ଆତ୍ମହତ୍ୟା ସନ୍ଦେହ
Trending Photos
)
ସରୋଜ ବେହେରା, ଭୁବନେଶ୍ବର: ଭୁବନେଶ୍ୱର ଚନ୍ଦ୍ରମା ଆପାର୍ଟମେଣ୍ଟରୁ ପଡି ଜଣେ ବିଲ୍ଡରଙ୍କ ମୃତ୍ୟୁ ଘଟିଛି । ମୃତ ବିଲ୍ଡର ଜଣକ ହେଲେ ପୀୟୁଷ ମୋହନ ମିଶ୍ର । ଶୈଳଶ୍ରୀ ବିହାରର ବାସିନ୍ଦା ପୀୟୁଷ ଚନ୍ଦ୍ରମା ଆପାର୍ଟମେଣ୍ଟରେ ରହୁଥିବା ନିଜ ଶ୍ୱଶୁର ଘରକୁ ଯାଇଥିବା ବେଳେ ଘଟଣା ଘଟିଛି । କେଉଁ ପରିସ୍ଥିତିରେ ସେ ୮ ମହଲାରୁ ପଡିଛନ୍ତି ତାହାକୁ ନେଇ ଏବେ ବି ସନ୍ଦେହ ଜାରି ରହିଛି ।
ସେପଟେ ପୀୟୁଷ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଶ୍ୱଶୁର ଘରକୁ ଆସିବା ପରେ ସେ ପରିବାର ଲୋକଙ୍କୁ ସେ ଡାକି ନ ଥିଲେ । ଘର ବାହାରେ ଚପଲ ରଖି ସେ ଡେଇଁ ପଡିଥିବା ସନ୍ଦେହ କରାଯାଉଛି । ପୀୟୁଷ ନିୟମିତ ଚନ୍ଦ୍ରମା ଆପାର୍ଟମେଣ୍ଟ ଆସନ୍ତି । ଆଜି ମଧ୍ୟ ଆସିବା ବେଳେ ସେଠାରେ ଦାୟିତ୍ୱରେ ଥିବା ସିକ୍ୟୁରିଟି ଗାର୍ଡଙ୍କ ଠାରୁ ଭଲମନ୍ଦ ବୁଝିଥିଲେ । ଏହାର ୧୦ ମିନିଟ ପରେ ତାଙ୍କ ମୃତଦେହ ଦେଖିବାକୁ ମିଳିଥିଲା ବୋଲି କହିଛନ୍ତି ଚନ୍ଦ୍ରମା ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡ। ଘରକୁ ଆସି ନ ଥିବା ବେଳେ କାହିଁକି ସେ ଆତ୍ମହତ୍ୟା କରିବେ ସେ ନେଇ ପ୍ରଶ୍ନ କରିଛନ୍ତି ପୀୟୁଷଙ୍କ ଶ୍ୱଶୁର ।