ଭୁବନେଶ୍ୱେର: ରୋଗ କାହାର ପିଛା ଛାଡ଼ିନଥାଏ । ସମସ୍ତଙ୍କୁ ଏହା କେବେ ନା କେବେ ହୋଇଥାଏ । ଯଦି ଆପଣଙ୍କ ବେକ, ମୁଣ୍ଡ, ଗାଲ ଏବଂ ଆଖିର ଆଖପାଖରେ ଅଚାନକ ଜ୍ୱଳନ ହେଉଛି ତେବେ ଏହାକୁ ନଜରଅନ୍ଦାଜ କରିବା କଥା ନୁହେଁ । ଏହା ଚର୍ମ କର୍କଟର କାରଣ ହୋଇପାରେ । ତେବେ ଆସନ୍ତୁ ଜାଣିବା ଚର୍ମ କର୍କଟ ରୋଗର କାରଣ ଏବଂ ନିରାକରଣ ସଂପର୍କରେ ।
ଚର୍ମ କର୍କଟକୁ ୩ ଭାଗରେ ବିଭକ୍ତ କରାଯାଇଛି । ଯଥା-ବେସଲ ସେଲ୍ କାର୍ସିନୋମା,ସ୍କେ୍ୱମ୍ସ ସେଲ କାର୍ସିନୋମା ଏବଂ ମିଲୋନୋମା
କାର୍ସିନୋମା - ଯେଉଁ ଅଂଶରେ ଅଧିକ ସୂର୍ଯ୍ୟକିରଣ ପଡ଼ିଥାଏ, ସେହି ସ୍ଥାନରେ ଏହି ପ୍ରକାରର କର୍କଟ ରୋଗ ହୋଇଥାଏ ।
ସ୍କେ୍ୱମ୍ସ ସେଲ କାର୍ସିନୋମା - ଏହା ଚର୍ମର ଉପର ଭାଗର କୋଷରେ ହୋଇଥାଏ, ଠିକ ସମୟରେ ଏହାର ଚିକିତ୍ସା କରା ନଗଲେ ଏହା ଜୀବନ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।
ମିଲୋନୋମା - ଏହା ସବୁଠାରୁ ଭୟଙ୍କର ଚର୍ମ କର୍କଟ । ଏହା ଚର୍ମକୁ ରଙ୍ଗ ଦେଉଥିବା କୋଷ ଉପରେ ପ୍ରଭାବ ପକାଇଥାଏ । ଏହା ହେବା ଦ୍ୱାରା ଚର୍ମ ଖୁବ ଅପରିଷ୍କାର ଦେଖାଯାଏ । ତେଣୁ ଏହାର ଚିକିତ୍ସା ଠିକ ଭାବରେ କରିବା ଆବଶ୍ୟକ ।
ଲକ୍ଷଣ :
- ଚେହେରାରେ ଅଚାନକ କିଛି ଦାଗ ସୃଷ୍ଟି ହେଲେ ଓ ଏହା କ୍ରମାଗତ ଭାବେ ବଢି ଚାଲିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।
- ଚର୍ମ କର୍କଟ ହେଲେ ଶରୀରରେ ଜନ୍ମରୁ ଥିବା ଚିହ୍ନଗୁଡ଼ିକର ଆକାର ବଢ଼ିବାକୁ ଲାଗେ । ସେଠାରେ ଏହା କୁଣ୍ଡାଇ ହେବା ସହିତ ଫଳିଯାଏ । ୨-୩ ସପ୍ତାହ ଧରି ଏପରି ହେଲେ ତୁରନ୍ତ ଚିକିତ୍ସା କରନ୍ତୁ ।
- ଶରୀରରେ ଥିବା କଳାଜାଇର ଆକାର ବୃଦ୍ଧି ହେଲେ ତ୍ୱଚାର ଯାଞ୍ଚ କରାଇ ନିଅନ୍ତୁ ।
- ଚର୍ମ କର୍କଟ ହେଲେ ମୁହଁରେ ହୋଇଥିବା ବ୍ରଣର ଆକାର ମଧ୍ୟ ବୃଦ୍ଧି ପାଇଥାଏ। ଏହାର ରଙ୍ଗରେ ବି ପରିବର୍ତ୍ତନ ହୁଏ ।
- କହୁଣୀ, ହାତ ପାପୁଲି ଏବଂ ଆଣ୍ଠୁରେ ଏକଜିମା ହୋଇଥିଲେ ତୁରନ୍ତ ଡାକ୍ତର ଦେଖାନ୍ତୁ ।
- ଖରାରେ ବାହାରକୁ ବାହାରିବା ପରେ କୁଣ୍ଡାଇ ହେଉଛି ତା' ହେଲେ ଏହା ଚର୍ମ କର୍କଟର ଲକ୍ଷଣ ହୋଇପାରେ ।
ନିରାକରଣ
- ଚର୍ମ କର୍କଟ ଦୂର କରିବା ଲାଗି ବାହାରକୁ ବାହାରିବା ସମୟରେ ଚେହେରାକୁ ଭଲ ଭାବେ ଘୋଡ଼ନ୍ତୁ ।
- ପ୍ରଚୁର ପାଣି ପିଅନ୍ତୁ। ଏହାଦ୍ୱାରା ଚର୍ମ କର୍କଟ ହେବାର ଆଶଙ୍କା କମି ଥାଏ ।