• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • THS
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Bhubneshwar
  • /ସ୍କୁଲ ଖୋଲିବା ପର୍ଯ୍ୟନ୍ତ ଅନଲାଇନରେ ଶିକ୍ଷାଦାନ

ସ୍କୁଲ ଖୋଲିବା ପର୍ଯ୍ୟନ୍ତ ଅନଲାଇନରେ ଶିକ୍ଷାଦାନ

ସ୍କୁଲ ଖୋଲିବା ପର୍ଯ୍ୟନ୍ତ ଅନଲାଇନ ଶିକ୍ଷାଦାନ...

Edited ByZee Odisha Desk
Published: Apr 30, 2020, 09:16 PM IST|Updated: Apr 30, 2020, 09:24 PM IST
joinshare
ସ୍କୁଲ ଖୋଲିବା ପର୍ଯ୍ୟନ୍ତ ଅନଲାଇନରେ ଶିକ୍ଷାଦାନ

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Top 10 News Today: ୨୧ ଦିନ ପରେ ସ୍ଥଗିତ ରହିଲା ଶିକ୍ଷକ ଆନ୍ଦୋଳନ,ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ପଞ

    Top 10 News Today: ୨୧ ଦିନ ପରେ ସ୍ଥଗିତ ରହିଲା ଶିକ୍ଷକ ଆନ୍ଦୋଳନ,ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ପଞ

    2

    Odisha Weather: ପାଣିପାଗ ବିଭାଗର ସୂଚନା,୮ରୁ ବଢିବ ବର୍ଷା

    3

    Panchayat Election 2026:'ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ପଞ୍ଚାୟତ ନିର୍ବାଚନ'

    4

    Odisha Road Projects: ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା, ଖୁବଶୀଘ୍ର ହେବ ଆଉଟର

    5

    Nuakhai 2026: ସେପ୍ଟମ୍ବର ୧୫ରେ ନୂଆଁଖାଇ ପାଇଁ ଶୁଭଲଗ୍ନ ଧାର୍ଯ୍ୟ, ଏହି ସମୟରେ ଭିତରେ ମା' ସମଲେଶ

    ଶାନ୍ତାସ୍ୱରୂପ ରାଉତ, ଭୁବନେଶ୍ୱର: ହ୍ୱାଟସଆପ ମାଧ୍ୟମରେ ପାଠ ପଢିବେ ଛାତ୍ରଛାତ୍ରୀ । କୋରୋନା ସଂକ୍ରମଣ ହେତୁ ଲକ୍ ଡାଉନ ସମୟରେ ଆସନ୍ତା ଜୁନ ୧୭ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ ରହିଛି । ଫଳରେ ଘରେ ରହି ଅନଲାଇନରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାରେ ‘ଶିକ୍ଷା ସଂଯୋଗ’ କାର୍ଯ୍ୟକ୍ରମ ଦ୍ୱାରା ହ୍ୱାଟସଆପ୍ ଗ୍ରୁପ୍ ଜରିଆରେ ପାଠପଢା ପ୍ରକ୍ରିୟା ସଫଳ ହେବା ପରେ ଏବେ ସାରା ରାଜ୍ୟରେ ଏହାକୁ ଲାଗୁ କରିବା ଲାଗି ଓସେପା ପ୍ରକଳ୍ପ ନିର୍ଦ୍ଦେଶକ ସମସ୍ତ ଜିଲ୍ଲାଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି । ଦ୍ୱିତୀୟରୁ ଦଶମ ଶ୍ରେଣୀ ପିଲାମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଏହି ଶିକ୍ଷାଦାନ ପ୍ରକ୍ରିୟା ଆସନ୍ତା ମେ ୪ ତାରିଖରୁ ୬ ସପ୍ତାହ ପର୍ଯ୍ୟନ୍ତ ଚାଲିବାକୁ ନିର୍ଦ୍ଦେଶ ରହିଛି ।

    ଅନଲାଇନରେ ପାଠପଢା, ଅନଲାଇନରେ ହୋମୱାର୍କ । ଘରେ ରହି ହ୍ୱାଟସଆପ ଜରିଆରେ ବିଦ୍ୟାର୍ଥୀଙ୍କୁ ଶିକ୍ଷାଦାନ । ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ‘ଓଡିଶା ଶିକ୍ଷା ସଂଯୋଗ’କାର୍ଯ୍ୟକ୍ରମ ଦ୍ୱାରା ଅନଲାଇନ ଶିକ୍ଷାଦାନ ପ୍ରକ୍ରିୟା ଆପଣା ଯାଇଛି। ଖୋର୍ଦ୍ଧା ଜିଲ୍ଲାରେ ଗତ ୧୯ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ସଫଳ ହେବା ପରେ ଏବେ ସାରା ରାଜ୍ୟରେ ଲାଗୁ କରିବାକୁ ଓସେପା ପ୍ରକଳ୍ପ ନିର୍ଦ୍ଦେଶକ ସମସ୍ତ ଜିଲ୍ଲାଶିକ୍ଷା ଅଧିକାରୀ ମାନଙ୍କୁ ଚିଠି ଲେଖିଛନ୍ତି । ଡିଇଓଙ୍କୁ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କ ପର୍ଯ୍ୟନ୍ତ ୭ଟି ସ୍ତରରେ ବିଭିନ୍ନ ହ୍ୱାଟସଆପ ଗ୍ରୁପ ଗଠନ କରି ଶିକ୍ଷାଦାନ କରାଯିବ ।

    ବିଭିନ୍ନ ବିଷୟର ପିଡିଏଫ୍, ପ୍ରଶ୍ନ ବ୍ୟାଙ୍କ୍, ଉତ୍ତରାବଳୀ ଦକ୍ଷ ଶିକ୍ଷକଙ୍କ ଦ୍ୱାରା ଜିଲ୍ଲାସ୍ତରରେ ପ୍ରସ୍ତୁତ କରି ପଠାଯିବ । ଏହାସହ ବିଷୟବସ୍ତୁ ବୁଝାଇବା ପାଇଁ ଲିଖିତ ସହ ଅଡିଓ ଓ ଭିଡିଓ କ୍ଲିପ୍ ଜରିଆରେ ଶିକ୍ଷାଦାନ କରାଯିବ । ଆସନ୍ତା ମେ ୪ରୁ ଜୁନ୍ ୧୩ ପର୍ଯ୍ୟନ୍ତ ୬ ସପ୍ତାହ ଧରି ଏହି କାର୍ଯ୍ୟକ୍ରମ ଚାଲିବ । ଦୈନିକ ୧ ଘଣ୍ଟା ଲେଖାଏଁ ୪ଟି ପିରିୟଡର ରୁଟିନ୍ କରି ବିଭିନ୍ନ ବିଷୟର ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷାଦାନ କରିବେ । ପରିୟଡ ପରେ ସେହିଦିନ ପଢାଯାଇଥିବା ଲେସନର ୱାର୍କସିଟ୍ ଓ ଉତ୍ତର ସିଟ ପଠାଯିବ । ଯାହାକୁ ଛାତ୍ରଛାତ୍ରୀ ଅନଲାଇନରେ ଦେଖି ଭୁଲ୍ ଠିକ୍ ଚିହ୍ନଟ କରିବେ । ଗ୍ରୀଷ୍ମ ଛୁଟି ପରେ ବିଦ୍ୟାଳୟ ଖୋଲିବା ପରେ ଛାତ୍ରଛାତ୍ରୀ ସଂପୃକ୍ତ ବିଷୟ ଶିକ୍ଷକଙ୍କୁ ଦେଖାଇବେ । ଯାହାକୁ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକ ସ୍ବାଗତ କରିଛନ୍ତି ।

    ଏହି କାର୍ଯ୍ୟକ୍ରମ କେବଳ ଦ୍ୱିତୀୟ ଶ୍ରେଣୀରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଉଦ୍ଧିଷ୍ଟ ରହଛି । ଏବେ ଖୋର୍ଦ୍ଧା ଜିଲ୍ଲାରେ ଏହାଦ୍ୱାରା ଛାତ୍ରଛାତ୍ରୀ ଉପକୃତ ହେଉଥିବା ବେଳେ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିବାକୁ ଓସେପା ପକ୍ଷରୁ ନିବେଦନ କରାଯାଇଛି ।

     

    Add Zee News as a Preferred Source
    TAGS:
    School Open
    teaching
    Online Class