୩୦ ଜୁନ୍ ମଧ୍ୟରେ PAN ସହ ଆଧାର କାର୍ଡ଼ ଲିଙ୍କ ଶେଷ ତାରିଖ
Trending Photos
)
ଶୁଭଶ୍ରୀ ମହାପାତ୍ର, ଭୁବନେଶ୍ୱର: କୋରୋନା ମହାମାରୀ ଓ ଲକ୍ ଡାଉନ ଭିତରେ ଦେଶର ଅର୍ଥନୈତିକ ବ୍ୟବସ୍ଥା ଭୁଶୁଡିଛି । ପ୍ରତିଟି ସେକ୍ଟର ଆର୍ଥିକ କ୍ଷତି ଭିତରେ ଗତି କରୁଛି । ଏହା ସତ୍ତ୍ୱେ ଜୀବନ ଓ ଜୀବିକା ଉଭୟକୁ ଗୁରୁତ୍ୱ ଦେଉଛନ୍ତି ସରକାର । ପୁଣି ଥରେ ଟ୍ରାକକୁ ଫେରିବା ପାଇଁ କିଛି କ୍ଷେତ୍ରରେ କଟକଣାକୁ କୋହଳ କରାଯାଇଛି । ୩୦ ଜୁନ୍ ମଧ୍ୟରେ PAN ସହ ଆଧାର କାର୍ଡ଼କୁ ଲିଙ୍କ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ରହିଛି । ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ନ ସାରିଲେ ଅତିରିକ୍ତ ପେନାଲଟି ମଧ୍ୟ ଦେବାକୁ ପଡ଼ିବ ।
PAN ସହ ଆଧାରକୁ ଲିଙ୍କ୍ କରନ୍ତୁ : ଜୁନ୍ ୩୦ ଶେଷ ତାରିଖ । ଏହାରି ମଧ୍ୟରେ PAN ସହ ଆଧାରକୁ ଲିଙ୍କ୍ କରିବା ପାଇଁ ରହିଛି ନିର୍ଦ୍ଦେଶ । ଏହା କେବଳ ସେହିମାନଙ୍କ ପାଇଁ ଯେଉଁମାନେ PAN ସହ ଆଧାର କାର୍ଡ଼ ଲିଙ୍କ୍ କରିନାହାଁନ୍ତି । ଜୁନ୍ ୩୦ ମଧ୍ୟରେ ଏହା କରାନଗଲେ PAN କାର୍ଡ଼ ଅବୈଧ ହୋଇଯିବ ।
Income Tax ରିଟର୍ଣ୍ଣ : ଆର୍ଥିକ ବର୍ଷ ୨୦୧୮-୨୦୧୯ର ସଂଶୋଧିତ ଇନକମ୍ ଟ୍ୟାକ୍ସ ଯେଉଁମାନେ ଦାଖଲ କରିନାହାଁନ୍ତି, ଜୁନ୍ ୩୦ ମଧ୍ୟରେ ଏହାକୁ ଫାଇଲ୍ କରିଦିଅନ୍ତୁ । ନଚେତ୍ ଅତିରିକ୍ତ ପେନାଲଟି ଦେବାକୁ ପଡ଼ିବ । ‘ଆତ୍ମ ନିର୍ଭର ଭାରତ’ ଯୋଜନାରେ କେନ୍ଦ୍ର ସରକାର Income Tax ରିଟର୍ଣ୍ଣର ସମୟସୀମାକୁ ବଢାଇଥିଲେ ।
ଟ୍ୟାକ୍ସରେ ମିଳିବ ରିହାତି : ଆର୍ଥିକ ବର୍ଷ ୨୦୧୯-୨୦ ଟ୍ୟାକ୍ସ ବଞ୍ଚାଇବା ପାଇଁ ଆପଣ ଟ୍ୟାକ୍ସ ଛାଡ଼ ଯୋଜନାରେ ନିବେଶ କରିପାରିବେ । ଏଥିପାଇଁ ସରକାର ଜୁନ୍ ୩୦ ପର୍ଯ୍ୟନ୍ତ ସମୟ ଦେଇଛନ୍ତି । ଆପଣ 80C, 80D TAX ଛାଡ଼ ପାଇଁ ଉପଲବ୍ଧ ଯୋଜନାରେ ନିବେଶ କରିପାରିବେ ।
ସୁକନ୍ୟା ସମୃଦ୍ଧି ଖାତାରେ ଜମା କରନ୍ତୁ ନ୍ୟୁନତମ ରାଶି : ଯଦି ଆପଣ PPF କିମ୍ବା ସୁକନ୍ୟା ସମୃଦ୍ଧି ଖାତାରେ ଏ ଯାଏଁ ନ୍ୟୁନତମ ରାଶି ଜମା କରିନାହାଁନ୍ତି, ତେବେ ୩୦ ଜୁନ୍ ମଧ୍ୟରେ ଏକାମ ସାରି ଦିଅନ୍ତୁ । କାରଣ ସର୍ବନିମ୍ନ ବାଲାନ୍ସ ନଥିଲେ, ଡାକ ବିଭାଗ ପେନାଲ୍ଟି ଲଗାଇଥାଏ । ପୂର୍ବରୁ ୩୧ ମାର୍ଚ୍ଚ ଶେଷ ତାରିଖ ଥିଲା । ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ସମୟସୀମାକୁ ୩୦ ଜୁନ୍ ଯାଏଁ ବୃଦ୍ଧି କରିଥିଲେ ।
TDS ଫର୍ମ ୧୬ର ସୁଯୋଗ : କମ୍ପାନୀ ତରଫରୁ କର୍ମଚାରୀଙ୍କ ଦରମାରୁ TDS କଟାଯାଇଥାଏ । ଏସବୁ ଫେରସ୍ତ ପାଇଁ ଫର୍ମ ୧୬ ଜାରି କରାଯାଇଛି । ମେ’ମାସରେ ଏହାକୁ ଜାରି କରାଯାଇଥିଲା । ଲକ୍ ଡ଼ାଉନ କାରଣରୁ ସରକାର ଏହାର ସମୟସୀମା ୧୫ ଜୁନରୁ ୩୦ ଜୁନ୍ ପର୍ଯ୍ୟନ୍ତ ବଢାଇଛନ୍ତି । ଏଥିପାଇଁ କର୍ମଚାରୀ ଜୁନ୍ ଶେଷ ତାରିଖ ପର୍ଯ୍ୟନ୍ତ TDS ଫର୍ମ ୧୬ ହାସଲ କରିପାରିବେ ।