ଭ୍ୟାକ୍ସିନେସନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଓ କମ ସମୟ ମଧ୍ୟରେ ଅଧିକ ଲୋକଙ୍କୁ ଟିକା ଦେବା ପାଇଁ ନୂଆ ନିଷ୍ପତ୍ତି ନେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଏନେଇ ଟ୍ବିଟ୍ କରି ସୂଚନା ଦେବା ପରେ ରାଜ୍ୟ ସରକାର ତତ୍ପର ହୋଇଛନ୍ତି ।
Trending Photos
)
ରାଜେଶ ସାମନ୍ତରାୟ, ଭୁବନେଶ୍ବର: ଏଣିକି ଦେଶରେ ୨୪ ଘଣ୍ଟିଆ କୋରୋନା ଟିକାକରଣ । ଭ୍ୟାକ୍ସିନେସନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଓ କମ ସମୟ ମଧ୍ୟରେ ଅଧିକ ଲୋକଙ୍କୁ ଟିକା ଦେବା ପାଇଁ ନୂଆ ନିଷ୍ପତ୍ତି ନେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଏନେଇ ଟ୍ବିଟ୍ କରି ସୂଚନା ଦେବା ପରେ ରାଜ୍ୟ ସରକାର ତତ୍ପର ହୋଇଛନ୍ତି । ଏନେଇ ସରକାରୀ ସ୍ତରରେ ଆଲୋଚନା ଚାଲିଛି । ସେପଟେ କୋଭାକ୍ସିନ ଟିକା ଟ୍ରାଏଲ ସଫଳ ହେବା ପରେ ଏହାର ନାସାଲ ସ୍ପ୍ରେ ଭର୍ଜନ ପ୍ରସ୍ତୁତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ଗବେଷକ।.
ଦେଶବାସୀଙ୍କୁ କୋରୋନା (Corona Pandemic) ଭୟରୁ ମୁକ୍ତ କରିବାକୁ କେନ୍ଦ୍ର ସରକାରଙ୍କ ଜବରଦସ୍ତ ପ୍ରୟାସ । ଏଣିକି ଦେଶରେ ୮ ଘଣ୍ଟିଆ ବଦଳରେ ପୁରା ୨୪ ଘଣ୍ଟା ଟିକାକରଣ ପାଇଁ ଅନୁମତି ପ୍ରଦାନ କରିଛନ୍ତି ସରକାର । ଟିକାକରଣ ପର୍ଯ୍ୟାୟ ଅନୁସାରେ ଯେକୌଣସି ବ୍ୟକ୍ତି ଯେ, କୌଣସି ସମୟରେ ଡାକ୍ତରଖାନା ଯାଇ ନେଇ ଟିକା ନେଇପାରିବେ । ନୂଆ ନିୟମ ଦ୍ୱାରା କମ ସମୟ ମଧ୍ୟରେ ଅଧିକ ବ୍ୟକ୍ତିଙ୍କୁ ଟିକାକରଣ (Corona Vaccination) କରାଯାଇପାରିବ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ପରେ ରାଜ୍ୟରେ ମଧ୍ୟ ୨୪ ଘଣ୍ଟିଆ ଟିକାକରଣ ପାଇଁ ବିଶେଷଜ୍ଞଙ୍କ ସହ ବିଚାର ବିମର୍ଷ ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।
Also Read: କାର୍ ଅଛି କି? ତେବେ ଜାଣିରଖନ୍ତୁ ଏପ୍ରିଲ ୧ରୁ କ'ଣ ବଦଳୁଛି ନିୟମ
ଭିତ୍ତିଭୂମି ଓ ମାନବ ସମ୍ବଳ ଅନୁଧ୍ୟାନ କରାଯାଇ ଏନେଇ ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କହିଛି । ବର୍ତ୍ତମାନ ସୁଦ୍ଧା ଆମ ରାଜ୍ୟରେ ୬ ଲକ୍ଷ ୯୬ ହଜାର ୭୫୦ ଜଣଙ୍କୁ ଟିକା (Vaccine) ଦିଆଯାଇଛି । ଗତକାଲି ସୁଦ୍ଧା ୬୦ ବର୍ଷରୁ ଊର୍ଦ୍ଧ୍ବ ଓ 45 ବର୍ଷରୁ ଊର୍ଦ୍ଧ୍ବ ୫୮ ହଜାର ୧୪୯ ଜଣକୁ ଟିକା ଦିଆଯାଇଥିଲା । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୩୬ଟି ଘରୋଇ ହସ୍ପିଟାଲରେ ଟିକାକରଣ (Corona Vaccination) ଜାରି ରହିଛି ।
Also Read: Bengal Election 2021: ଶିବଙ୍କ ଶରଣରେ ମମତା, ରାମଙ୍କ ଭରସାରେ କିଏ?
ସେପଟେ ସ୍ୱଦେଶୀ ଟିକା କୋଭାକ୍ସିନ (Covaxin) ର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ସଫଳ ହେବା ପରେ ଆଉ ପାଦେ ଆଗକୁ ବଢିଛନ୍ତି ଗବେଷକ । କୋଭାକ୍ସିନ ଟିକା ପରେ ନାଜାଲ ସ୍ପ୍ରେ (Nasal Spray) ଆଣିବାକୁ ଯୋଜନା କରୁଛି ଭାରତ ବାୟୋଟେକ୍ (Bharat Bio-Tech) । ଏହି ଇଂଜେକ୍ସନ୍ ବଦଳରେ ନାଜାଲ ସ୍ପ୍ରେ ନାକରେ ସ୍ପ୍ରେ କରାଯାଇପାରିବ । ଏହା ପ୍ରସ୍ତୁତ କରିବା ପାଇଁ ଆସନ୍ତା ସପ୍ତାହରୁ ପରୀକ୍ଷଣ ଆରମ୍ଭ ହେବାରୁ ଯାଉଛି । ମାର୍ଚ୍ଚ ପହିଲାରୁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଜାରି ରହିବା ସହ ଦେଶବାସୀଙ୍କ ମନରୁ ଦୂର ହୋଇଛି କୋରୋନା ଭୟ । ଦେଶରେ ଏବେ ଦୁଇଟି ଟିକାକୁ ବ୍ୟାବହାରିକ ଅନୁମତି ମିଳିଥିବାବେଳେ ଖୁବଶୀଘ୍ର ଏକାଧିକ ନୂଆ ଟିକାକୁ ମଧ୍ୟ ଅନୁମତି ମିଳିବା ସମ୍ଭାବନା ରହିଛି ।
Edited: Zee Odisha Desk