬ ପ୍ରତିଶତ
ଗଳାରେ କଷ୍ଟ :୧୩.୯ ପ୍ରତିଶତ
ମୁଣ୍ଡ ଦରଜ : ୧୩.୬ ପ୍ରତିଶତ
ଖଞ୍ଜାରେ ଯନ୍ତ୍ରଣା :୧୪.୮ ପ୍ରତିଶତ
ଥଣ୍ତା ଲାଗିବା : ୧୧.୪ ପ୍ରତିଶତ