କେବେଠୁ ଆରମ୍ଭ ହେବ ଯୁକ୍ତ ଦୁଇ ଆଡମିଶନ ? ମନ୍ତ୍ରୀ କହିଲେ...

ଦିନେ ଦୁଇ ଦିନ ଭିତରେ ଯୁକ୍ତ ଦୁଇ ଆଡ଼ମିଶନ ନେଇ ମଧ୍ୟ ବିଜ୍ଞପ୍ତି ପ୍ରକାଶ କରିବେ ସରକାର । 

କେବେଠୁ ଆରମ୍ଭ ହେବ ଯୁକ୍ତ ଦୁଇ ଆଡମିଶନ ? ମନ୍ତ୍ରୀ କହିଲେ...
ପ୍ରତୀକାତ୍ମକ ଫଟୋ

ଚନ୍ଦନ ପାଇକରାୟ, ଭୁବନେଶ୍ୱର: ଶିକ୍ଷକଙ୍କୁ ଦିଆଯିବ ତାଲିମ୍ । ଛାତ୍ରଛାତ୍ରୀଙ୍କୁ ଅନଲାଇନରେ କିପରି ଶିକ୍ଷାଦାନ କରାଯିବ, ସେନେଇ ତାଲିମ ନେବେ ଶିକ୍ଷକ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆସନ୍ତା ୪ ତାରିଖରୁ ୫ ଦିନ ପର୍ଯ୍ୟନ୍ତ ତାଲିମ ଦିଆଯିବ । ଏନେଇ ବିଭାଗୀୟ ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି । ସେହିପରି ଯୁକ୍ତ ଦୁଇ ଆଡମିଶନ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀଯୁକ୍ତ ଦାସ । 

ରାଜ୍ୟର ୧୦୧ ଉତ୍କର୍ଷ ବିଦ୍ୟାଳୟ, ୩୦ ଜିଲ୍ଲାର ୩୦ଟି ଯୁକ୍ତ ଦୁଇ କଲେଜ୍ ଓ ଶିକ୍ଷକ ଶିକ୍ଷା କଲେଜର ଶିକ୍ଷକଙ୍କୁ ମିଳିବ ଅନଲାଇନ ତାଲିମ୍ । ଅନଲାଇନ ଶିକ୍ଷା ନେଇ ଏହି ତାଲିମ୍ ଦିଆଯିବ। ଏସବୁ ଶିକ୍ଷାନଷ୍ଠାନ ଗୁଡ଼ିକରେ କୋରୋନା ଶିକ୍ଷାଦାନ ଯେପରି ପ୍ରଭାବିତ ନହେବ, ସେନେଇ ଗୁରୁତ୍ୱ ଦିଆଯାଉଛି । ସେହିପରି ଛାତ୍ରଛାତ୍ରୀଙ୍କ ରେଜଲ୍ଟ ହାର ଯେପରି ବଢ଼ିବ, ସେଥିପାଇଁ ଏପରି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ ସମୀର ଦାସ ।

ଅନ୍ୟପଟେ ଚଳିତବର୍ଷ ୩୧ଟି ସ୍କୁଲରେ ଜିରୋ ରେଜଲ୍ଟ(ମାଟ୍ରିକ ଫଳ) ରହିଛି । ଖୁବଶୀଘ୍ର ଏହି ବିଦ୍ୟାଳୟ ଗୁଡ଼ିକର ପ୍ରଧାନ ଶିକ୍ଷକଙ୍କୁ ଭେଟିବେ ବିଭାଗୀୟ ମନ୍ତ୍ରୀ । ସେହିପରି ଦିନେ ଦୁଇ ଦିନ ଭିତରେ ଯୁକ୍ତ ଦୁଇ ଆଡ଼ମିଶନ ନେଇ ମଧ୍ୟ ବିଜ୍ଞପ୍ତି ପ୍ରକାଶ କରିବେ ସରକାର ।