Advertisement
Article Detail0/zeeodisha/odisha702555
Zee OdishaBhubneshwarହାତୀ-ମଣିଷ ମୁହାଁମୁହିଁ ରୋକିବା ପାଇଁ SOP ଜାରି କଲା ବନ ବିଭାଗ

ହାତୀ-ମଣିଷ ମୁହାଁମୁହିଁ ରୋକିବା ପାଇଁ SOP ଜାରି କଲା ବନ ବିଭାଗ

ତିନି ସ୍ତରରେ ବିଭାଗୀୟ କର୍ତ୍ତୃପକ୍ଷ ହାତୀଙ୍କ ଉପରେ ନଜର ରଖିବେ । ହାତୀଙ୍କ ଗତିବିଧି ରିପୋର୍ଟ ଉପରେ ସିଧାସଳଖ ପିସିସିଏଫଙ୍କ ପାଖରେ ପହଂଚିବ ।

ହାତୀ-ମଣିଷ ମୁହାଁମୁହିଁ ରୋକିବା ପାଇଁ SOP ଜାରି କଲା ବନ ବିଭାଗ

ସରୋଜ ବେହେରା, ଭୁବନେଶ୍ୱର: ହାତୀ ଓ ମଣିଷ ମୁହାଁମୁହିଁ ରୋକିବା ପାଇଁ ବନ ବିଭାଗ ଜାରି କରିଛି SOP । ତିନି ସ୍ତରରେ ବିଭାଗୀୟ କର୍ତ୍ତୃପକ୍ଷ ହାତୀଙ୍କ ଉପରେ ନଜର ରଖିବେ । ହାତୀଙ୍କ ଗତିବିଧି ରିପୋର୍ଟ ଉପରେ ସିଧାସଳଖ ପିସିସିଏଫଙ୍କ ପାଖରେ ପହଂଚିବ । ଏତେ କରିବା ସହ ବନବଭାଗ ଅନ୍ୟ ବିଭାଗ ସହ ସମନ୍ୱୟ ନଥିବାରୁ ହାତୀ ମୃତ୍ୟୁ ରୋକିବା ଅସମ୍ଭବ । କାର୍ଯାନୁଷ୍ଠାନ ସହ ଚାଷୀଙ୍କୁ ଉଚିତ ଷତିପୂରଣ ମିଳିଲେ ହାତୀ ମଣିଷ ମୁହାଁମୁହିଁ ରୋକା ଯାଇପାରିବ ବୋଲି ମତ ରଖିଛନ୍ତି ବିଶେଷଜ୍ଞ ।

ଗତ ୫ ବର୍ଷରେ ୭୭୮ ହାତୀ ଓ ୫୧୨ ମଣିଷ ମୃତ୍ୟୁ ବରଣ କରିଛନ୍ତି । ଏହା ହେଉଛି ଓଡିଶାରେ ହାତୀ ମଣିଷ ମୁହାଁମୁହଁ ହେବା ପରେ ମୃତ୍ୟୁ ସଂଖ୍ୟା । କେତେ ବେଳେ ହାତୀ ମଣିଷକୁ ହତ୍ୟା କରୁଛି ତ ଆଉ କେତେ ବେଳେ ମଣିଷ ହାତୀଙ୍କୁ ହତ୍ୟା କରିଚାଲିଛି । ଫଳରେ ଓଡିଶାରେ ହାତୀ ସଂଖ୍ୟା କମିବାରେ ଲାଗିଛି । ଏହାକୁ ରୋକିବା ଲାଗି ବନ ବିଭାଗ ଜାରି କରିଛି SOP । ହାତୀ ମଣିଷ ମୁହାଁମୁହିଁ ରୋକିବା ଲାଗି ବନ ବିଭାଗ ଅଧିକାରୀ କି କି ପଦକ୍ଷେପ ନେବେ SOPରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି । ଜଙ୍ଗଲରେ ରହୁଥିବା ଫରେଷ୍ଟ ଗାର୍ଡ, ରେଜର ଅଧିକାରୀଙ୍କ ଉପରେ ଗୁରୁ ଦାୟୀତ୍ବ ଦିଆଯାଇଛି । ସେମାନେ ହାତୀଙ୍କ ଗତିବିଧୀ ଉପରେ ନଜର ରଖି ପ୍ରତ୍ୟେକ ଦିନ ରିପୋର୍ଟ ଡିଏଫଓଙ୍କ ଜରିଆରେ ପିସିସିଏଫଙ୍କ ନିକଟକୁ ପଠାଇବେ । କେଉଁ ହାତୀ କେଉଁ ରାସ୍ତାରେ ଯିବା ଆସିବା କରୁଛି ତାହା ସମସ୍ତ ବନ ଅଧିକାରୀଙ୍କୁ GPS ମନିଟରିଂ କରି ମ୍ୟାସେଜ ଦ୍ବାରା ଜଣାଇବେ । ଏଭଳି କରିବା ଦ୍ୱାରା ହାତୀର ଗତିବିଧୀ ଉପରେ ନଜ ରଖାଯିବ ସହ ମଣିଷ ହାତୀ ଲଢେଇ ଅନେକାଂଶରେ ରୋକାଯାଇପାରିବ ବୋଲି ବନ ବିଭାଗ ଆଶା ପ୍ରକାଶ କରିଛି ।

ରାଜ୍ୟର ମୁଖ୍ୟ ବନ୍ୟ ପ୍ରାଣୀ ତତ୍ତ୍ୱାବଧାରକଙ୍କ କାର୍ଯ୍ୟାଳୟ ତରଫରୁ ରାଜ୍ୟର ସବୁ ୱ।ଇଲଡ଼ ଲାଇଫ ଏବଂ ଟେରିଟୋରି ଡିଏଫଓ ମାନଙ୍କୁ ଜରୁରୀ ପତ୍ର ମାଧ୍ୟମରେ ଜଣେଇ ଦିଆଯାଇଛି । ଗାଇଡଲାଇନରେ ୧୭ଟି ପଏଣ୍ଟ ରହିଛି । ୩ ଟି ସ୍ତରରେ ହାତୀଙ୍କର ଯାତାୟାତକୁ ନିରୀକ୍ଷଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ପ୍ରାଥମିକ ସ୍ତରରେ ରେଞ୍ଜ ଅଧକାରୀମାନେ ବିଟ ଗାର୍ଡ ଏବଂ ସେକ୍ସନ ଫରେଷ୍ଟରମାନଙ୍କ ଜରିଆରେ ସୂଚନା ସଂଗ୍ରହ କରି ଡିଭିଜନ ସ୍ତରରେ ଥିବା କଣ୍ଟ୍ରୋଲ ରୁମକୁ ଜଣେଇବେ । ଏନେଇ ରେଞ୍ଜରମାନଙ୍କୁ ସରକାରୀ ମୋବାଇଲ ନମ୍ବର ଯୋଗାଇ ଦିଆଯିବ । ସେହି ନମ୍ବର ବହୁଳ ଭାବରେ ପ୍ରଚାର ଏବଂ ପ୍ରସାର କରାଯିବା ସହ ଡିଭିଜନ ୱେବସାଇଟରେ ମଧ୍ୟ ଦିଆଯିବ । ପ୍ରତ୍ୟେକ ଦିନ ଦ୍ବିପହରରେ ରେଞ୍ଜର୍ ମାନେ ଗାର୍ଡ ଏବଂ ଫରେଷ୍ଟର ମାନଙ୍କ ଠାରୁ ହାତୀ ମାନଙ୍କର ଯାତାୟାତ ସମ୍ବନ୍ଧରେ ଖବର ନେବା ସହ ଷ୍ଟାଫ ଏବଂ ହାତୀ ସ୍କ୍ବାଡର କର୍ମଚାରୀଙ୍କ ଠାରୁ ଫିଡ଼ବ୍ୟାକ ନେବେ । ତେବେ ହାତୀ ସ୍କ୍ବାଡ଼ କର୍ମଚାରୀ ମାନେ ସକାଳ ପୂର୍ବରୁ କିମ୍ବା ନିଜର ଡ୍ୟୁଟି ସରିବା ପୂର୍ବରୁ ଜିପିଏସ ଲୋକେସନ ଥାଇ ଫୋଟୋ ପଠେଇବାକୁ ବାଧ୍ୟତାମୂଳକ କର ଯାଇଛି । ନୂଆ ଗାଇଡ଼ଲାଇନରେ ଦ୍ଵି-ସ୍ତରୀୟ କଣ୍ଟ୍ରୋଲ ରୁମ ବ୍ୟବସ୍ଥା ମଧ୍ୟ କରାଯାଇଛି । ଡିଭିଜନ ସ୍ତରରେ ପ୍ରଥମ ଏବଂ ସର୍କଲ ସ୍ତରରେ ଦ୍ଵିତୀୟ କଣ୍ଟ୍ରୋଲ ରୁମ ବ୍ୟବସ୍ଥା କରାଯାଇଛି । ଡିଭିଜନ ସ୍ତରରେ କଣ୍ଟ୍ରୋଲ ରୁମ ୨୪ ଘଣ୍ଟା କାମ କରିବ । ଏହାକୁ ପରିଚାଳନା କରିବା ପାଇଁ ଜଣେ ଏସିଏଫଙ୍କ ନେତୃତ୍ୱରେ ଜଣେ ରେଞ୍ଜର, ଜଣେ ଡେପୁଟି ରେଞ୍ଜର, ୨ ଜଣ ଫରେଷ୍ଟର ଓ  ୩ ଜଣ ଗାର୍ଡ ରହିବେ । ରାତି ବେଳା ରେଞ୍ଜର କିମ୍ବା ଡେପୁଟି ରେଞ୍ଜର ଏହି କଣ୍ଟ୍ରୋଲ ରୁମ ସମ୍ଭାଳିବେ । ସର୍କଲ ସ୍ତରରେ ଥିବା କଣ୍ଟ୍ରୋଲ ରୁମ ପରିଚାଳନା ଭାର ସ୍ଥାନୀୟ ଆରସିସିଏଫ ନେବେ । ଏହି କଣ୍ଟ୍ରୋଲ ରୁମ ଦାୟିତ୍ୱରେ ଜଣେ ଡିସିଏଫ କିମ୍ବା ଏସିଏଫ ରହିବେ । ତାଙ୍କ ଅଧୀନରେ ୨ ଜଣ ରେଞ୍ଜର, ୨ ଜଣ ଫରେଷ୍ଟର, ୩ ଜଣ ଗାର୍ଡ ୨୪ ଘଣ୍ଟା ଏହି କଣ୍ଟ୍ରୋଲ ରୁମକୁ ଚଳାଇବେ । ତୃତୀୟ କଣ୍ଟ୍ରୋଲ ରୁମଟି ମୁଖ୍ୟ ବନ୍ୟ ପ୍ରାଣୀ ତତ୍ୱାବଧାରକଙ୍କ କାର୍ଯ୍ୟାଳୟରେ ଖୋଲା ଯିବ । ଯେଉଁଥି ପାଇଁ ଜଣେ ଡିସିଏଫଙ୍କ ନେତୃତ୍ବରେ ୨ ଜଣ ଏସିଏଫ, ୩ ଜଣ ରେଞ୍ଜର ଏବଂ ଅନ୍ୟ କର୍ମଚାରୀ ମାନେ ରହିଛନ୍ତି।

Add Zee News as a Preferred Source

ବନ ବିଭାଗ ନେଇଥିବା ପଦକ୍ଷେପ ନେଇ ପ୍ରଶଂସା କରିଛନ୍ତି ବିଶେଷଜ୍ଞ । ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉପରେ ଦାୟୀତ୍ୱ ଦିଆଯିବା ସହ ହାତୀ ମଣିଷ ମୁହାଁମୁହିଁ ହେଲେ ବନ ଅଧିକାରୀ ଦାୟୀ ରହିବେ ବୋଲି କୁହାଯାଇଛି । କେବଳ ବନ ବିଭାଗ ନୁହଁ ବିଦ୍ୟୁତ, ରେଳବାଇ, କୃଷି ବିଭାଗ ମଧ୍ୟରେ ସମନ୍ୱୟ ନ ରହିଲେ ଏଭଳି ଘଟଣା ରୋକାଯାଇ ପାରିବ ନାହିଁ । ୨୦୧୪ରେ ୧୦୬ ହାତୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏହି ସଂଖ୍ୟା ୨୦୨୦ ଜାନୁୟାରୀ ସୁଦ୍ଧା ୧୭୭ଟି ହାତୀର ମୃତ୍ୟୁ ଘଟିଛି । ଗତ ୯ ମାସରେ ୧୦୦ ଲୋକ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି । ଏ ମଧ୍ୟରେ ୩ କୋଟି ୬୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏହାର ଫଳ ମିଳିଛି ତାହା କିଏ ବା କହିବ । ହେଲେ ଚାଷୀଙ୍କୁ ଉଚିତ କ୍ଷତି ପୂରଣ ଦିଆଗଲେ ଅଧିକାଂଶ କ୍ଷେତ୍ରରେ ଏଭଳି ଘଟଣାକୁ ରୋକାଯାଇପାରିବ ବୋଲି କହିଛନ୍ତି ବନ୍ୟ ପ୍ରାଣୀ ବିଶେଷଜ୍ଞ ଶୁଭେନ୍ଦୁ ମଲ୍ଲିକ । ହାତୀ ଚାଷୀଙ୍କ ମୁହାଁମୁହିଁ ଘଟଣା ଯେତିକି ଅଧିକ ରହିଛି ତାହାଠୁ ଯଥେଷ୍ଟ କମ ହାତୀ ଶୀକାରୀଙ୍କ ଦ୍ୱାରା ମୃତ୍ୟୁବରଣ କରୁଛନ୍ତି । ଏଥିପାଇଁ ଚାଷୀଙ୍କୁ ଉଚିତ କ୍ଷତିପୂରଣ ଦିଆଗଲେ ରାଜ୍ୟରେ ବନ୍ୟ ପ୍ରାଣୀଙ୍କୁ ସୁରକ୍ଷା କରାଯାଇପାରିବ ।

About the Author