କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏମ୍ ମୁଥ୍ୟୁ କୁମାର ଏହି ସୂଚନା ଦେଇଛନ୍ତି ।
Trending Photos
)
ମଳୟ ମହାନ୍ତି, ଭୁବନେଶ୍ୱର: ଏହି ମାସ ରାଜ୍ୟକୁ ଆସିପାରନ୍ତି ପଙ୍ଗପାଳ । ବିହାର ଦେଇ ଏହା ଓଡ଼ିଶାରେ ଏଣ୍ଟ୍ରି ମାରିପାରନ୍ତି । ଏହା ଜଣାପଡ଼ିବା ପରେ ମୁକାବିଲା ପାଇଁ କୃଷି ବିଭାଗ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଛି । ବ୍ଲକ ଲେବଲର ଅଫିସରଙ୍କୁ ମନିଟରିଂ କରିବା ପାଇଁ କୁହାଯାଇଛି । ସେହିପରି କେଉଁ ସ୍ଥାନକୁ ପଙ୍ଗପାଳ ଆସିଲେ, ସେନେଇ ସର୍ଭେ ମଧ୍ୟ କରିବେ ଅଫିସର । କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏମ୍ ମୁଥ୍ୟୁ କୁମାର ଏହି ସୂଚନା ଦେଇଛନ୍ତି ।
ଆଜି ପଙ୍ଗପାଳକୁ ନେଇ କୃଷି ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକ ପରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ କହିଛନ୍ତି, ପଙ୍ଗପାଳକୁ କଣ୍ଟ୍ରୋଲ କରିବା ପାଇଁ ଅଫିସରଙ୍କୁ ଟ୍ରେନିଂ ଦିଆଯାଇଛି । ଏହାସହ ଜିଲ୍ଲାସ୍ତରୀୟ ଏକ ମନିଟରିଂ କମିଟି ଗଠନ କରାଯାଇଛି । ଏନେଇ ଏକ ଚିଠି ସିଡିଏମଓ ଓ କଲେକ୍ଟରମାନଙ୍କୁ ଦିଆଯାଇଛି । ଟେକ୍ନିକାଲ ଇନପୁଟ୍ ନିଆଯାଇଛି । ଏଥିପାଇଁ ପୂର୍ବରୁ ପ୍ରସ୍ତୁତି ଜାରି ରହିଥିବା କହିଛନ୍ତି ଏମ୍ ମୁଥ୍ୟୁ କୁମାର ।
ଓଡ଼ିଶାକୁ ପଙ୍ଗପାଳ ଆସିବାର ସମ୍ଭାବନା କେତେ ? ଏନେଇ କୃଷି ନିର୍ଦ୍ଦେଶକ କହିଛନ୍ତି, ଏହା ମୌସୁମୀ ଏବଂ ପବନର ଦିଗ ଉପରେ ନିର୍ଭର କରୁଛି । ସେମିତି ଦେଖିବାକୁ ଗଲେ, ଓଡ଼ିଶାକୁ ପଙ୍ଗପାଳ ଆସିବାର ଚାନ୍ସ ବହୁତ କମ୍ । ତଥାପି ଆମେ ମୁକାବିଲା ପାଇଁ ପ୍ରସ୍ତୁତ ରହିଛୁ । କୃଷକଙ୍କୁ ନେଇ ଏକ ହ୍ୱାଟ୍ସଆପ୍ ଗ୍ରୁଫ ମଧ୍ୟ କରାଯାଇଥିବା କହିଛନ୍ତି କୃଷି ନିର୍ଦ୍ଦେଶକ ।