)
ଭୁବନେଶ୍ୱର: ରାଜ୍ୟ ପାଇଁ ଆଶ୍ୱସ୍ତିକର ଖବର । ସୁସ୍ଥ ହେଲେ ପ୍ରଥମ କୋରୋନା ଆକ୍ରାନ୍ତ । ପୂର୍ବରୁ ଦ୍ୱିତୀୟ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଆଜି ପ୍ରଥମ ଆକ୍ରାନ୍ତଙ୍କୁ ମଧ୍ୟ ଡିସଚାର୍ଡ କରାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ଟ୍ୱିଟ କରି ସୂଚନା ଦିଆଯାଇଛି । ଏହାସହ ବିଭାଗ ପକ୍ଷରୁ କ୍ୟାପିଟାଲ ହସ୍ପିଟାଲର ମେଡିକାଲ ଟିମକୁ ଅଭିନନ୍ଦନ ଜଣାଯାଇଛି ।
ପ୍ରଥମ କୋରୋନା ଆକ୍ରାନ୍ତ ଭୁବନେଶ୍ୱର କ୍ୟାପିଟାଲ ମେଡିକାଲରେ ଚିକିତ୍ସିତ ହେଉଥିଲେ । ତେବେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ ଆଜି ତାଙ୍କୁ ଡିସଚାର୍ଜ କରାଯାଇଛି । ଏବେ ସେ ସମ୍ପୁର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି । ପୂର୍ବରୁ ଗତ ୧ ତାରିଖରେ ଦ୍ୱିତୀୟ କୋରୋନା ଆକ୍ରାନ୍ତଙ୍କୁ ମଧ୍ୟ ଡିସଚାର୍ଜ କରାଯାଇଥିଲା ।
The first COVID-19 positive case, belonging to Bhubaneswar who is being treated at Capital hospital has recovered and tested negative for COVID-19. He is being discharged. Active COVID-19 cases in Odisha now stand at 3. Congratulations to the medical team at Capital Hospital.
— H & FW Dept Odisha (@HFWOdisha) April 3, 2020
ଏପର୍ଯ୍ୟନ୍ତ ରାଜ୍ୟରେ ୫ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ପ୍ରଥମ ଓ ଦ୍ୱିତୀୟ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟ ୩ ଜଣଙ୍କ ଚିକିତ୍ସା ଚାଲିଛି ।