ବିଜୟରୁ ଅଭିଯାନ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଅନୁପସ୍ଥିତିରେ ଟିମ୍ ଲିଡ୍ କରିବେ ହିଟ୍ ମ୍ୟାନ୍ ରୋହିତ ଶର୍ମା

ବିଜୟରୁ ଅଭିଯାନ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
ସୌଜନ୍ୟ: ସୋସିଆଲ ମିଡିଆ

ଦେବେଶ ନାୟକ, ଭୁବନେଶ୍ୱର: ଅନୁପସ୍ଥିତିରେ ଟିମ୍ ଲିଡ୍ କରିବେ ହିଟ୍ ମ୍ୟାନ୍ ରୋହିତ ଶର୍ମା ।  ଇନ୍ ଫର୍ମ ରୋହିତ ପୁଣି ଥରେ ନିଜର ଜଲୱା ଦେଖାଇବା ସହ ଦଳକୁ ବିଜୟୀ କରାଇବେ ବୋଲି ଆଶା ରଖିଛନ୍ତି କ୍ରୀଡ଼ାପ୍ରେମୀ ।  ୟଙ୍ଗଷ୍ଟାରଙ୍କୁ ନେଇ ବାଂଲାଦେଶ ସହ ଲଢ଼ିବେ ରୋହିତ ଆଣ୍ଡ କୋ ।  ଟି-ଟ୍ୱେଣ୍ଟି ସିରିଜ୍ ପରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବ । କମବ୍ୟାକ୍ କରିବେ ବିରାଟ କୋହଲି ।

ଗତ କିଛି ବର୍ଷ ଧରି ବାଂଲାଦେଶ ଉନ୍ନତ ଖେଳ ପ୍ରଦର୍ଶନ କରି ଆସୁଛି ।  ବ୍ୟାଟିଂ, ବୋଲିଂ ସହ ଫିଲ୍ଡିଂରେ କମାଲ କରୁଛନ୍ତି ଖେଳାଳି ।  ଉଭୟ ଦେଶ ମଧ୍ୟରେ ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିଲେ ସୁଦ୍ଧା ଶେଷରେ  ଭାରତ ବିଜୟୀ ହୋଇଛି । ହେଲେ, ଭାରତକୁ ଟେନସନରେ ପକାଇଛି ବାଂଲାଦେଶ ।  ବିଶ୍ୱକପରେ ଟପ୍ ପରଫରମାନ୍ସ କରିଥିବା ଅଲରାଉଣ୍ଡର କିନ୍ତୁ ଭାରତ ଗସ୍ତରେ ଆସିବେ ନାହିଁ । icc ଦ୍ୱାରା ଦୁଇ ବର୍ଷ ପାଇଁ ସେ ନିଲମ୍ବିତ ହୋଇଛନ୍ତି ଯାହା ଦଳକୁ ଶକ୍ତ ଧକ୍କା ଲାଗିଛି । ଏବେ ଅଭିଜ୍ଞ ମହମ୍ମଦଉଲ୍ଲା, ମୁସ୍ତାଫିକର ରହିମ ଉପରେ ଦଳର ବ୍ୟାଟିଂ ନିର୍ଭର କରୁଛି । ମୁସ୍ତାଫିଜର ରେହମାନ, ସୌମ୍ୟ ସରକାରଙ୍କ ପରି ଖେଳାଳି ଶ୍ରେଷ୍ଠ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛି ଟିମ୍ ।  ଅନ୍ୟପଟେ,  କୋହଲିଙ୍କ ଅନୁପସ୍ଥିତିର ପୁରା ଫାଇଦା ନେବାକୁ ଲକ୍ଷ୍ୟ ରଖିଛି ଭ୍ରମଣକାରୀ ଦଳ ।    

୩ ତାରିଖରେ ଖେଳାଯିବ ଭାରତ-ବାଂଲାଦେଶ ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚ୍ । ୭  ଓ ୧୦ ତାରିଖରେ ଦ୍ୱିତୀୟ ଓ ତୃତୀୟ ମୁକାବିଲା ଅନୁଷ୍ଠିତ ହେବ ।  ସେହିପରି, ନଭେମ୍ବର ୧୪ରେ ପ୍ରଥମ ଟେଷ୍ଟ ଓ ୨୨ ତାରିଖରେ କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବ ଦ୍ୱିତୀୟ ଟେଷ୍ଟ ।