ବଙ୍ଗୋପସାଗରରେ ଏବେ ଲଘୁଚାପ ସୃଷ୍ଟି ହୋଇସାରିଛି । ତେଣୁ ମୌସୁମୀ ପାଇଁ ଅନୁକୂଳ ପାଗ ହୋଇଛି ।
Trending Photos
)
ଭୁବନେଶ୍ୱର: ଓଡ଼ିଶାକୁ ଆସନ୍ତା ୧୧ ତାରିଖ ଭିତରେ ମୌସୁମୀ ଆସିପାରେ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏହି ସମୟ ମଧ୍ୟରେ ଆସିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଯାଜପୁରରେ ସର୍ବାଧିକ ୮୧.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ବର୍ଷା ହୋଇଥିବା କହିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ. ଆର୍. ବିଶ୍ୱାସ ।
ବଙ୍ଗୋପସାଗରରେ ଏବେ ଲଘୁଚାପ ସୃଷ୍ଟି ହୋଇସାରିଛି । ତେଣୁ ମୌସୁମୀ ପାଇଁ ଅନୁକୂଳ ପାଗ ହୋଇଛି । ଦେଶର ଉତ୍ତର-ପୂର୍ବ ରାଜ୍ୟ ଗୁଡ଼ିକରେ ଖୁବଶୀଘ୍ର ମୌସୁମୀ ବାୟୁ ପହଞ୍ଚିପାରେ । ଓଡ଼ିଶାରେ ମଧ୍ୟ ଦୁଇ ଦିନ ଭିତରେ ମୌସୁମୀ ପହଞ୍ଚିଯିବ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ରରେ ନିର୍ଦ୍ଦେଶକ ।